ଭାରତ ପାଇଁ ଭଲ ଖବର, ଧିମା ହେଉଛି କାରୋନା ସଂକ୍ରମଣ, 24ଘଣ୍ଟାରେ ମାତ୍ର…

ବର୍ତ୍ତମାନ ଏକ ଭଲ ଖବର ଆସୁଛି । ଦେଶରେ ଗତ ୨୪ ଘଣ୍ଟାରେ କରୋନା ସଂକ୍ରମଣ ମାମଲା କମ ହେବାକୁ ଲାଗିଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁସାରେ ଦେଶରେ ୪୪୭ ଟି ନୂଆ ମାମଲା ସାମ୍ନାକୁ ଆସିଛି । ଏବେ କୋଭିଡ ୧୯ ର ସଂକ୍ରମଣ ମାମଲା ବଢି ୧୨,୩୮୦ ହୋଇଛି । ୧୪୮୯ ଲୋକ ସୁସ୍ଥ ହୋଇ ସାରିଛନ୍ତି ।  ଅନ୍ୟପଟେ ବିହାରରେ ସଂକ୍ରମିତଙ୍କ ସଂଖ୍ୟା ୭୨ ହୋଇ ଯାଇଛି । ବିହାରରେ କରୋନା ଭାଇରସର ଦୁଇଟି ନୂଆ ମାମଲା ସାମ୍ନାକୁ ଆସିଛି । ଏହି ଦୁଇଟି ମାମଲା ପାଟନା ଓ ବୈଶାଳୀ ରୁ ସାମ୍ନାକୁ ଆସୁଛି ।

ସାରା ଦେଶରେ କରୋନା ଭାଇରସ ସଂକ୍ରମଣକୁ ନେଇ ଭଲ ଖବର ଆସୁଛି । ଗତ ୨୪ ଘଣ୍ଟାରେ କରୋନା ସଂକ୍ରମଣର ରେଟ କମ ହୋଇଛି । ଗତ ଗୋଟିଏ ଦିନରେ ୪୪୭ ନୂଆ ମାମଲା ଆସିଛି । ବର୍ତ୍ତମାନ ଦେଶରେ ସମୁଦାୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨,୩୮୦ ହୋଇ ଯାଇଛି । ରାଜସ୍ଥାନରେ କରୋନା ଭାଇରସର ୨୫ ଟି ନୂଆ ମାମଲା ସାମ୍ନାକୁ ଆସିଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି କି ଅଜମେର ରେ ଗୋଟିଏ, ବିକାନେର ରେ ଗୋଟିଏ, ଝୁଝୁନ ରେ ଦୁଇଟି, ଯୋଧପୁର ରେ ଦଶଟି ଓ ଟୋଙ୍କ ରେ ୧୧ ଟି ନୂଆ ସଂକ୍ରମିତ ମିଳିଛନ୍ତି । ରାଜ୍ୟରେ ସମୁଦାୟ ସଙ୍କ୍ରମିତଙ୍କ ସଂଖ୍ୟା ୧୧୦୧ ହୋଇ ଯାଇଛି ।

ମହାରାଷ୍ଟ୍ରରେ ୨ ହଜାର ୯୧୬ ଜଣ ସଂକ୍ରମିତ ଅଛନ୍ତି । ଏହା ସମୁଦାୟ ସଂକ୍ରମିତଙ୍କ ସଂଖ୍ଯାର ୨୪ % ଅଟେ । ଅର୍ଥାତ ଦେଶରେ ପ୍ରତି ୪ ଜଣ ସଙ୍କ୍ରମିତରେ ଜଣେ ମହାରାଷ୍ଟ୍ରର ଅଟନ୍ତି । ଚୀନ ରେ ଭାରତର ରାଜଦୂତ ବିକ୍ରମ ମିସ୍ତ୍ରୀ ଆଜି କହିଛନ୍ତି କି ଆଜି ସକାଳେ ଗୁଆଁଗଝୋ ରୁ ସାଢେ ୬ ଲକ୍ଷ ଟେଷ୍ଟିଙ୍ଗ କୀଟ ଧରି ବିଶେଷ ବିମାନ ଭାରତକୁ ଆସିଛି । ଏଥିରେ ରାପିଡ଼ ଆଣ୍ଟିବଡି ଟେଷ୍ଟ ଓ ଆରଏନଏ ଏକ୍ସଟ୍ରାକ୍ସନ କୀଟ ମଧ୍ୟ ସାମିଲ ଅଛି ।

Leave a Reply

Your email address will not be published. Required fields are marked *