ବିବାହ ପାଇଁ ଏହି ଅଭିନେତ୍ରୀ କରିଥିଲେ ଧର୍ମ ପରିବର୍ତ୍ତନ, ଶଶୁର ଅଟନ୍ତି ରାଜନୀତିର ଦିଗ୍ଗଜ ନେତା, ଆଜି ଫିଲ୍ମ ଲାଇନରୁ ଦୂରେଇ ଯାଇ ବିତାଉଛନ୍ତି ଗୁମନାମ ର ଜୀବନ…

ବଲିଉଡ ଇଣ୍ଡଷ୍ଟ୍ରି ଗୋଟେ ଏମିତି ଜାଗା ଅଟେ ଲିଡ ଆକ୍ଟର ଓ ଆକ୍ଟ୍ରେସ ହେବା ବହୁତ କଷ୍ଟ ହୋଇଥାଏ । ଯଦି କୌଣସି ପ୍ରକାରରେ ଆପଣଙ୍କୁ ଫିଲ୍ମ ମିଳିଯାଏ ଓ ଆପଣ ହିଟ ହେଇଗଲେ ମଧ୍ୟ ଏହା ଅଧିକ ଦିନ ତିଷ୍ଟି ନଥାଏ ମାନେ ଚାଂସ ବହୁତ କମଥାଏ । ବଲିଉଡରେ ଏବେ ପର୍ଯ୍ୟନ୍ତ ଅନେକ ଆକ୍ଟ୍ରେସ ଆସିଲେ , ହିଟ ହେଲେ ଓ ଚାଲିଗଲେ , ଆଜି ବହୁତ କମ ଏମିତି ଅଛନ୍ତି ଯିଏ ଆଜି ଫିଲ୍ମରେ ଆକ୍ଟୀଭ ଅଛନ୍ତି । ବଲିଉଡ ଅକ୍ଟ୍ରେସ ଆଇଶା ଟାକିଆ ମଧ୍ୟ ଏମାନଙ୍କ ମଧ୍ୟରେ ଅଛନ୍ତି ।

୧0 ଏପ୍ରିଲ ରେ ଆଇଶା ନିଜର 34 ତମ ଜନ୍ମଦିନ ପାଳନ କରିଥିଲେ । 1986ରେ ଜନ୍ମ ହୋଇଥିବା ଆଇଶା ବଲିଉଡ଼ରେ ‘ଟାରଜନ ଦ ୱାଣ୍ଡର କାର’ ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିଲେ , ଏହା ଆଗରୁ ସେ କେତେକ ବିଜ୍ଞାପନ କରିଛନ୍ତି । ସେ ବଲିଉଡରେ ବହୁତ ସମୟ ପର୍ଯ୍ୟନ୍ତ କାମ କରିଥିଲେ ତା ପରେ ସେ 2009 ରେ ଫରାନ ଆଜମିଙ୍କ ସହିତ ବିବାହ କରିଥିଲେ । ଆଜି ଆମେ ଆପଣଙ୍କୁ ଆଇଶାଙ୍କ ଜୀବନ ବିଷୟରେ କିଛି କଥା କହିବୁ ।

1- ଆଇଶା ବଲିଉଡରେ ଡେବ୍ୟୁ 2004 ରେ ‘ଟାରଜନ ଦ ୱାଣ୍ଡର କାର’ ଫିଲ୍ମରୁ କରିଥିଲେ , ତାଙ୍କୁ ଫିଲ୍ମରେ ବେଷ୍ଟ ଫାମିଲି ଡେବ୍ୟୁ ର ଆୱାର୍ଡ ମଧ୍ୟ ମିଳିଥିଲା ଓ 2006 ରେ ଫିଲ୍ମ ଡୋର ରେ କରିଥିବା ଅଭିନୟର ବହୁତ ପ୍ରଶଂସା ହୋଇଥିଲା । ଆଇଶା ଏହି ଫିଲ୍ମରେ ଜଣେ ବିଧବା ମହିଳାର ରୋଲ ପ୍ଲେ କରିଥିଲେ , ଆଇଶାଙ୍କୁ ବଲିଉଡରେ ଲୋକେ ଚିଁହିଲେ ସଲମାନ ଖାନଙ୍କ ଫିଲ୍ମ୍ ୱାଣ୍ଟେଡ ରୁ ।

2- ଫିଲ୍ମରେ ଡେବ୍ୟୁ କରିବା ଆଗରୁ ଆଇଶାଙ୍କୁ 2000 ରେ ଫାଲଗୁନୀ ପାଠକଙ୍କ ମ୍ୟୁଜିକ୍ ଭିଡିଓ ମେରି ଚୁନର ଉଡ ଉଡ ଯାଏ ରେ ଦେଖିବକୁ ମିଳିଥିଲା । ଏହି ଗୀତ ମଧ୍ୟ ଅଧିକ ଲୋକପ୍ରିୟ ହେଇଥିଲା ।

3- ‘ଟାରଜନ ଦ ୱାଣ୍ଡର କାର’ ଫିଲ୍ମ୍ ଆଗରୁ ଆଇଶା ସୋଚା ନା ଥା ର ସୁଟିଙ୍ଗ ଆରମ୍ଭ କରିଦେଇଥିଲେ କିନ୍ତୁ ଫିଲ୍ମର ପ୍ରଡକ୍ସନରେ କିଛି ଡେରି ହୋଇଯାଇଥିଲା ଯେଉଁଥି ପାଇଁ ତାଙ୍କର ଏହି ଫିଲ୍ମ ପରେ ରିଲିଜ ହେଇଥିଲା ଓ ଟାର୍ଜନ ଦ ୱାଣ୍ଡର କାର ପ୍ରଥମେ ଆସି ଯାଇଥିଲା ।

4- ହିନ୍ଦୀ ଫିଲ୍ମ ସହିତ ଆଇଶା ତେଲୁଗୁ ଫିଲ୍ମରେ ମଧ୍ୟ କାମ କରିସାରିଛନ୍ତି ।

5- ଆଇଶା ଆଗରୁ ମାଂସାହାରି ଥିଲେ କିନ୍ତୁ ଥରେ ସେ ପଶୁଙ୍କ ହକ ପାଇଁ କାମ କରୁଥିବା ସଂସ୍ଥା PETA INDIA ର ଗୋଟେ ବିଜ୍ଞାପନରେ କାମ କରୁଥିଲେ । ତାପରେ ସେ ସମ୍ପୂର୍ଣ ଶାକାହାରି ହୋଇଯାଇଛନ୍ତି ।

6- ଆଇଶା ଦେଖିବାକୁ ବହୁତ୍ ଆକର୍ଷଣୀୟ ଅଟନ୍ତି , ଏହି କାରଣ ପାଇଁ 2006 ରେ ତାଙ୍କ ନାମ MOST Desirable women of india ଲିଷ୍ଟରେ ଥିଲା ।

7- ଆଇଶାଙ୍କ ଶଶୁର ଘର ପଲିଟିକସରେ ଜଡିତ ଅଛନ୍ତି , ଆଇଶାଙ୍କ ଶଶୁର ଅବୁ ଆଜମି ସମାଜବାଦି ପାର୍ଟିର ଦିଗଜ ନେତା ଅଟନ୍ତି ।

8- ବଲିଉଡ ବ୍ୟତୀତ ଆଇଶା ହଲିଉଡ ଫିଲ୍ମ୍ ‘ଏ ନାଇଟ ୱିଦ ଦ କିଙ୍ଗ’ରେ କାମ କରିସାରିଛନ୍ତି ।

9- ଆଇଶାଙ୍କୁ ନେଇ ଗୋଟେ ଆଶ୍ଚର୍ଯ୍ୟ କଲାଭଳି କଥା ଏହା କି ସେ ଫରହାନ ଆଜମିଙ୍କ ସହିତ ବିବାହ କରିବା ପାଇଁ ନିଜ ଧର୍ମ ପରିବର୍ତନ କରି ହିନ୍ଦୁ ରୁ ମୁସଲିମ ହୋଇଯାଇ ଥିଲେ ।

10- ଆଇଶା ସବୁବେଳେ ତାଙ୍କ ଫିଟନେସକୁ ନେଇ ଜାଗ୍ରତ ରୁହନ୍ତି । ସେଥିପାଇଁ ସେ ଏରୋବିକ , ଯୋଗ ଓ ମେଡିଟେସନ ଉପରେ ଫୋକସ କରନ୍ତି ।

ବନ୍ଧୁଗଣ ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ ଆଉ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ସବୁ ଖବର ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *