ମହାଭାରତରେ ଏହି ଉପାୟ ଆପଣାଇଥିଲେ ଅର୍ଜୁନ, ସବୁ ଶତ୍ରୁ ଆପଣଙ୍କ ଆଗରେ ମୁଣ୍ଡ ନୂଆଁଇବେ

କୌଣସି ବି ମଣିଷ ଅସୁବିଧା ର ସମ୍ମୁଖୀନ ହେବା ଦ୍ଵାରା ସର୍ବଦା ପ୍ରଥମେ ଭଗବାନଙ୍କୁ ପ୍ରାର୍ଥନା କରିଥାଏ । ଏହା ସହିତ ଭଗବାନଙ୍କ ଦ୍ଵାରା ଉଚିତ ମାର୍ଗ ଦର୍ଶନ ପାଇଁ ଅଭିଳାଷୀ ହୋଇଥାନ୍ତି। ଲୋକମାନଙ୍କର ଏଥିରେ ପୁରା ବିଶ୍ଵାସ ଥାଏ କି ଏହା ଦ୍ଵାରା ତାଙ୍କର ସମସ୍ୟା ଠିକ ହୋଇଯିବ । ମଣିଷ ନିଜ ଉପରେ ଥିବା ବିପଦକୁ ଦୂର କରିବା ପାଇଁ ମଧ୍ୟ ଭଗବାନଙ୍କର ପୂଜା ପାଠ କରିବା ସହିତ କେତେକ ଲୋକ ଦାନ ମଧ୍ୟ କରିଥାନ୍ତି ।

ଗରିବ ଲୋକ ହେଉ କିମ୍ବା ଧନୀ ଲୋକ ହେଉ ଯଦି ଘରେ ଦିନକୁ ଦୁଇଥର ଖାଇବାକୁ ମିଳିଯାଏ ତେବେ ଘରେ ସାଧାରଣତଃ ସୁଖ ଶାନ୍ତିର ପରିବେଶରେ ରହିଥାଏ । ଏହା ଦ୍ଵାରା ଶତ୍ରୁ ସହିତ ଲଢି ଜିତିବା ମଧ୍ୟ ସମ୍ଭବ ହୋଇଥାଏ । ଆଜି ଆସନ୍ତୁ ଏପରି କିଛି ଉପାୟ ବିଷୟରେ ଜାଣିବା ଯାହା ଦ୍ୱାରା ଶତ୍ରୁର ଦମନ ଘଟିବା ସହିତ ଆପଣଙ୍କ ଘରର ସମସ୍ତ ସୁଖ ଶାନ୍ତି ଫେରି ଆସିବ ।

ହିନ୍ଦୁ ଧର୍ମରେ ଗୋମାତାଙ୍କୁ ଲକ୍ଷ୍ମୀ ଦେବୀ ଙ୍କ ସାଙ୍ଗରେ ତୁଳନା କରାଯାଇଛି । ଯଦି ଆପଣଙ୍କ ଘର ପାଖରେ କେଉଁଠି ବି ଗାଈ ଥାଆନ୍ତି ତେବେ ପ୍ରତିଦିନ ତାଙ୍କୁ ରୁଟି କିମ୍ବା ଅନ୍ୟକିଛି ଖାଇବା ପାଇଁ ଦିଅନ୍ତୁ। ଏହାଦ୍ଵାରା ମାତା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ପରିବାରକୁ ସୁଖଶାନ୍ତି ମିଳିଥାଏ। କିନ୍ତୁ ଖାଇବାକୁ ଦେବା ପରେ ଏହା ଧ୍ୟାନ ଦେବା ନିହାତି ଆବଶ୍ୟକ ତାଙ୍କୁ ସେଠାରୁ ବାଡେଇକି ବିଦା କରିବେନି । ଏମିତି କରିବା ଦ୍ଵାରା କୌଣସି ଲାଭ ମିଳି ନଥାଏ।

ଏହା ପରେ ଯଦି ଆପଣ କୌଣସି ଶତ୍ରୁ କୁ ନେଇ ଚିନ୍ତିତ ଥାଆନ୍ତି ତେବେ ଆପଣଙ୍କୁ ଜାଣି ରଖିବା ଦରକାର କି ଆପଣଙ୍କ କୁଣ୍ଡଳୀ ରେ ରାହୁ ଏବଂ କେତୁଙ୍କର ପ୍ରଭାବ ପଡିଛି । ଏଥିରୁ ରକ୍ଷା ପାଇବା ପାଇଁ ପ୍ରତିଦିନ ଗୋଟିଏ କଳା କୁକୁରକୁ ସୋରିଷ ତେଲରେ ପ୍ରସ୍ତୁତ ରୁଟି ଖାଇବାକୁ ଦିଅନ୍ତୁ ଏହାଦ୍ଵାରା ଶତ୍ରୁ ବିନାଶ ହେବା ସହିତ ରାହୁ ଏବଂ କେତୁଙ୍କ ପ୍ରକୋପରୁ ବଞ୍ଚିପାରିବେ । ଏହି ଉପାୟକୁ ମାତ୍ର ସାତ ଶନିବାର ପର୍ଯ୍ୟନ୍ତ କରିବେ।

ଭଗବାନ ଶିବଙ୍କର କାଳଭୈରବି ରୂପରେ କଳା କୁକୁର ବାହନ ହୋଇଥିବାରୁ କୁକୁରକୁ ପ୍ରତି ଶନିବାର ଦିନ ଖାଇବାକୁ ଦିଆଯାଇଥାଏ। ଏହା ଦ୍ଵାରା ସମସ୍ତ ବାଧା ଦୂର କରାଯାଇ ପାରିବ । ମହାଭାରତରେ ଅର୍ଜୁନ ଯୁଦ୍ଧକୁ ଯିବା ପୂର୍ବରୁ ଏହି ଉପାୟ ଅବଲମ୍ବନ କରିଥିଲେ ଯାହାଦ୍ୱାରା ସେ ଅପରାଜୟ ଥିଲେ।

ଯଦି ଏହି ସବୁ ଉପାୟ ଆପଣେଇବା ପରେ ଶତ୍ରୁ କବଳରୁ ମୁକ୍ତି ମିଳେନାହିଁ ତେବେ ଭାବିନେବେ ଆପଣଙ୍କ ଘରକୁ କେହି ତନ୍ତ୍ର ମନ୍ତ୍ର କରିଛି । ଏଥିରୁ ମୁକ୍ତି ପାଇବା ପାଇଁ ଘରେ ଶ୍ରୀମଦ ଭଗବତ ଗୀତା ର ପାଠ କରିବା ଆବଶ୍ୟକ। ଗୀତା ପାଠ ଦ୍ଵାରା ସମସ୍ତ ଖରାପ ଶକ୍ତିର ପ୍ରଭାବ ନାଶ ହୋଇଥାଏ। ଭଗବାନ ଶ୍ରୀ କୃଷ୍ଣଙ୍କ ଶ୍ରୀମୁଖରୁ ବାହାରି ଥିବା କଥା ଦ୍ଵାରା ଏହା ସମ୍ଭବ ହୋଇଥାଏ। ଆପଣଙ୍କୁ ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଏହାକୁ ଶେୟାର କରି ଆମ ସହିତ ଆଗକୁ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *