‘ପଚାରିଲେ କହୁଛନ୍ତି ଆମ ପାଖରେ ଏତେ ପିଲା ଅଛନ୍ତି ,ଜଣେ ମରିଗଲା କଣ ହେଲା, ସେ ଖାଲି…’ IHM ଛାତ୍ର Abhay ଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ବନ୍ଧୁଗଣ, ସୂଚନା ଅନୁଯାୟୀ ଛାତ୍ର ମୃ-ତ୍ୟୁ କୁ ନେଇ ରାଜରାସ୍ତା କୁ ଓହ୍ଲାଊଛନ୍ତି ଛାତ୍ର ଛାତ୍ରୀ । ମଞ୍ଚେଶ୍ଵର ଥାନା ଅନ୍ତର୍ଗତ ଇନ୍ସଟିଟିଉଟରେ ଛାତ୍ରଛାତ୍ରୀ ମାନେ ରାଜରାସ୍ତା କୁ ଓହ୍ଲାଇ ପ୍ରତିବାଦ କରିଛନ୍ତି । କାରଣ ତାଙ୍କର କିଛି ଦାବି ରହିଛି କୌଣସି ପ୍ରକାରର କାର୍ଯ୍ୟ ସଠିକ ଢଙ୍ଗରେ କରାଯାଉନାହିଁ । ହୋଟେଲ ରୁମ ଯାହା ଅଛି ସେଥିରେ ବାଥରୁମରେ କବାଟ ନାହିଁ । ଖାଇବାକୁ ମଧ୍ୟ ସଠିକ ଭାବରେ ଦେଉ ନାହାଁନ୍ତି । ବର୍ତ୍ତମାନ ଖବର ଅନୁଯାୟୀ ସେଠାର ଜଣେ ଛାତ୍ର ଙ୍କର ମୃ-ତ୍ୟୁ ହୋଇଛି ।

ତାଙ୍କୁ ଡେଙ୍ଗୁ ହୋଇଥିଲା ମାତ୍ର ଚିକେନଫକ୍ସ କଥା କହି ତାଙ୍କୁ ଘରକୁ ପଠାଇଦେଇଥିଲେ ଏବଂ ବାଟରେ ତାଙ୍କର ମୃ-ତ୍ୟୁ ହୋଇଥିଲା । ଏହି ଘଟଣାରେ ଯେତେବେଳେ ଛାତ୍ରଛାତ୍ରୀ ମାନେ ବାହାରକୁ ଆସିଛନ୍ତି ଏବଂ ପ୍ରତିବାଦ କରିଛନ୍ତି, ପୋଲିସ ମଧ୍ୟ ଏବେ ଆସି ପହଞ୍ଚିଛନ୍ତି । ଛାତ୍ରଛାତ୍ରୀ ମାନେ ଏହି ବାବଦରେ କହିଛନ୍ତି ଯେ କଲେଜ ଆଖପାଖରେ ବହୁତ ଅପରିଷ୍କାର, ମଶା ମାଛି ଘର କରିଛନ୍ତି । ଖାଇବା ମଧ୍ୟ ଠିକ ନାହିଁ ।

ହାଇଜିନ ଆଦୌ ନାହିଁ । କ୍ଳିନନେସ ଭଲ ଭାବରେ ନ ହେଉ ଥିବାରୁ ମଶା କାମୁଡିଲା ଆମ୍ଭ ସାଙ୍ଗ କୁ । ଯାହା ଫଳରେ ତାକୁ ଡେଙ୍ଗୁ ହେଲା ଏବଂ ଉଚିତ ଟ୍ରିଟମେଣ୍ଟ ନ ହେବାରୁ ଡେଥ ହୋଇଗଲା ତାହାର । ମୃତ ଛାତ୍ରର ରୁମମେଟ କହିଛନ୍ତି ଯେ ଯେତେବେଳେ ତାହାର ଦେହ ଖରାପ ହେବା ଆରମ୍ଭ ହେଲା ଆମ୍ଭର ଯିଏ ହଷ୍ଟେଲ ୱାର୍ଡନ ତାଙ୍କୁ କହିଲୁ ।

ମାତ୍ର ସେ ଥରେ ଦେଖିବାକୁ ଆସିଲେ ନାହିଁ କି ତାଙ୍କୁ ହସ୍ପିଟାଲ ମଧ୍ୟ ନେଇ ଗଲେ ନାହିଁ । ମାତ୍ର ଯେତେବେଳେ ଜାଣିଲେ ଯେ ଛାତ୍ରର ଦେହ ଅଧିକ ଜୋରସେ ଖରାପ ହେବାକୁ ବସିଲାଣି ସେହି ମୂହୁର୍ତ୍ତରେ କହିଲେ ଯେ ତାଙ୍କୁ ଘରକୁ ପଠାଇ ଦିଅନ୍ତୁ । କିନ୍ତୁ ଘରକୁ ପଠାଇବା କଣ ଗୋଟିଏ ସଲ୍ୟୁସନ ? ପିଲାଟି ଚାଲି ପାରୁ ନଥିଲା କିନ୍ତୁ ସେଥିରେ ମଧ୍ୟ ସେ ୨୫ ଘଣ୍ଟା ର ରାସ୍ତା ଅତିକ୍ରମ କରି ଘରକୁ ଗଲା ।

ପିଲାଟି କହିଲା ସାର କହିଛନ୍ତି ନିଶ୍ଚିତ ଯିବାକୁ ହେବ ନଚେତ କିଭଳି ହେବ ? ଘରକୁ ପହଞ୍ଚିବା ପରେ ତାକୁ ଆଡମିଟ କରାଗଲା । କିନ୍ତୁ ସ୍ଥିତି ବହୁତ ଗମ୍ଭୀର ହୋଇଥିବାରୁ ଆଜି ସେ ସବୁଦିନ ଲାଗି ଆଖି ବୁଝି ଦେଇଛନ୍ତି ବୋଲି କହିଛନ୍ତି ଛାତ୍ର ଜଣଙ୍କର ସାଙ୍ଗସାଥି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *