ହେ ଭଗବାନ ! ମରୁ ମରୁ ବଞ୍ଚିଗଲେ…ଛାତି ଥରି ଉଠିବ ଥରେ ଦେଖନ୍ତୁ ଏହି Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହା ଆପଣଙ୍କୁ ଚକିତ କରିଦେବ । ଜଣେ ବ୍ୟକ୍ତି ହାତୀ କୁ ଘଉଡାଇବାକୁ ଯାଇ ନିଜେ ଫସିଯାଇଥିଲେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ସାଧାରଣତଃ ଆମ ଆଖପାଖରେ ଅନେକ ଘଟଣା ଅଘଟଣା ମାନ ଦେଖିବାକୁ ମିଳିଥାଏ । ସେଗୁଡିକ ମଧ୍ୟରୁ କିଛି ଏଭଳି ଭାବରେ ହୃଦୟ ଥରାଇ ଦେଇ ଥାଏ ଯେ ତାହା ଧାରାଣର ବାହାରେ ।

କୌଣସି ଏକ ଗ୍ରାମରେ ଜଙ୍ଗଲି ହାତୀଟିଏ ଜଙ୍ଗଲରୁ ଗ୍ରାମ ଭିତରକୁ ପଶି ଆସିଥିଲା । ଏହାପରେ ସେ ତାଣ୍ଡବ କରିବାକୁ ଲାଗିଥିଲା । ସମସ୍ତେ ଭୟଭୀତ ହୋଇଯାଇଥିଲେ । ମାତ୍ର ଠିକ ସମୟରେ ଗାଁ ର ଜଣେ ବ୍ୟକ୍ତି ହାତୀ କୁ କଳ ବଳ କୌଶଳେ ଘଉଡାଇବାକୁ ଲାଗିଲା । ହାତୀ ଆଗରେ ଏବଂ ଲୋକଟି ହାତୀ ପଛରେ ଯାଉଥାଏ, ହଠାତ ହାତୀଟି ପଛକୁ ବୁଲି ଲୋକକୁ ଗୋଡାଇବାକୁ ଲାଗିଲା ଏବଂ ଲୋକଟି ତଳେ ପଡିଯାଇଥିଲେ ।

ତଳେ ପଡିବା ସହିତ ହାତୀ ପାଦ ମଧ୍ୟ ସେହି ଲୋକ ଦେହରେ ବାଜିଥିଲା । ଏବଂ ସେ ଅଳ୍ପକେ ବଞ୍ଚିଲା ଭଳି ବଞ୍ଚିଗଲେ । କିନ୍ତୁ ହାତୀ ପାଦ ତଳେ ପଡି ମଧ୍ୟ ଲୋକଟିର ସାହସ କୁ ମାଣିବାକୁ ହେବ । ସେ ଆଦୌ ଭୟ ନକରି ପୁଣି ଆଗକୁ ମାଡି ଚାଲିଲା ହାତୀକୁ ଘଉଡାଇବା ନିମନ୍ତେ । ଏହି ସମସ୍ତ ଘଟଣା କୁ ଦେଖୁଥାନ୍ତି ଦୂରରେ ଛିଡା ହୋଇଥିବା ଅନ୍ୟ ଗ୍ରାମବାସୀ ମାନେ ।

ସେମାନ ବଡ ପାଟିରେ ସେହି ଲୋକଙ୍କୁ ଡାକି କହୁଥାନ୍ତି ଯେ ଆରେ ଭାଇ ପଳେଈ ଆସେ କାହିଁ ଯାଉଛୁ ହାତୀ ପଛରେ ? ମାତ୍ର ଲୋକଟି କାହା କଥା ଶୁଣିବାକୁ ନାରାଜ । ସେ ଏକା ଜିଦରେ ହାତୀ ପଛରେ ଧାଉଁଥାଏ । କିନ୍ତୁ ଏହିଭଳି ମୂର୍ଖତା କାମ କରିବା କଣ ନିହାତି ଆବଶ୍ୟକ ଥିଲା ? ଯଦି ହାତୀ ନିଜ ଜିଦ ରେ ଆସି ଲୋକ ଟିକୁ ନିଜ ଗୋଡରେ ଦଳି ଦେଇଥାନ୍ତା ?

ତେବେ କାହାର କ୍ଷତି ହୋଇଥାନ୍ତା ? ଦୁନିଆରେ ମଣିଷକୁ ସବୁଠାରୁ ବୁଦ୍ଧିମାନ ଏବଂ ଶ୍ରେଷ୍ଠ ବୋଲି କୁହାଯାଇଅଛି । ମାତ୍ର ଯଦି ମଣିଷ ଏହିଭଳି ଅମାନୁଷିକତା ଭଳି କାର୍ଯ୍ୟ କରେ ତେବେ କାହାକୁ କଣ କହିବ ? ନିଜେ ବଞ୍ଚିଲେ ଜୀବନରେ କିଛି କରିବା ଯଦି ଏଭଳି ବିପଦକୁ ଜାଣିଶୁଣି ଡାକି ନିଜ ପାଖକୁ ଆଣିବ ତେବେ ଏଥି ନିମନ୍ତେ ଦାୟୀ କିଏ ? ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟାମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *