ନୂଆ ନମ୍ବର ପ୍ଳେଟ ମାମଲାରେ ଜବାବ ମାଗିଲେ High Court, ଆଉ କହିଲେ କିଛି ଏମିତି…

ବନ୍ଧୁଗଣ, ସୂଚନା ଅନୁଯାୟୀ ସ୍ଲଟ ବୁକିଙ୍ଗ ନିମନ୍ତେ ସମୟସୀମା ଅଧିକ ବୃଦ୍ଧି କରି ହେବ କି ନା କୋର୍ଟ ବର୍ତ୍ତମାନ ପ୍ରଶ୍ନ କରିଛନ୍ତି । ହାଇସିକ୍ୟୁରିଟି ନମ୍ବର ପ୍ଳେଟ ମାମଲାରେ ଦୁଇଜଣ ବସ ମାଲିକ ହାଇକୋର୍ଟ ରେ ଆବେଦନ କରିଥିଲେ ବର୍ତ୍ତମାନ ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ କୁ ନେଇ ସାଧାରଣ ଲୋକେ ସମସ୍ୟାରେ ପଡି ରହିଛନ୍ତି । ଡିସେମ୍ବର ପର୍ଯ୍ୟନ୍ତ ଦୁଇ ଚକିଆ ଗାଡିର ସଲ୍ଟ ବୁକିଙ୍ଗ ସେସ ହୋଇସାରିଛି ବର୍ତ୍ତମାନ ସୁଦ୍ଧା ମାତ୍ର ୭ ଲକ୍ଷ ଗାଡିରେ ନମ୍ବର ପ୍ଳେଟ ଲାଗି ପାରିଛି,

ପାଖାପାଖି ମୋଟ ୮୦ ଲକ୍ଷରୁ ଅଧିକ ଗାଡି କେବେ ସୁଦ୍ଧା ବାକି ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ ଲାଗି ପାରିବ ତାହାକୁ ନେଇ ଗୋଟିଏ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସାଧାରଣ ଲୋକେ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛନ୍ତି ଯେ ଆଇନ ଆସୁଛି ଏବଂ ଆଇନ ନିମନ୍ତେ ଏକ ଭୀତିଭୂମି ରହିଅଛି କି ?

ନୂଆ ନମ୍ବର ପ୍ଳେଟ କୁ ନେଇ ଯେଉଁ ଦ୍ଵନ୍ଦ ରହିଅଛି ତାହା ସମ୍ବନ୍ଧରେ ମାନ୍ୟବର ହାଇକୋର୍ଟ ଏହା କହିଛନ୍ତି ଯେ, ଡିସେମ୍ବର ୩୧ ପର୍ଯ୍ୟନ୍ତ ଆଉ ସ୍ଲଟ ବୁକିଙ୍ଗ କରିବାର କୌଣସି ପ୍ରକାରର ସୁବିଧା ନାହିଁ । ରାଜ୍ୟରେ ଯଦି ସଂଖ୍ୟା କଥା କୁହାଯାଏ, ତେବେ ୮୦ ଲକ୍ଷରୁ ଅଧିକ ଗାଡି ରହିଅଛି ଏବଂ ସବୁ ଗାଡି କୁ ସରକାର ହାଇ ସିକ୍ୟୁରିଟି ନମ୍ବର ପରିସର ଭୁକ୍ତ କରିବା ପାଇଁ ଚାହୁଁଛନ୍ତି ଅଥବା ଆଇନ ଆଣିଛନ୍ତି ।

ସେପ୍ଟେମ୍ବର ୨୫ ସୁଦ୍ଧା ବୁକିଙ୍ଗ ହୋଇଛି ମାତ୍ର ୧୬ ଲକ୍ଷ ୭୮ ହଜାର ୧୬୩ ଗାଡିର ସ୍ଲଟ । ୮୦ ଲକ୍ଷ ଗାଡି କଥା କୁହାଯାଉଥିବା ବେଳେ ମାତ୍ର ୧୬ ଲକ୍ଷ ଗାଡି ବର୍ତ୍ତମାନ ସୁଦ୍ଧା ସ୍ଲଟ ବୁକିଙ୍ଗ ହୋଇଛି । ମାତ୍ର ୭ ଲକ୍ଷ ୩୦ ହଜାର ୩୦୩ ଟି ଗାଡିରେ ଲାଗିଛି ହାଇ ସିକ୍ୟୁରିଟି ନମ୍ବର । ସମସ୍ତ ଗାଡି ପାଇଁ ଚୁଡାନ୍ତ ସମୟସୀମା ଡିସେମ୍ବର ୩୧ ତାରିଖ ରହିଛି ।

ଏହି କଥା ପୂର୍ବରୁ ପରିବହନ ବିଭାଗ ତରଫରୁ ଗାଇଡଲାଇନ ଆସିଥିଲା । ବର୍ତ୍ତମାନ ସ୍ଲଟ ବୁକିଙ୍ଗ ଗୁରୁତ୍ଵର ସମସ୍ୟା ହୋଇଛି ଏବଂ ସାଧାରଣ ଲୋକଟିଏ ବହୁତ ହଇରାଣ ହେଉଛି । ଯଦି ସେମାନେ କରିନଥିବେ ତଥା କାଗଜ ପତ୍ର ନଥିବ ତେବେ ତାଙ୍କୁ ଫାଇନ ମଧ୍ୟ ଭୋଗିବାକୁ ପଡିବ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *