ଡାକ୍ତର ପିଲାକୁ କରିଦେଲେ ମୃ-ତ ଘୋଷିତ, କାନ୍ଦି କାନ୍ଦି ମା ଡାକୁଥିଲା, “ଉଠ ମୋ ପୁଅ ଉଠ” ଆଉ ତା’ ପରେ…

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଦୁନିଆ ରେ ଏପରି କିଛି ଅଦ୍ଭୁତ ଘଟଣା ଘଟିଥାଏ ଯାହାକୁ ବିଶ୍ୱାସ ମଧ୍ୟ କରି ହୁଏ ନାହିଁ । ଠିକ ସେହି ପରି ଏକ ଘଟଣା ନଜର କୁ ଆସିଛି । ହରିୟାଣା ରାଜ୍ୟ ର ବାହାଦୂରଗଡ଼ ଜିଲ୍ଲା ର ଫୋର୍ଟ ମୋହଲା ଅଞ୍ଚଳ ର ବିଜୟ ଶର୍ମା ଙ୍କ ନାତି କୁନାଲ ଶର୍ମା ଗତ କିଛି ଦିନ ହେବ ଟାଇଫଏଡ଼ ରୋଗ ରେ ପିଡୀତ ହୋଇ ଦିଲ୍ଲୀ ଠାରେ ଚିକିତ୍ସିତ ହେଉଥିଲେ ।

୨୬ ମଇ ଦିନ ଡାକ୍ତର ମାନେ ତାଙ୍କୁ ମୃ-ତ ବୋଲି ଘୋଷଣା କରିଥିଲେ । ଏହା ପରେ ପୁଅ ର ମୃ-ତ ଦେହ କୁ ପ୍ୟାକ କରି ପିତା ହିତେଶ ଓ ମାତା ଜାହ୍ନବୀ ଙ୍କୁ ହସ୍ତାନ୍ତର କରାଯାଇଥିଲା । ଏହା ପରେ ଏକ ଚମତ୍କାର ଘଟଣା ଘଟିଲା ସେ ପୁଣି ଥରେ ଜୀବିତ ହୋଇଗଲେ । ହସ୍ପିଟାଲ ରୁ ଆମ୍ବୁଲାନ୍ସ ଦ୍ଵାରା ଘରକୁ ଯିବା ବାଟ ରେ ତାଙ୍କ ମାଆ ଅନାଇ କାନ୍ଦୁଥିଲେ ଏବଂ ଜୀବିତ ହୋଇଯିବା ପାଇଁ କହୁଥିଲେ । ଆଶ୍ଚର୍ଯ୍ୟ ର କଥା ପିଲା ଟି କିଛି ସମୟ ପରେ ନିଶ୍ୱାସ ନେବାକୁ ଲାଗିଥିଲା ।

ଡାକ୍ତର ମାନେ ଶିଶୁ ଟି କୁ ମୃ-ତ ଘୋଷଣା କରିବା ପରେ ତାଙ୍କ ପିତା ମାତା ତାଙ୍କର ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ତାଙ୍କ ମାମୁଁ ଙ୍କ ଘରେ ତାଙ୍କ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ହେଉଥିଲା । କିନ୍ତୁ ତାଙ୍କ ଜେଜେ ମାଆ ତାଙ୍କ ନାତି ର ମୁହଁ ଦେଖିବାକୁ ଜିଦ କରିବାରୁ ତାଙ୍କୁ ତାଙ୍କ ଘରକୁ ନିଆଗଲା । ଏହାପରେ ତାଙ୍କ ଶରୀର ରେ କିଛି ପ୍ରତିକ୍ରିୟା ହେବାରୁ ସେ କୁନାଲ ଙ୍କ ଜେଜେ ଙ୍କୁ ସେହି ବିଷୟ ରେ କହିଥିଲେ ।

ଏହା ପରେ ତାଙ୍କ ବାପା ହିତେଶ ସିଟ ପ୍ୟାକିଙ୍ଗ କୁ ଖୋଲି କୁନାଲ ଙ୍କ ମୁହଁ ରେ ନିଶ୍ୱାସ ଦେବାକୁ ଆରମ୍ଭ କଲେ । ଏହା ପରେ ତାଙ୍କ ପଡୋଶୀ ସୁନୀଲ କୁନାଲ ଙ୍କ ଛାତି ଉପରେ ଚାପ ପକାଇ ଥିଲେ । ଏହାର କିଛି ସମୟ ପରେ କୁନାଲ ତାଙ୍କ ବାପା ଙ୍କ ଓଠ କୁ କାମୁଡି ଧରିଥିଲେ । ଏହା ପରେ ତାଙ୍କୁ ରୋହତକ ର ଏକ ଡାକ୍ତରଖାନା କୁ ନେଇଥିଲେ । ଡାକ୍ତର ମାନେ କହିଥିଲେ ଯେ ତାଙ୍କ ବଞ୍ଚିବାର ଆଉ ୧୫ ପ୍ରତିଶତ ସମ୍ଭାବନା ଅଛି ।

କିନ୍ତୁ ଧୀରେ ଧୀରେ ସେ ସୁସ୍ଥ ହୋଇ ବର୍ତ୍ତମାନ ଘରକୁ ଫେରି ଆସିଛନ୍ତି । ହିତେଶ ନିଜ ଓଠ ରେ ଥିବା କ୍ଷତ କୁ ଦେଖାଇ କହିଛନ୍ତି ଯେ ତାଙ୍କ ପୁଅ ର ପୁନରୁତ୍ଥାନ ହୋଇଛି । ତାଙ୍କ ଜେଜେ କହିଛନ୍ତି ଯେ ତାଙ୍କ ଶ-ବ ସଂସ୍କାର ପାଇଁ ସେ ସମସ୍ତ ପ୍ରସ୍ତୁତି ଶେଷ କରି ସାରିଥିଲେ କିନ୍ତୁ ସ୍ୱ ପୁଣି ଜୀବିତ ହେବା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତାଙ୍କ ମାତା କହିଛନ୍ତି ଯେ ଭଗବାନ ତାଙ୍କ ପୁଅ କୁ ଆଉ ଏକ ଜୀବନ ଦେଇଛନ୍ତି । କୁନାଲ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ଅଛନ୍ତି ।

ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଅଧିକ ଖ-ବ-ର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *