ଡିସିପି ସାର୍ ଚକୋଲେଟ ଖାଆନ୍ତୁ….ସାଲିଆସାହିରେ ରେଡ ସମୟରେ DCP ଓ କୁନିପିଲାଙ୍କ ମଧ୍ୟରେ ଥଟ୍ଟାମଜା ହେଉଛି ଖୁବ ଭାଇରାଲ…ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଗୋଟିଏ ପଟରେ ସିରିୟସ ମାହୋଲ । ଅନ୍ୟ ପଟରେ ଡିସିପି ଆଉ ପିଲା ମାନଙ୍କ ମଧ୍ୟରେ ମଜାମସ୍ତି । ସାଙ୍ଗ ମାନଙ୍କ ମଧ୍ୟରେ ଯେମିତି ଘଟିଚାଲେ କିଛି ସେମିତି ଲାଗୁଛି ଏହି ଦୃଶ୍ୟ । ତେବେ ସାଲିଆ ସାହିରେ ବେଆଇନ ଦେଶୀ ମଦ ଚାଲୁଥିବା ବେଳେ କମିଶନରେଟ ପୋଲିସ ଚଢାଉ କରିଥିଲା ଆଉ ଏତିକି ବେଳେ ଡିସିପି ଆଉ ପିଲା ମାନଙ୍କ ମଧ୍ୟରେ ଚାଲିଥିଲା ଥଟାମଜା । ଡିସିପି ଙ୍କ ସହିତ ଏମାନେ କଥା ହେବା ସହିତ ତାଙ୍କୁ ଚକୋଲେଟ ଅଫର କରିଥିଲେ ।

ଅପର ପାର୍ଶ୍ଵରେ ଡିସିପି ମଧ୍ୟ ପିଲା ମାନଙ୍କ ସହିତ କଥା ହେବା ସହିତ ତାଙ୍କ ସହିତ ମନଖୋଲି କଥା ହେଉଥିଲେ । ଆପଣ ଏହା ଦେଖିଲେ ନିଶ୍ଚିତ ଭାବରେ ଆପଣଙ୍କ ଓଠରେ ହସର ଲହରୀ ଖେଳିଯିବ । ପିଲାଟି ଡିସିପି ଙ୍କୁ ଚକୋଲେଟ ଅଫର କରିଥିଲା ଏହାକୁ ଡିସିପି ହସି ପିଲାଟିର କାନ୍ଧରେ ହାତ ରଖି କହିଲେ ତୁ ଖା । ଏହାପରେ ସେହି ଚକୋଲେଟ କୁ ଅନ୍ୟ ପିଲାଟି ନେଇ ଖାଇ ଦେଉଛି ।

ପରେ ଡିସିପି ପଚାରିଲେ ଯେ ପିଲାମାନେ ପାଠ ପଢୁଛ କି ନା ? ପିଲା କହିଲେ ନା ପଢୁନୁ । ଏହାପରେ ପିଲାଟି ଡିସିପି ଙ୍କ ଆଗରେ ବାଦ୍ୟ ବଜାଇବାରେ ଲାଗିଲା । ଏହାପରେ ଡିସିପି ହସି ହସି ପେଟରେ ବଜାଇବାକୁ କହୁଛନ୍ତି । ତେବେ ଏହିସବୁ ଦେଖିଲେ ମନେ ହେଉଛି ଯେ ଖାକୀ ଭିତରେ ମଣିଷଟିଏ ଅଛି ଏହା ମଧ୍ୟ ଏକ ସାଧାରଣ ଜୀବନ ଭଳି ପରିଲକ୍ଷିତ ହେଉଛି ।

ସେ ଜଣେ ଡିସିପି ହେଲେ ମଧ୍ୟ ସାଧାରଣ ପିଲାଙ୍କ ସହିତ ତାଙ୍କର ଏଭଳି ବ୍ୟବହାର ସତରେ ପ୍ରଶଂସନୀୟ ବୋଲି ପ୍ରତୀକ ହେଉଛି । ତେବେ ପୋଲିସ ପ୍ରତି ଲୋକଙ୍କ ମନରେ ଏକ ଅଜଣା ଭୟ ରହିଥିବା ସମୟରେ ଡିସିପି ଙ୍କ ଏହିଭଳି ବ୍ୟବହାର ଏହି ଡରକୁ ଭାଙ୍ଗିବାରେ ସହାୟତା ହେବ । ତେବେ ସାଲିଆ ସାହିରେ ଏକ ସୁଢଙ୍ଗ ଭିତରେ ମଦଭାଟି ରହିଥିବା ଖବର ପାଇ ପୋଲିସ ସେଠାରେ ଛପା ମାରିବା ସମାହୟର ଏହି ଦୃଶ୍ୟ ଅଟେ ।

ଯାହାକି ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ବେସ ପ୍ରଶଂସା ସାଉଁଟିବାରେ ଲାଗିଛି । ଏହିଭଳି ଭାବରେ ପୋଲିସଙ୍କ ନୂତନ ଅବତାର ବୋଧ ହୁଏ ଆଉ କିଏ ଦେଖି ନଥିବେ । ସ୍ଥାନୀୟ ବାସିନ୍ଦା ଡିସିପି ଙ୍କ ଏହି ଦୃଶ୍ୟ କୁ ଦେଖି ବେସ ପ୍ରଶଂସା କରି କହିଛନ୍ତି ଯେ ଡିସିପି ଙ୍କ ଖାକୀ ବର୍ଦି ପଛରେ ଏକ ସୁନ୍ଦର ମଣିଷ ଲୁଚି ଅଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *