ଶରୀରରେ ଅକ୍ସିଜେନର ସ୍ତର କମ ହେଲେ ଦେଖାଦିଏ ଏହି 6 ଟି ବଡ ଲକ୍ଷଣ, ଭୁଲରେ ମଧ୍ୟ କରନ୍ତୁ ନାହିଁ ଅଣଦେଖା- Health Tips

ବନ୍ଧୁଗଣ ବର୍ତ୍ତମାନ ଦେଶରେ କରୋନା ମହାମାରୀର କୋପ ବହୁତ ଅଧିକ ବଢିଯାଇଛି । ଲକ୍ଷାଧିକ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସା ନେଉଥିବା ବେଳେ ହଜାର ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଇ ବସିଛନ୍ତି । ବନ୍ଧୁଗଣ ଗତବର୍ଷ ଅପେକ୍ଷା କରୋନା ମହାମାରୀ ସଂକ୍ରମଣ ଏହି ବର୍ଷ ବହୁତ ଅଧିକ ବଢି ଯାଇଛି ଯାହାଫଳରେ ହସ୍ପିଟାଲରେ ବେଡ ଓ ଆକ୍ସିଜେନ ସିଲିଣ୍ଡରର ଘୋର ଅଭାବ ଦେଖାଯାଇଛି ।

ଭାରତ ସରକାର ଏହି ଭାଇରସର ସଂକ୍ରମଣକୁ ରୋକିବା ପାଇଁ ବହୁତ ଚିନ୍ତାରେ ଅଛନ୍ତି । ବନ୍ଧୁଗଣ ଏହି ବର୍ଷ ଭାରତରେ ଆକ୍ସିଜେନର ଅଭାବ ଏକ ଚିନ୍ତାର ବିଷୟ ପାଲଟିଛି । ବନ୍ଧୁଗଣ ଏହି ଭାଇରସ ମୁଖ୍ୟତଃ ବର୍ତ୍ତମାନ ମଣିଷ ଶରୀରର ଫୁସଫୁସ ଉପରେ ପ୍ରଭାବ ପକାଉଛି ।

ଏହା ଫୁସଫୁସ ଉପରେ ସିଧାସଳଖ ପ୍ରଭାବ ପକାଉଥିବାରୁ ଏଥିପାଇଁ ରୋଗୀ ମାନଙ୍କର ଅମ୍ଳଜାନ ସ୍ତର ଯଥେଷ୍ଟ ହ୍ରାସ ପାଇଥାଏ। କରୋନା ଫୁସଫୁସ ଏବଂ ଶ୍ୱାସକ୍ରିୟାକୁ ସିଧାସଳଖ ପ୍ରଭାବିତ କରିଥାଏ, ତେଣୁ ଶରୀରକୁ ଏହି ସମୟରେ ଅଧିକରୁ ଅଧିକ ଅମ୍ଳଜାନର ଆବଶ୍ୟକ ହୋଇଥାଏ ।

କରୋନା ସଂକ୍ରମଣ ହେତୁ ଶରୀରରେ ଅମ୍ଳଜାନ ଅଭାବର ଗମ୍ଭୀର ପରିଣାମ ଦେଖିବାକୁ ମିଳୁଛି, ତେଣୁ କୋଭିଡ ରୋଗୀ ଏବଂ ତାଙ୍କର ଯତ୍ନକାରୀମାନେ ରୋଗୀର ଅମ୍ଳଜାନ ସ୍ତର ପ୍ରତି ବିଶେଷ ଧ୍ୟାନ ଦେବା ନିହାତି ଆବଶ୍ୟକ ଅଟେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ରୋଗ ନିୟନ୍ତ୍ରଣ ଅନୁଯାୟୀ, ସୁସ୍ଥ ଏବଂ ସାଧାରଣ ମଣିଷର ଅମ୍ଳଜାନ ସ୍ୟାଚୁରେସନ୍ ସ୍ତର ୯୫ ରୁ ୧୦୦ପ୍ରତିଶତ ମଧ୍ୟରେ ରହିବା ଉଚିତ।

ଅମ୍ଳଜାନ ଅଭାବ ହେତୁ ଶରୀରରେ ରକ୍ତ ସଞ୍ଚାଳନ ଅନେକ ସମସ୍ୟା ଆସିଥାଏ । କେବଳ ଏତିକି ନୁହେଁ, ଅମ୍ଳଜାନର ଅଭାବରେ ମସ୍ତିଷ୍କର ରକ୍ତସ୍ରାବ ଏବଂ ହୃଦଘାତର ଆଶଙ୍କା ମଧ୍ୟ ବଢ଼ି ଯାଇଥାଏ । ମଧୁମେହ ରୋଗୀଙ୍କ ଠାରେ ଅମ୍ଳଜାନର ଅଭାବ ହେତୁ ରକ୍ତରେ ଥିବା ସୁଗାର୍ ଲେବୁଲ୍ ହଠାତ୍ ବଢ଼ିଯାଏ, ଯାହା ଅତ୍ୟନ୍ତ ଘା-ତ-କ ଅଟେ। ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଶରୀରରେ ଅମ୍ଳଜାନ କମିବାର କିଛି ବିଶେଷ ଲକ୍ଷଣ ଗୁଡିକ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟର ।

୧.ନିଶ୍ୱାସ ନେବାରେ ଅସୁବିଧା ହେବା ।

୨.କ୍ଳାନ୍ତ ଅନୁଭବ କରିବା ।

୩.ମୁଣ୍ଡ ବୁଲାଇବା ଏବଂ ଭ୍ରମ ଉତ୍ପନ୍ନ ହେବା ।

୪.ଓଠ ଏବଂ ମୁହଁର ରଙ୍ଗ ନୀଳ ହୋଇଯିବା ।

୫.ଛାତି ରେ ଯନ୍ତ୍ରଣା କିମ୍ବା ଜଳୁଥିବା ପରି ଲାଗିବା ।

୬.ଚାଲିବା ଏବଂ ଉଠିବାରେ ଅସୁବିଧା ହେବା ।

ତା ହେଲେ ବନ୍ଧୁଗଣ ଯଦି ଆପଣ ମାନଙ୍କର ଏହି ସବୁ ଲକ୍ଷଣ ଦେଖାଯାଉଛି ତା ହେଲେ ଆପଣ ସତର୍କ ହୋଇଯାନ୍ତୁ ଓ ନିଜ ଶରୀରର ଅମ୍ଳଜାନ ସ୍ଥିତିକୁ ସଠିକ କରିବା ପାଇଁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ, ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *