‘ଭଲ ପାଇଥିଲି, ହୋଟେଲ ଯାଇଥିଲି, ସବୁ ନେଲା, ମୋ ସହ ସବୁ କିଛି କଲା, ହେଲେ ଏବେ ସେ ମତେ…’ ଦେଖନ୍ତୁ video

ବନ୍ଧୁଗଣ, ସୂଚନା ଅନୁଯାୟୀ ଜଣେ ଝିଅ ପ୍ରେମିକ ଗାଁ ରେ ପହଞ୍ଚି ତାଙ୍କ ଘର ସମ୍ମୁଖରେ ଧାରଣା ଦେଇଛି । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ଆଜିଭଳି ଦିନରେ ପ୍ରେମର ଭାଷା ବଦଳିଛି, ପ୍ରେମର ସାଜ୍ଞା ବଦଳିଛି ତଥା ଭଲପାଇବାର ଅର୍ଥ ମଧ୍ୟ ବଦଳିଛି । ଏଠାରେ ପ୍ରେମ କହିଲେ କେବଳ ଧୋକା । ଏହି ଘଟଣା ଟି ହେଉଛି କେନ୍ଦ୍ରାପଡା ଜିଲ୍ଲା ମହାକାଳ ପଡା ବ୍ଲକ ମାର୍ସାହାଇ ଥାନା ଅନ୍ତର୍ଗତ ବାନ୍ଧକୁଦ ଗ୍ରାମରେ ।

ଏହି ଗ୍ରାମର ରମେଶ ଚନ୍ଦ୍ର ଓଝା ଙ୍କର ପୁଅ ରଞ୍ଜନ ଓଝା ଙ୍କର ବୟସ ୨୮ ବର୍ଷ । ଝାଡଖଣ୍ଡ ରେ ସେ କାର୍ଯ୍ୟ କରୁଛନ୍ତି । ଆଉ ସେଠାରେ କାର୍ଯ୍ୟ କରୁଥିବା ସମୟରେ ଯାଜପୁର ସଦର ଥାନା ଅନ୍ତର୍ଗତ ଏକ ଝିଅ କୁ ଇଂଷ୍ଟାଗ୍ରାମ ରେ ଚାଟିଙ୍ଗ କରିଲେ ଏବଂ ଦୀର୍ଘ ୧୪ ମାସର ଚାଟିଙ୍ଗ ପରେ ଉଭୟଙ୍କ ଭିତରେ ଗଢି ଉଠିଥିଲା ସମ୍ପର୍କ ।

ଆଉ ଏହା ପରେ ଘର ଭଉଣୀ ଘର ଏଭଳିକି OYO ହୋଟେଲ ସବୁଠିକୁ ଗଲେ । ବାରମ୍ବାର ହୋଟେଲ ତଥା ନିଜ ଗ୍ରାମରେ ଶାରୀରିକ ସମ୍ପର୍କ ରଖିବା ପରେ ରମେଶ ଏବେ କହୁଛନ୍ତି ଯେ ମୁଁ ତତେ ବିବାହ କରି ପାରିବି ନାହିଁ । ଏହାକୁ ନେଇ ମହିଳା ଜଣକ ମଧ୍ୟ ଥାନା ର ଦ୍ଵାରସ୍ଥ ହୋଇଛନ୍ତି । ଥାନାରେ ରମେଶ ସବୁ କହିଲେ ବିବାହ କରି ତାଙ୍କୁ ପାଖରେ ରଖିବି ବୋଲି କହିଲେ । ମାତ୍ର ଥାନା ବାହାରେ ସବୁକିଛି ବଦଳିଗଲା ।

ବର୍ତ୍ତମାନ ନ୍ୟାୟ ପାଇବା ନିମନ୍ତେ ଯୁବତୀ ଜଣକ ତାଙ୍କ ପ୍ରେମିକଙ୍କ ଘର ସାମ୍ନାରେ ଧାରଣା ଦେଇଛନ୍ତି । ଏହି ସମୟରେ ପ୍ରେମିକ ଫୋନ କରି କହୁଛି ଯେ ମୁଁ ତତେ ହୋଟେଲ କୁ ମଧ୍ୟ ନେଇଥିଲି, ତେବେ ତୁ ଜା ହୋଟେଲ ଦୁଆର ମୁହଁରେ ବସିବୁ ତୋର ସବୁ ସମସ୍ୟାର ସମାଧାନ ହୋଇଯିବ । ମାତ୍ର ଏହା ଦେଖିବାକୁ ବାକି ରହିଲା ଯେ ଏହି ଝିଅଟି କେବେ ନ୍ୟାୟ ପାଉଛି ? ପ୍ରେମିକ କେବେ ଝିଅ ପାଖକୁ ଆସି ତାଙ୍କୁ ସ୍ଵୀକାର କରୁଛନ୍ତି ?

ମଥାରେ ସିନ୍ଦୁର ହାତରେ ଶଙ୍ଖା ଦେଇ କେବେ ତାଙ୍କୁ ଗ୍ରହଣ କରୁଛନ୍ତି ? ତେବେ ଏହିଭଳି ପ୍ରେମ ଆଜିର ଦିନରେ ବଢିବାକୁ ଲାଗିଛି । ଏହାକୁ ନେଇ ସମାଜ ସଂପୂର୍ଣ୍ଣ ଭାବରେ ନଷ୍ଟ ହେବାକୁ ଲାଗିଲାଣି ଆଉ ଏହାକୁ ଏହିଭଳି ତୁଚ୍ଛ ମନୁଷ୍ୟ ହିଁ ନଷ୍ଟ କରିବାରେ ବସିଛନ୍ତି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *