ପାଇଲଟ ମାନଙ୍କ ଦରମା କେତେ ? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ

ସାଙ୍ଗମାନେ ଆପଣଙ୍କର ବି ଇଛା ହେଉଥିବ କି ଏରୋପ୍ଲେନ ଚଲାଉଥିବା ପାଇଲଟ ମାନଙ୍କର ଦରମା କେତେ ଓ ଆମେ ଆପଣଙ୍କୁ କହି ଦେଉଛୁ କି ଦୁନିଆରେ ଯେଉଁ ସବୁ ଡ୍ରାଇଭର ଅଛନ୍ତି ଟ୍ରେନ ଡ୍ରାଇଭର, ବୁଲେଟ ଟ୍ରେନ ଡ୍ରାଇଭର, ବସ ଡ୍ରାଇଭର ଏମାନଙ୍କ ଠାରୁ 10-15 ଗୁଣା ଅଧିକ ଦରମା ମିଳିଥାଏ ଏକ ଏରୋପ୍ଲେନ ର ପାଇଲଟକୁ । ଆପଣ ଏହା ଜାଣି ମଧ୍ୟ ଆଶ୍ଚର୍ଯ୍ୟ ହେବେ ଯେ ଗୋଟିଏ ଏରୋପ୍ଲେନ ଡ୍ରାଇଭର ର ସବୁଠୁ କମ କାମ, ସେମାନେ କେବଳ ବସିଥାନ୍ତି ଓ ପ୍ଳେନ ଟି ଅଟୋମେଟିକ ଡ୍ରାଇଭିଂ ମୁଡ ରେ ଚାଲିଥାଏ କେବଳ ତାଙ୍କର କାମ ଏମର୍ଜେନ୍ସି ସମୟରେ , ଲ୍ୟାଣ୍ଡିଂ ସମୟରେ ଓ ଉପରକୁ ଉଠିବା ସମୟରେ । ତେବେ ଚାଲନ୍ତୁ ବିସ୍ତାର ଭାବରେ ଜାଣିବା ।

ଆପଣଙ୍କୁ କହି ଦେଉଛୁ କି ଏକ ଏରୋପ୍ଲାନେ ର ପାଇଲଟ ହେବା ଏତେ ସହଜ କାମ ନୁହେଁ । ଯଦି ଆପଣ ଗୋଟିଏ ପାଇଲଟ ହେବାକୁ ଚାହାଁନ୍ତି ତେବେ ଆପଣଙ୍କୁ ଟ୍ରେନିଂ, ପଢାପଢି, ଲାଇସେନ୍ସ ସବୁ ମିଶି କି ଆପଣଙ୍କୁ ପାଖାପାଖି 50-60 ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ସବୁ ପାଇଲଟ ମାନଙ୍କର ଦରମା ଅଲଗା ଅଲଗା ଥାଏ କାରଣ ଏହା ଏକ ଗଭର୍ନମେନ୍ଟ ଚାକିରି ନୁହେଁ ।

ଯଦି ଆପଣ ଏକ ବଡ ପ୍ଳେନ ର ପାଇଲଟ ଅଟନ୍ତି ତେବେ ଆପଣଙ୍କୁ ଅଧିକ ଦରମା ମିଳିବ ଓ ଯଦି ଛୋଟ ପ୍ଲେନ ର ପାଇଲଟ ଅଟନ୍ତି ତେବେ ଆପଣଙ୍କୁ କମ ଦରମା ମିଳିବ । ଡୋମେଷ୍ଟିକ ଫ୍ଲାଇଟ ମାନେ ଆମ ଭାରତରେ ଗୋଟିଏ ସହରରୁ ଅନ୍ୟ ଏକ ସହରକୁ ଯାଉଥିବା ପ୍ଲେନ ର ପାଇଲଟ ମାନଙ୍କୁ ବହୁତ କମ ଦରମା ମିଳିଥାଏ । କିନ୍ତୁ ଇନ୍ଟରନ୍ୟାଶନାଲ ମାନେ ଭାରତରୁ USA, ସିଙ୍ଗାପୁର, ବା ଦୁବାଇ ଯାଉଥିବା ଫ୍ଲାଇଟ ର ପାଇଲଟ ମାନଙ୍କୁ 2-3 ଗୁଣା ଟଙ୍କା ଅଧିକ ମିଳିଥାଏ ।

କୌଣସି ବ୍ୟକ୍ତିକୁ ପାଇଲଟ ହେବାର ଲାଇସେନ୍ସ ମିଳିବା ପରେ ତାକୁ ଛୋଟ ଛୋଟ ପ୍ଲେନ ଉଡାଇବାକୁ ମିଳିଥାଏ, ସେହି ସମୟରେ ତାକୁ ଜୁନିଅର ଫାର୍ଷ୍ଟ ଅଫିସର କୁହାଯାଏ ଓ ସେହି ସମୟରେ ତାର ଦରମା 1 ଲକ୍ଷ 50 ହଜାର ରୁ 1 ଲକ୍ଷ 80 ହଜାର ମଧ୍ୟରେ ହୋଇଥାଏ । ଅଭିଜ୍ଞତା ବଢିଲେ ତାଙ୍କୁ ବଡ ଏରୋପ୍ଲେନ ଉଡାଇବାକୁ ସୁଯୋଗ ମିଳେ ଓ ତାଙ୍କର ଦରମା ମଧ୍ୟ ବଢିଯାଏ ।

ଜୁନିଅର ଫର୍ସ୍ଟ ଅଫିସର ହୋଇ ୧ ବର୍ଷ ଛୋଟ ପ୍ଲେନ ଉଡାଇବା ପରେ ପ୍ରମୋଶନ ହୋଇଥାଏ ଫର୍ସ୍ଟ ଅଫିସର ରାଙ୍କ କୁ ଓ ସେହି ସମୟରେ ଦରମା ଡବଲ ହୋଇଯାଏ ଯାହା ୩ ଲକ୍ଷ ରୁ ସାଢେ ୩ ଲକ୍ଷ ମଧ୍ୟରେ ମିଳିଥାଏ ଓ ତା ପରେ ୨.୫ ବର୍ଷ ପରେ ସେହି ପାଇଲଟ କୁ ସିନିୟର ଫାର୍ଷ୍ଟ ଅଫିସର ରାଙ୍କ ମିଳିଯାଏ ଓ ସେହି ସମୟରେ ତାଙ୍କ ଦରମା ସାଢେ ୪ ଲକ୍ଷ ହୋଇଥାଏ ।

ତା ପରେ ୪ ବର୍ଷ ପୁଣି ଦକ୍ଷତା ହେବା ପରେ ତାଙ୍କ ପ୍ରମୋଶନ ହୋଇ ତାଙ୍କୁ କ୍ୟାପଟେନ କୁହାଯାଏ ଓ କ୍ୟାପଟେନ ହେବା ପରେ ତାଙ୍କର ଦରମା ୭ ଲକ୍ଷ ଟଙ୍କା ହୋଇଥାଏ ଯାହା ଆମର ରାଷ୍ଟ୍ରପତିଙ୍କ ଦରମା ଠାରୁ ମଧ୍ୟ ଅଧିକ ଅଟେ । କାରଣ ରାଷ୍ଟ୍ରପତିଙ୍କ ଦରମା ୫ ଲକ୍ଷ ଟଙ୍କା ଆପଣମାନେ ତ ଜାଣିଥିବେ । କ୍ୟାପଟେନ ହେଲା ପରେ ସେହି ପାଇଲଟ କୁ ଲଗ୍ଜରି ଏରୋପ୍ଲେନ ଉଡାଇବାର ସୁଯୋଗ ମଧ୍ୟ ମିଳିଥାଏ ଯେଉଁଥିରେ କେବଳ ଭିଆଇପି ପର୍ସନ ଯାଇଥାନ୍ତି ଓ ସେହି ସମୟରେ ତାଙ୍କର ଦରମା ୧୦ ଲକ୍ଷ ଟଙ୍କା ହୋଇଥାଏ ।

ବନ୍ଧୁମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟ ଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *