ପାଣ୍ଡବ ଦ୍ରୌପଦୀଙ୍କୁ ନେଇ କରିଥିଲେ ଏହି ଖାସ ନିୟମ, ଜାଣିଲେ ଆପଣଙ୍କ ହୋସ ଉଡିଯିବ

ମହାଭାରତ ବିଷୟରେ ଆପଣ ପଢିଥିବେ ବା କାହାଠାରୁ ନିହାତି ଶୁଣିଥିବେ । ଆଜି ଆମେ ଆପଣଙ୍କୁ ଏମିତି ହିଁ ଗୋଟିଏ ମନୋରଞ୍ଜକ କଥା ବିଷୟରେ କହିବାକୁ ଯାଉଛୁ । ଦ୍ରୌପଦୀଙ୍କ ସହିତ ବିବାହ କରିବା ପରେ ନାରଦ ମୁନି ପାଣ୍ଡବଙ୍କ ସହିତ ଦେଖା କରିବାକୁ ଆସିଲେ । ନାରଦ ପାଣ୍ଡବଙ୍କୁ କହିଥିଲେ କି ପ୍ରାଚୀନ ସମୟରେ ସୁନ୍ଦ ଉପସୁନ୍ଦ ନାମକ ଦୁଇଟି ରାକ୍ଷସ ଭାଇ ଥିଲେ ଯିଏ ନିଜର ପରାକ୍ରମରେ କେତେକ ଦେବତାଙ୍କୁ ବି ଜିତି ନେଇଥିଲେ । କିନ୍ତୁ ଜଣେ ମହିଳାଙ୍କ ପାଇଁ ଦୁଇଜଣଙ୍କ ଭିତରେ ଯୁଦ୍ଧ ହେଲା । ଏହାପରେ ଦୁଇଜଣ ପରସ୍ପରର ବଧ କରିଦେଲେ ,ଏମିତି ପରିସ୍ଥିତି ଆପଣଙ୍କ ସହିତ ନହେବା ପାଇଁ କିଛି ନିୟମ କରନ୍ତୁ ।

ନାରଦ ମୁନିଙ୍କ ଉପଦେଶ ପରେ ପାଣ୍ଡବ ମାନେ ଗୋଟିଏ ନିୟମ କଲେ କି ଦ୍ରୌପଦୀ ଗୋଟିଏ ନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ଜଣଙ୍କ ପାଖରେ ରହିବେ । ଯେତେବେଳେ ଜଣେ ଭାଇ ଦ୍ରୌପଦୀଙ୍କ ସହିତ ଏକା ଥିବେ ସେତେବେଳେ ଅନ୍ୟ ଭାଇ ସେଠାକୁ ଯିବେ ନାହିଁ । ଯେଉଁ ଭାଇ ଏହି ନିୟମକୁ ଭାଙ୍ଗିବେ ତାଙ୍କୁ ବନବାସ କାଟିବାକୁ ପଡିବ ।

କୁହାଯାଏ କି ଯେତେବେଳେ ଗୋଟିଏ ଥର ଯୁଧିଷ୍ଠର ଦ୍ରୌପଦୀଙ୍କ ଏକାନ୍ତରେ ଥିଲେ ସେତେବେଳେ ଅର୍ଜୁନଙ୍କ ପାଖକୁ ଜଣେ ବ୍ୟକ୍ତି କାନ୍ଦି କାନ୍ଦି ଆସିଲେ ଏବଂ କହିଲେ କି ମୋ ଗାଈକୁ ଚୋର ନେଇଗଲେ ଆପଣ ମୋତେ ସାହାଯ୍ୟ କରନ୍ତୁ । ସେହି ସମୟରେ ସବୁ ଅସ୍ତ୍ର ଯୁଧିଷ୍ଠରଙ୍କ କକ୍ଷରେ ଥିଲା ଯେଉଁଠାରେ ସେ ଦ୍ରୌପଦୀଙ୍କ ସହିତ ଥିଲେ । ସେହି ସମୟରେ ଅର୍ଜୁନ ସେହି ଲୋକକୁ ସାହାଯ୍ୟ କରିବା ପାଇଁ କକ୍ଷକୁ ପ୍ରବେଶ କଲେ । ଏହି କାରଣରୁ ନିୟମ ଭାଙ୍ଗିଗଲା ଏବଂ ଅର୍ଜୁନଙ୍କୁ ବନବାସ ଯିବାକୁ ପଡିଲା ।

ଯେତେବେଳେ ଗୋଟିଏ ଥର ସତ୍ୟଭାମା ଦ୍ରୌପଦୀଙ୍କୁ ପଚାରିଲେ କି ଆପଣ କେମିତି ସବୁ ପାଣ୍ଡବ ମାନଙ୍କୁ ଖୁସିରେ ରଖୁଛନ୍ତି ସେତେବେଳେ ଦୌପତି କହିଲେ ମୁଁ ଅହଂକାର,କାମ ,କ୍ରୋଧ କୁ ଛାଡି ସାବଧାନ ସହିତ ପାଣ୍ଡବ ମାନଙ୍କର ସେବା କରେ । ସ୍ଵାମୀଙ୍କର ଅଭିପ୍ରାୟକୁ ପୂର୍ଣ୍ଣ ସଂକେତ ଭାବି ଅନୁସରଣ କରିଥାଏ । ଏଥିପାଇଁ ମୋ ମନ ପାଣ୍ଡବଙ୍କ ଛଡା କେଉଁଠାକୁ ଯାଇନଥାଏ । ଏହି ଲେଖାକୁ ପଢିବା ପରେ ଆପଣ ବୁଝିଯାଇଥିବେ କି ପାଣ୍ଡବ ମାନେ ଦ୍ରୌପଦୀଙ୍କ ପାଇଁ କେଉଁ ଖାସ ନିୟମ କରିଥିଲେ ।

Leave a Reply

Your email address will not be published. Required fields are marked *