ମାହାଭାରତ ପୁଣିଥରେ ପ୍ରସାରଣ ହେବା ଉପରେ ‘କୃଷ୍ଣ’ ଶେୟାର କଲେ କିଛି ପୁରୁଣା ସ୍ମୃତି, ଯାହା ଆପଣଙ୍କ ମନକୁ ଛୁଇଁଯିବ…

୮୦ ଦଶକରେ ପ୍ରସାରିତ ‘ମହାଭାରତ’ ଆଜି ବି ସେତିକି ପପୁଲାର ଅଟେ ଯେତିକି ପୂର୍ବେ ଥିଲା । ଲକଡାଉନ ସମୟରେ ଯେତେବେଳେ ମହାଭାରତର ପ୍ରସାରଣ ପୁଣି ଥରେ ଆରମ୍ଭ ହେଲା ତ ସିରିୟଲର ସମସ୍ତ କଳାକାର ପୁଣିଥରେ ଚର୍ଚାରେ ଆସି ଯାଇଛନ୍ତି । ୨୩ ବର୍ଷ ବୟସରେ ନୀତୀଶ ଭାରଦ୍ୱାଜ ‘ମହାଭାରତ’ରେ କୃଷ୍ଣ ହୋଇଥିଲେ । ଏକ ଇଣ୍ଟରଭିୟୁରେ ସେ ନିଜର କିଛି ପୁରୁଣା କଥାକୁ ମନେ ପକାଇ କିଛି କହିଛନ୍ତି ।

ମହାଭାରତ ପୁଣି ଥରେ ପ୍ରସାରଣ ଦ୍ଵାରା ନୀତୀଶ ଭାରଦ୍ୱାଜ ବହୁତ ଖୁସି ଅଛନ୍ତି । ତାଙ୍କର କହିବା ଅଟେ କି ଆଜିର ପିଢି ପାଖରେ ଶିଖିବାର ଚାନ୍ସ ଅଛି । ୧୯୮୮ରେ ଯେତେବେଳେ ‘ମହାଭାରତ ଆରମ୍ଭ ହୋଇଥିଲା ତେବେ ଘରେ ଘରେ ଟିଭି ନ ଥିଲା । ଏମିତି ହିଁ ଏକ କାହାଣୀ ନୀତୀଶ ଭାରଦ୍ୱାଜ ଶେୟାର କରି କହିଲେ କି ‘ଏକ ଆଇଏଏସ ଅଧିକାରୀ କହିଥିଲେ କି ସେ ଜଣେ ବ୍ୟକ୍ତିଙ୍କ ଘରକୁ ଟିଭି ଦେଖିବାକୁ ଯାଉଥିଲେ, ଯାହାଙ୍କ ପାଖରେ ଦୁଇଟି ଟିଭି ଥିଲା । ଗୋଟିଏ ବ୍ଲାକ ଆଣ୍ଡ ହ୍ଵାଇଟ ଓ ଅନ୍ୟଟି ଏକ କଲର ଟିଭି ।

ମହାଭାରତ ଦେଖିବା ପାଇଁ ଯେତେବେଳେ ଲୋକମାନେ ତାଙ୍କ ଘରକୁ ଯାଉଥିଲେ ତେବେ ବ୍ଲାକ ଆଣ୍ଡ ହ୍ଵାଇଟ ଟିଭିରେ ଫ୍ରୀରେ ଦେଖୁଥିଲେ ଓ ଅନ୍ୟ ପଟେ କଲର ଟିଭି ପାଇଁ ୫ ପଇସା ନେଉଥିଲେ । ଏମିତିରେ ସେ ମଧ୍ୟ ୫ ପଇସା ଦେଉଥିଲେ ।

ନୀତିଶ ଆଗକୁ କହିଲେ କି, ‘୮୦ ଦଶକରେ ସିରିୟଲକୁ ନେଇ ଲୋକମାନଙ୍କ ମଧ୍ୟରେ ଏତେ କ୍ରେଜ ଥିଲା କି ଯଦି ବିହାର ଓ ୟୁପିରେ ସକାଳ ୯ ଟା ରୁ ୧୦ ଟା ମଧ୍ୟରେ ଯଦି ଲାଇଟ ଚାଲି ଯାଉଥିଲା ତେବେ ଲୋକମାନେ ଟ୍ରାଂସଫର୍ମରରେ ନିଆଁ ଲଗାଇ ଦେଉଥିଲେ । ଏଥିପାଇଁ ସୁନିଶ୍ଚିତ କରୁଥିଲେ କି ‘ମହାଭାରତ’ ସମୟରେ ବିଜୁଳି ନ ଯାଉ ।‘

ନୀତିଶ କହିଲେ କି ମୁମ୍ବାଇରେ ବି କୌଣସି ଅଲଗା ସ୍ଥିତି ନ ଥିଲା । ଆମର ପୁରା ବିଲଡିଙ୍ଗରେ କେବଳ ଦୁଇଟି ଘରେ ଟିଭି ଥିଲା । ମହାଭାରତ ପ୍ରସାରଣ ସମୟରେ ଆମ ଘରେ ଭିଡ ଲାଗି ଯାଉଥିଲା । ଲୋକମାନେ ଘରର ବାହାର ପର୍ଯ୍ୟନ୍ତ ବସୁଥିଲେ । ‘ରାମାୟଣ ଓ ମହାଭାରତ’ ଲୋକମାନଙ୍କୁ ଏକତ୍ରିତ କରିବାର କାମ କରୁଥିଲା ।

ନୀତିଶ ନିଜର ପ୍ରଶଂସକ ସହ ଜଡିତ ରହିବା ପାଇଁ ବର୍ତ୍ତମାନ ହିଁ ଏକତ୍ରିତ ତିନୋଟି ପ୍ଲାଟଫର୍ମରେ ଡେବ୍ୟୁ କରିଛନ୍ତି । ନୀତିଶଙ୍କ ପ୍ରଶଂସକ ତାଙ୍କ ସହିତ ଇଂସ୍ଟାଗ୍ରାମ, ଟ୍ୱିଟର ଓ ୟୁଟ୍ୟୁବରେ ସିଧା ସମ୍ପର୍କ କରି ପାରିବେ । ଗୋଟିଏ ଭିଡିଓ ଶେୟାର କରି ସେ କହିଲେ କି ‘ଏହା ଅଜୁବା ଅଟେ । ଏହା ଆପଣଙ୍କ ପ୍ରେମ ଅଟେ । ଏଥିପାଇଁ ମୁଁ କୃତଜ୍ଞ ଅଟେ । ଏହା ମୋତେ ବାଧ୍ୟ କରିଦେଲା କି ବର୍ତ୍ତମାନ ମୁଁ ନିଜର ଟ୍ୱିଟର, ଇଂସ୍ଟାଗ୍ରାମ ଓ ୟୁଟ୍ୟୁବ ଚ୍ୟାନେଲ ଆରମ୍ଭ କରିବି । ସେ ଫେସବୁକରେ ଏହାର ସୂଚନା ଦେଇଛନ୍ତି ।‘

Leave a Reply

Your email address will not be published. Required fields are marked *