ରବିବାରର ରାଶିଫଳ 12 ଜୁଲାଇ 2020, ସୂର୍ଯ୍ୟଦେବଙ୍କ ଆଶୀର୍ବାଦରୁ ଆଜି ଏହି 7ଟି ରାଶିଙ୍କୁ ମିଳିବ ସଫଳତା

ରାଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହ ମାନଙ୍କର ଚଳନ ଉପରେ ଆଧାରିତ ହୋଇ ଥାଏ ଏବଂ ଯେମିତି ଏହି ଗ୍ରହ ମାନଙ୍କର ଦିଗ ପରିବର୍ତ୍ତନ ହୋଇଥାଏ ଆମ ଜୀବନ ଉପରେ ତାର ପ୍ରଭାବ ପଡିଥାଏ । କେତେକ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି, ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ । ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜି 12 ଜୁଲାଇ 2020 ଶନିବାରର ରାଶିଫଳ ।

ମେଷ

ଆଜି ମନପସନ୍ଦ ବନ୍ଧୁଙ୍କ ସହିତ ଖୁସିର ସମୟ ଅତିବାହିତ କରିବେ । ପାରିବାରିକ ବାତାବରଣ ଖୁସି ରହିବ । ବ୍ୟବସାୟରେ ପ୍ରଗତି ଆଡକୁ ଅଗ୍ରସର କରିବେ । ଚାକିରି କରିଥିବା ଲୋକ ମାନେ ନିଜର ସହଯୋଗୀଙ୍କ ସହିତ ସମ୍ପର୍କ ଭଲ ରଖିବେ । କୌଣସି ନୂଆ ଦିଗରେ ସକାରାତ୍ମକ ବିଚାର ରଙ୍ଗ ଆଣିବ । ଆପଣଙ୍କୁ ସମସ୍ତଙ୍କର ସହଯୋଗ ଏବଂ ସମର୍ଥନ ମିଳିବ । ଆଜି ଏହି ରାଶିର ଲୋକ ସୂର୍ଯ୍ୟଦେବଙ୍କୁ ପୂଜା କରନ୍ତୁ । ଏହାଦ୍ୱାରା ଆପଣଙ୍କୁ ସବୁ କାମରେ ସଫଳତା ମିଳିବ ।

ବୃଷ

ଆଜି ଆପଣ ଆନ୍ତରିକ ରୂପରେ ଶକ୍ତିଶାଳୀ ରହିବେ । ପ୍ରେମ ପ୍ରସଙ୍ଗରେ ନିଜକୁ ଫସି ଥିବାର ମଧ୍ୟ ଅନୁଭବ କରିବେ । ଶୁଣି ଥିବା କଥା ଉପରେ ଆଖି ବନ୍ଦ କରି ବିଶ୍ଵାସ କର ନାହିଁ ଏବଂ ତାହାର ସତ୍ୟତାକୁ ଭଲ ଭାବରେ ବିଚାର କରନ୍ତୁ । କାହା ସହିତ ଟଙ୍କା କାରବାର କରିବାରେ ସଫଳ ରହିବେ । ଗାଡି ସୁଖ ମିଳିପାରେ । ଘରେ ବହୁତ ଖୁସି ମିଳିବ ।

ମିଥୁନ

ଆଜି କାମ ପାଇଁ ଆପଣଙ୍କୁ କୁଆଡେ ଯିବା ପାଇଁ ପଡିପାରେ । ଆଜି ଆପଣ ଯେତେ ସମ୍ଭବ ସକାରାତ୍ମକ ରୁହନ୍ତୁ । କାର୍ଯ୍ୟ କ୍ଷେତ୍ରରେ ପରିସ୍ଥିତି ଆପଣଙ୍କ ସପକ୍ଷରେ ରହିବ । ଆଜି ଆପଣ ନିଜକୁ ଲୋକଙ୍କ ଧ୍ୟାନର କେନ୍ଦ୍ରରେ ପାଇବେ । ଆପଣ ସେହି ଜିନିଷ ଉପରେ ଲକ୍ଷ ରଖିବେ ଯାହା ଅବ୍ୟବହାରିକ ଅଟେ । ପିତାଙ୍କ ସହିତ ବୈଚାରିକ ମତଭେଦ ହୋଇ ପାରେ । କୌଣସି କନ୍ୟାକୁ ବହି ଦାନ କରନ୍ତୁ । ଏହାଦ୍ୱାରା ଆପଣଙ୍କୁ ବିଶେଷ ଲାଭ ମିଳିବ ।

କର୍କଟ

ଆଜି ଅବିବାହିତ ଲୋକ ପାଇଁ ବିବାହ ପ୍ରସ୍ତାବ ଆସିବ । ଆଇନ ମାମଲାରେ ଯେମିତି ନ ଫସନ୍ତି ତାହାର ଧ୍ୟାନ ରଖନ୍ତୁ । ଯଦି ଆପଣ କିଛି ଦିନରୁ କାମରେ କଷ୍ଟ ଅନୁଭବ କରୁଛନ୍ତି ତାହେଲେ ଆଜିର ଦିନରେ ଆପଣଙ୍କୁ ମୁକ୍ତି ମିଳିବାର ଅନୁଭବ ହୋଇ ପାରେ । ସମ୍ପର୍କ ମଝିରେ ଝଗଡା ହେବାକୁ ଦିଅନ୍ତୁ ନାହିଁ । ଆଜି ଆପଣ ନିଜ ପରିବାର ସହିତ ଭଲ ସମୟ ଅତିବାହିତ କରିବେ ।

ସିଂହ

ଆଜିର ଦିନ ଆପଣଙ୍କ ପାଇଁ ଭଲ ରହିବ । ସମାଜରେ ମାନ ସଂମ୍ମାନ ବଢିବ । ମହିଳା ମାନେ ପରିବାର ପ୍ରତି ଉଦାସୀନତା ରହି ପାରନ୍ତି । ଆପଣଙ୍କ ପ୍ରିୟଙ୍କୁ ଆପଣଙ୍କ ଠାରୁ ଭରସାର ଆବଶ୍ୟକତା ଅଛି । କାର୍ଯ୍ୟକ୍ଷେତ୍ର ମାମଲାକୁ ସୁଧାରିବା ପାଇଁ ନିଜର ହୁସିୟାରି ଏବଂ ପ୍ରଭାବର ବ୍ୟବହାର କରନ୍ତୁ । ମନରେ ଦୁବିଧା ରହିବା କାରଣରୁ ନିଷ୍ପତ୍ତି ନେବାରେ ବାଧା ଆସିବ । କୌଣସି ଘରୋଇ ଝଗଡା ଆପଣଙ୍କ ଅଶାନ୍ତିର କାରଣ ହୋଇ ରହିଛି ତାହା ବର୍ତ୍ତମାନ ଶେଷ ହୋଇଯିବ ।

କନ୍ୟା

ଆଜିର ଦିନ ଆପଣଙ୍କ ପାଇଁ ଭଲରେ କଟିବ, କୌଣସି ବିଶେଷ କାମ ଚ୍ୟାଲେଞ୍ଜ ହେବ ନାହିଁ । କୌଣସି ସହଭାଗିତା ବ୍ୟବସାୟକୁ ଯିବା ଠାରୁ ଦୂରେଇ ରୁହନ୍ତୁ କାରଣ ଭାଗୀଦାରୀ ଆପଣଙ୍କ ଫାଇଦା ନେବା ପାଇଁ ଚେଷ୍ଟା କରି ପାରନ୍ତି । ବ୍ୟବସାୟରେ ସଫଳତା ମିଳିବ ଏବଂ ସହକର୍ମୀଙ୍କ ସହଯୋଗ ମଧ୍ୟ ଆପଣଙ୍କୁ ମିଳିବ । ଯେଉଁ ବ୍ୟକ୍ତି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେମାନଙ୍କୁ ତାଙ୍କ ରଣନୀତେରେ ପରିବର୍ତ୍ତନ କରିବା ଦରକାର ଯାହା ଦ୍ଵାରା ଆପଣ ଆପଣଙ୍କ ଲକ୍ଷ୍ୟକୁ ସହଜରେ ପାଇ ପାରିବେ ।

ତୁଳା

ଆଜି ସଂଯମ ରଖିବାର ଆବଶ୍ୟକତା ଅଛି । ବୈଦୁକ କ୍ଷମତାର ବିକାଶ ହେବ । ସକାଳୁ ସ୍ନାନ କରିବା ପରେ ପବିତ୍ର ଆଚରଣର ସହିତ ସୂର୍ଯ୍ୟଦେବଙ୍କୁ ପୂଜା କରନ୍ତୁ । ଆପଣଙ୍କୁ ବ୍ୟବସାୟରେ ବହୁତ ସଫଳତା ମିଳିବ । ଆଜି ଆପଣ ଆପଣଙ୍କ ସ୍ୱାସ୍ଥ୍ୟକୁ ନେଇ ସାବଧାନ ରୁହନ୍ତୁ । ଖାଇବା ପିଇବାର ଖରାପ ଅଭ୍ୟାସ ଉପରେ ଧ୍ୟାନ ରଖନ୍ତୁ । ଆପଣଙ୍କ ସକାରାତ୍ମକ ବ୍ୟବହାର ଆପଣଙ୍କ କାମରେ ଦେଖାଯିବ, ଏହାଦ୍ୱାରା ଆପଣଙ୍କ ସହକର୍ମୀ ମଧ୍ୟ ଆପଣଙ୍କ ଦ୍ଵାରା ପ୍ରଭାବିତ ହେବେ ।

ବିଛା

ଆଜି ଆପଣଙ୍କ ନୂଆ ପଦକ୍ଷେପ ଦ୍ଵାରା ଜୀବନ ସୁନ୍ଦର ହୋଇ ପାରେ । କୌଣସି ପରିସ୍ଥତିରେ ଆପଣ ନେତୃତ୍ଵକାରୀ ଭୂମିକାରେ ରହି ପାରନ୍ତି । କିଛି ବିଶେଷ ନିଷ୍ପତ୍ତି ଆପଣଙ୍କୁ ନେବାକୁ ପଡି ପାରେ । ଅଟକି ଥିବା ଘରୋଇ କାମକୁ ନିଜ ଜୀବନସାଥିଙ୍କ ସହିତ ମିଶି ପୁରା କରିବାର ବ୍ୟବସ୍ଥା କରିବେ । କାହା ସହିତ ଆବଶ୍ୟକତା ଠାରୁ ଅଧିକ ବନ୍ଧୁତା କରନ୍ତୁ ନାହିଁ, କାରଣ ଏଥିପାଇଁ ଆପଣଙ୍କୁ ପରେ ଅନୁତାପ କରିବାକୁ ପଡିପାରେ । ଆଜି ସୂର୍ଯ୍ୟଙ୍କ ପୂଜା କରନ୍ତୁ ।

ଧନୁ

ଆଜି କୌଣସି ବ୍ୟକ୍ତି ଆପଣଙ୍କ କ୍ୟାରିୟରକୁ ନୂଆ ଦିଗ ଦେବାରେ ସାହାଯ୍ୟ କରିବେ । ଆପଣଙ୍କ ପ୍ରାଧାନ୍ୟ ପ୍ରକୃତି ସମାଲୋଚନାର କାରଣ ହୋଇ ପାରେ । ବିପୁଳ ସୃଜନଶୀଳତା ଏବଂ ଉତ୍ସାହ ଆପଣଙ୍କୁ ଅନ୍ୟ ଏକ ଲାଭକାରୀ ଦିନକୁ ନେଇ ଯିବ । ଆଜି ଆପଣଙ୍କୁ ସ୍ତ୍ରୀଙ୍କ ଦ୍ଵାରା ଲାଭ ମିଳିବାର ସମ୍ଭାବନା ଅଛି । ପରିଷ୍କାର କଥା ହେବା ସମସ୍ୟାରୁ ରକ୍ଷା ପାଇ ପାରିବେ । ସାଙ୍ଗ ଏବଂ ସମ୍ପର୍କୀୟଙ୍କ ସାହାଯ୍ୟ ମଧ୍ୟ ଆପଣଙ୍କୁ ମିଳିପାରେ । ଧନ ଲାଭ ହେବ ।

ମକର

ଆଜି ଶରୀରରେ ଫୁର୍ତି କମ ରହିବା କାରଣରୁ କାମ କରିବାର ଉତ୍ସାହ କମ ରହିବ । ଆର୍ଥିକ ସମସ୍ୟାକୁ ଗମ୍ଭୀରତାର ସହିତ ମୁକାବିଲା କରିବେ । କାରବାର ମାମଲାରେ ଆରୋପ ଲାଗି ପାରେ । ଅଧା ଥିବା କାମକୁ ସଫଳତା ପୂର୍ବକ ପୁରା କରି ପାରିବେ । ସାନ୍ତାନଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତା ରହିବ । ଆପଣଙ୍କ ମନରେ ଥିବା ସନ୍ଦେହ ମଧ୍ୟ ଦୂର ହୋଇ ପାରେ । ଯାହା ବରିବର୍ତ୍ତନ ହେଉଛି ତାହା ଆପଣଙ୍କ ଉର୍ଣ୍ଣତି ପାଇଁ ଆବଶ୍ୟକ ଅଟେ । ସଫଳତା ପାଇବା ପାଇଁ ସୂର୍ଯ୍ୟଦେବଙ୍କୁ ଭକ୍ତି ମନରେ ପୂଜା କରନ୍ତୁ ।

କୁମ୍ଭ

ଘର ବାତାବରଣରେ ସୁଖ ଶାନ୍ତି ରହିବ । ପ୍ରତିଯୋଗୀଙ୍କ ଠାରୁ ବିଜୟ ହାସଲ କରିବେ । ଆପଣ ଆପଣଙ୍କ ପ୍ରିୟଙ୍କ ମନୋଭାବ ପ୍ରତି ଅତ୍ୟନ୍ତ ସଂବେଦନଶୀଳ ରହିବେ । ନିଜର ରାଗ ଉପରେ ନିୟତ୍ରଣ ରଖନ୍ତୁ ଏବଂ ଏମିତି କିଛି କରନ୍ତୁ ନାହିଁ ଯାହା ପାଇଁ ଆପଣଙ୍କୁ ବାକି ଜୀବନ ଅନୁତାପ କରିବାକୁ ପଡିବ । ଚାକିରିରେ ସ୍ଥାନ ପରିବର୍ତ୍ତନ ହେବାର ସମ୍ଭାବନା ଅଛି । କୌଣସି ଭଲ ଖବର ମିଳିପାରେ । ଚାକିରିରେ ଅଧିକାରୀ ଆପଣଙ୍କ ଉପରେ ଖୁସି ହୋଇ ପାରନ୍ତି । ନୂଆ ଦାୟିତ୍ଵ ମଧ୍ୟ ମିଳିବାର ସମ୍ଭାବନା ଅଛି ।

ମୀନ

ଆଜି ଆପଣ ସମ୍ପୂର୍ଣ ଚେଷ୍ଟା କରିବେ କି ସବୁ ପରିବାରର ସଦସ୍ୟ ଉଭୟଙ୍କ ସାହିତ ଭଲରେ ରହିବେ ଏବଂ ଜଣେ ଅନ୍ୟ ଜଣଙ୍କ ଉପରେ ଭରସା କରିବେ । କୌଣସି ବିଶେଷ ବ୍ୟକ୍ତିଙ୍କ ସହିତ ଆପଣ ଆପଣଙ୍କ ମନର କଥାକୁ ଶେୟାର କରିବେ । ଆପଣ କୌଣସି ବଡ ନିଷ୍ପତ୍ତି ମଧ୍ୟ ନେଇ ପାରନ୍ତି । ମାଆଙ୍କ ଠାରୁ ଖୁସି ମିଳିବ । ବ୍ୟବସାୟରେ ବୃଦ୍ଧି ହୋଇ ପାରେ । ପୁରୁଣା ସମସ୍ୟାକୁ ଶେଷ କରିବା ପାଇଁ ଏହି ଦିନ ଭଲ ଅଛି । ଆଜି ବିଦ୍ୟାର୍ଥୀ ମାନଙ୍କୁ ସଫଳତା ମିଳିବ । ସବୁଦିନ ନିଜ ରାଶି ସମ୍ବନ୍ଧରେ ଜାଣିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *