ଫେମସ ଓଡିଆ ଅଭିନେତ୍ରୀ Usasi Mishraଙ୍କ Family & Biography

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଅଲିଉଡ ଫିଲ୍ମ ଓ ଫିଲ୍ମରେ ଅଭିନୟ କରୁଥିବା କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଓଡିଆ ଫିଲ୍ମରେ ଅଭିନୟ କରୁଥିବା ଏହି କଳାକାର ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଏହି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଫଳତା ପାଇଛନ୍ତି । ଏମାନେ ନିଜର ସୁନ୍ଦର ଭୂମିକା ପଦର୍ଶନ କରି ଆଜି ବହୁତ ଲୋକପ୍ରିୟତା ଓ ସମ୍ମାନ କମାଇ ଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଆମ ଅଲିଉଡ ଇଣ୍ଡଷ୍ଟ୍ରିର ଏକ ସୁପରହିଟ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀଙ୍କ ବିଷୟରେ ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଅଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ଅଲିଉଡର ଫେମସ ଅଭିନେତ୍ରୀ ଉସଶୀ ମିଶ୍ର । ବନ୍ଧୁଗଣ ଆପଣ ମାନେ ସମସ୍ତେ ଉସଶୀଙ୍କୁ ବହୁତ ଫିଲ୍ମରେ ଅଭିନୟ କରିଥିବାର ଦେଖିଥିବେ ।

ବନ୍ଧୁଗଣ ଉସଶୀ ଅଗଷ୍ଟ ୩ ରେ ଜନ୍ମ ଗ୍ରହଣ କରିଥିଲେ । ବର୍ତ୍ତମାନ ସେ ଭୁବନେଶ୍ବରରେ ରହୁଛନ୍ତି । ଉଷସୀ ମିଶ୍ରଙ୍କ ଘରେ ତାଙ୍କ ବାପା ମା ଭାଇ ଭାଉଜ ଓ ତାଙ୍କର ଗୋଟିଏ ପୁତୁରା ମଧ୍ୟ ଅଛନ୍ତି । ଉସଶୀ ମୁର୍ଶିଦାବାଦ ଫରିକ୍କା କେନ୍ଦ୍ରୀୟ ବିଦ୍ୟାଳୟରେ ପାଠ ପଢିଛନ୍ତି । ସ୍କୁଲରେ ପାଠ ପଢିବା ପରେ ସେ ଭୁବନେଶ୍ବରର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ନିଜର ଗ୍ରାଜୁଏସନ କରିଥିଲେ ।

ଉସଶୀ ଫ୍ୟାସନ ଡିଜାଇନ କୋର୍ସ ମଧ୍ୟ କରିଛନ୍ତି । ପିଲା ବେଳରୁ ଉସଶୀଙ୍କର ଅଭିନୟ ଓ ନାଟକରେ ବହୁତ ରୁଚି ଥିଲା । ୧୯୯୬ ମସିହାରେ ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜ ଅଭିନୟ କାରିୟରର ଆରମ୍ଭ କରିଥିଲେ । ବନ୍ଧୁଗଣ ଉସାଶୀ ଓଡିଆ ଫିଲ୍ମ ବ୍ଯତୀତ ତେଲୁଗୁ, ବଙ୍ଗାଳୀ ଓ ଛତିଶଗଡି ଫିଲ୍ମରେ ମଧ୍ୟ କାମ କରିଛନ୍ତି ।

ସେ ୧୯୯୯ ମସିହାରେ ଫିଲ୍ମ ଧର୍ମ ନିକିତି ଓ ୨୦୦୩ ରେ ବାହୁଡିବେ ମୋ ଜଗାବଳିଆ ଆଦି ଫିଲ୍ମରେ ଅଭିନୟ କରି ପ୍ରସିଦ୍ଧି ହାସଲ କରିଥିଲେ । ଫିଲ୍ମ ବ୍ଯତୀତ ସେ ଯାତ୍ରା ଓ ଅପେରା ଦୁନିଆରେ ମଧ୍ୟ ନିଜର ଝଲକ ଦେଖାଇଛନ୍ତି ।ଉସଶୀ ଓଡିଆ ଫିଲ୍ମ, ଯାତ୍ରା ଓ ଧାରାବାହିକ ଆଦିରେ ନିଜର ଦକ୍ଷତା ଦେଖାଇ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ।

ଅଲିଉଡ ଜଗତରେ ନିଜର ସୁନ୍ଦର ଅଭିନୟର ପଦର୍ଶନ କରି ସେ ନିଜର ଏକ ନୂଆ ପରିଚୟ କରିଛନ୍ତି । ଦର୍ଶକ ମାନେ ତାଙ୍କର ଅଭିନୟ ଓ ସୁନ୍ଦରତାକୁ ବହୁତ ଅଧିକ ପସନ୍ଦ କରନ୍ତି । ନିଜର ସୁନ୍ଦରତା ଓ ଅଭିନୟକୁ ପଦର୍ଶନ କରି ସେ ଓଡିଶାରେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ତେବେ ଆପଣ ମାନଙ୍କୁ ଉଷସୀ ମିଶ୍ରଙ୍କ ଅଭିନୟ କେମିତି ଲାଗେ ଆମକୁ କମେନ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *