୨୦ ଏପ୍ରିଲ ପରେ ଏହି ସବୁ ଜିନିଷକୁ ଦେଲେ ଖୋଲିବା ପାଇଁ ଆଦେଶ

ଭାରତରେ ଲକଡାଉନକୁ ୩ ମେ ପର୍ଯ୍ୟନ୍ତ ବଢାଇବା ପରେ ପିଏମ ମୋଦୀ ପୁଣି ଥରେ ସମସ୍ତ ଦେଶବାସୀଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି । କହିବାକୁ ଗଲେ ବର୍ତ୍ତମାନ ହି ଗୃହ ମନ୍ତ୍ରାଳୟ କିଛି ନୂଆ ଗାଇଡଲାଇନ ଜାରି କରିଛନ୍ତି । ଏହି ଗାଇଡଲାଇନ ସମସ୍ତ ମନ୍ତ୍ରାଳୟ/ବିଭାଗ, ଭାରତ ସରକାର, ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକ ପାଇଁ ଜାରି ହୋଇଛି । ଆପଣଙ୍କୁ କହିଦେଉଛୁ କି ଗୃହ ମନ୍ତ୍ରାଳୟ ୨୦ ଏପ୍ରିଲ ପର ଠାରୁ କିଛି ଇଣ୍ଡଷ୍ଟ୍ରିକୁ କାମ କରିବା ପାଇଁ ଅନୁମତି ଦେଇଛନ୍ତି ।

ଏହା ସହିତ ଉପଦେଶ ଦିଆ ଯାଇଛି କି ଏହି ସମସ୍ତ ସ୍ଥାନରେ କାମ କରୁଥିବା କର୍ମଚାରୀମାନେ ଶାରୀରିକ ଦୂରତାର ନିୟମକୁ ପାଳନ କରିବେ । ଏହା ସହିତ କାର୍ଯାଳୟ ଭିତରେ କିମ୍ବା ପାଖରେ କୌଣସି ଘରେ ତାଙ୍କର ରହିବା ଓ ଖାଇବାର ଉଚିତ ବ୍ୟବସ୍ଥା କରାଯିବା ଦରକାର । କିନ୍ତୁ ନୂଆ ନିର୍ଦେଶ ଅନୁସାରେ ସମସ୍ତ ପ୍ରକାରର ପରିବହନ ସେବା ଗୁଡିକ ଉପରେ ଲକଡାଉନର ନିୟମ ଲାଗୁ ରହିଛି ।

Google

ସମସ୍ତ ରାଜ୍ୟର ସୀମା ଗୁଡିକ ବି ବନ୍ଦ ରହିବ । କିନ୍ତୁ ଆବଶ୍ୟକ ସେବା ଗୁଡିକ ପାଇଁ ଲୋକମାନେ ବାହାରକୁ ଯାଇ ପାରିବେ । ୫୦ ପ୍ରତିଶତ କର୍ମଚାରୀଙ୍କ ସହିତ ଆଇଟି କମ୍ପାନୀମାନଙ୍କୁ କାମ କରିବା ପାଇଁ ଅନୁମତି ଦିଆ ଯାଇଛି । ଅନ୍ୟ ପଟେ ଇ-କମର୍ସ, କୁରିୟର, ଆଇଟୀ ରିପେୟର ଭଳି ସେବା ଗୁଡିକ ଚାଲୁ କରିବା ପାଇଁ ଅନୁମତି ଦିଆ ଯାଇଛି ।

Google

ଦରକାରୀ ଜିନିଷ ଉପଲବ୍ଧ କରୁଥିବା ଇ – କମର୍ସ କମ୍ପାନୀ, ରାସନ ଦୋକାନ, ଫଳ – ପନିପରିବା ଦୋକାନ, ସଫେଇ କାର୍ଯ୍ୟରେ ଲାଗୁଥିବା ଜିନିଷର ଦୋକାନ, ଡେରି ଓ ମିଲ୍କ ବୂଥ, ପୋଲ୍ଟ୍ରୀ, ମାଛ, ମାଂସ ଓ ଚାରା ବିକ୍ରି କରୁଥିବା ଦୋକାନ ଗୁଡିକର ଜିନିଷକୁ ଜିଲ୍ଲା ପ୍ରଶାସନର ଏହା ଦାୟିତ୍ଵ ରହିବ କି ଏହି ସମସ୍ତ ସେବା ଗୁଡିକର ହୋମ ଡେଲିଭରି କରିବାର ବ୍ୟବସ୍ଥା କରନ୍ତୁ ।

ଯାହା ଦ୍ଵାରା ଅଧିକ ଲୋକମାନେ ଘରୁ ନ ବାହାରିବେ । ଏହା ସହିତ ବ୍ୟାଙ୍କ ଓ ଏଟିଏମ ଖୋଲା ରହିବ । କ୍ୟାପିଟାଲ ଓ ଡେବିଟ ମାର୍କେଟ ସମସ୍ତେ ନିର୍ଦେଶ ଅନୁସାରେ କାମ କରିବେ । ମନରେଗା ଅନୁସାରେ ଶ୍ରମିକମାନଙ୍କୁ ମାସ୍କ ଓ ସାମାଜିକ ଦୂରତାକୁ ପାଳନ କରିବା ପାଇଁ ଦାୟିତ୍ଵ ଦିଆଯିବ । ପେଟ୍ରୋଲ, ଡିଜେଲ, କିରୋସିନ, ସିଏନଜି, ଏଲପିଜି ଓ ପିଏନଜିର ସପ୍ଲାଇ ଜାରି ରହିବ । ଡାକଘର ଖୋଲା ରହିବ ଓ ଡାକ ସେବା ବି ଜାରି ରହିବ । ଆଇଟି ସେବା ଗୁଡିକ ବି ଚାଲୁ ରହିବ ।

Google

ହସ୍ପିଟାଲ, ନର୍ସିଙ୍ଗ ହୋମ, କ୍ଲିନିକ, ଟେଲିମେଡିସିନ ସେବା ଗୁଡିକ ଚାଲୁ ରହିବ । ଡିସ୍ପେଂସରୀ, କେମିସ୍ଟ, ଫାର୍ମେସୀ, ଜନ ଔଷଧି କେନ୍ଦ୍ର ଗୁଡିକ ସହ ସମସ୍ତ ପ୍ରକାରର ଔଷଧ ଦୋକାନ ଓ ମେଡିକାଲ ଇକ୍ୱିପମେଂଟର ଦୋକାନ, ମେଡିକାଲ ଲ୍ୟାବ ଓ କଲେକ୍ସନ ସେଂଟର, ଫାର୍ମା ଓ ମେଡିକାଲ ରିସର୍ଚ ଲ୍ୟାବ, କରୋନା ସହ ଜଡିତ ରିସର୍ଚ କରୁଥିବା ସଂସ୍ଥା, ଭେଟରନରୀ ହସ୍ପିଟାଲ, ଡିସ୍ପେଂସରୀ କ୍ଲିନିକ, ପାଥୋଲୋଜୀ ଲ୍ୟାବ, ଟୀକା ଓ ଔଷଧର ବିକ୍ରି, କରୋନାକୁ ରୋକିବା ପାଇଁ ଜରୁରୀ ସେବା ଦେଉଥିବା ସମସ୍ତ ଅଧିକୃତ ପ୍ରାଇଭେଟ ସଂସ୍ଥା, ହୋମ କେୟାର, ଡାୟଗ୍ନୋସ୍ଟିକ ଓ ହସ୍ପିଟାଲ ପାଇଁ କାମ କରୁଥିବା ଜିନିଷ ଗୁଡିକର ସପ୍ଲାଇ ଚାଲୁ ରହିବ । ଆଗକୁ ସମସ୍ତ ଅପଡେଟ ପାଇବା ପାଇନ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *