Ollywood ଜଗତରେ ଶୋକର ଲହରୀ, ପରଲୋକରେ Odisha ର ସୁନାମଧାନ୍ୟ ସିଙ୍ଗର Tapu Mishra

କରୋନା ଭୂତାଣୁ କେତେ ଯେ ଜୀବନ ନେଲାଣି ତାହାର ସୀମା ନାହିଁ । ସେ ସାଧାରଣ ଜନତା ହେଉ ବା ସେଲିବ୍ରିଟି ପ୍ରତ୍ଯେକ ଦିନ କିଛି ନା କିଛି ଖରାପ ଖବର ଆସି ପହଞ୍ଚୁଛି । ବର୍ତ୍ତମାନ ସମୟରେ ଏକ ବଡ ଦୁଃଖଦ ଖବର ଆସି ପହଞ୍ଚିଛି ।

ଓଲିଉଡ ର ଲୋକପ୍ରିୟ ସିଙ୍ଗର ତପୁ ମିଶ୍ର ଆଉ ଏ ଦୁନିଆରେ ନାହାଁନ୍ତି । ଆଜି ତାଙ୍କର ପର ଲୋକ ହୋଇ ଯାଇଛି । ଭୁବନେଶ୍ବରର ଏକ ଘରୋଇ ହସ୍ପିଟଲ ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପର ଲୋକ ହୋଇଛି । ଗତ ଏକ ମାସ ହେବେ ସେ କରୋନା ରେ ପୀଡିତ ଥିଲେ । ଏକ ମାସ ତଳେ ତାଙ୍କର ବାପା କରୋନା ରେ ପୀଡିତ ହୋଇ ମରୁତ୍ୟୁ ବରଣ କରିଥିଲେ । ପିତା ଙ୍କ ମୃ-ତ୍ୟୁ ରେ ତପୁ ଭାଂଗି ପଡ଼ିଥିଲେ ।

ପରେ ତାଙ୍କ ଦେହ ମଧ୍ୟ ଅସୁସ୍ଥ ହୋଇଥିଲା । କୋଭିଡ଼ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା । ମେ ୧୯ ତାରିଖ ସନ୍ଧ୍ୟା ରେ ନିଶ୍ୱାସ ନେବାରେ ଅସୁବିଧା ଦେଖା ଯାଇଥିଲା ଓ ତାଙ୍କୁ ଆଇ ସି ୟୁ ରେ ଭର୍ତ୍ତି କରାଯାଇଥିଲା । ତପୁ ଙ୍କ ଆରୋଗ୍ୟ କାମନା ନିମନ୍ତେ ସମସ୍ତ ଓଲିଉଡ କଳାକାର ପ୍ରାର୍ଥନା କରିଥିଲେ ଓ ତାଙ୍କୁ ଫେସବୁକ ରେ ଟ୍ୟାଗ କରି ଶୀଘ୍ର ଆରୋଗ୍ୟ କାମନା କରିଥିଲେ ।

ଏହା ମଧ୍ୟରେ ତପୁ ମିଶ୍ର ଙ୍କ ସ୍ୱାସ୍ଥ୍ୟ ରେ ଉନ୍ନତି ଆସୁଥିଲା ଓ ସେ କରୋନା ମୁକ୍ତ ମଧ୍ୟ ହୋଇଥିଲେ କିନ୍ତୁ କରୋନା ରେ ତାଙ୍କ ଫୁସଫୁସ ସମ୍ପୂର୍ଣ୍ଣ ଭାବରେ ସଂକ୍ରମିତ ହୋଇ ଯାଇଥିବାରୁ ତାଙ୍କୁ ହସ୍ପିଟାଲରେ ରଖା ଯାଇଛି । ସେ ଏକ ଘରୋଇ ହସ୍ପିଟାଲରେ ଶତ ପ୍ରତିଶତ ଭେଣ୍ଟିଲେଟର ରେ ଥିଲେ ।

ଫୁସଫୁସ ଅଧିକ ସଂକ୍ରମିତ ହୋଇଥିବାରୁ ଷ୍ଟେବଲ ହେବା ପରେ ତାଙ୍କୁ ଚିକିତ୍ସା ପାଇଁ ବାହାରକୁ ନେବାକୁ ହେବ ବୋଲି ଡାକ୍ତର କହିଥିଲେ । କିନ୍ତୁ ଆଜି ତାଙ୍କର ପରଲୋକ ହୋଇ ଯାଇଛି । ତାଙ୍କର ପର ଲୋକ ରେ ପୁରା ଫିଲ୍ମ ଜଗତରେ ଶୋକର ଲହରୀ ଖେଳି ଯାଇଛି ।

ଏହା ସହିତ ତାଙ୍କ ଫ୍ୟାନ୍ସ ମାନଙ୍କୁ ମଧ୍ୟ ତାଙ୍କ ମୃତ୍ୟୁ ର ଖବର ଶୋକାତୁର କରି ଦେଇଛି । ତେବେ ଆମେ ଭଗବାନ ଜଗନ୍ନାଥ ଙ୍କ ନିକଟରେ ଏତିକି ପ୍ରାର୍ଥନା କରିବୁ କି ତାଙ୍କ ଆତ୍ମା କୁ ଶାନ୍ତି ମିଳୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *