ତେବେ କାହିଁକି ଓକିଲମାନେ ପିନ୍ଧିଥାନ୍ତି କଳା କୋର୍ଟ, ଜାଣନ୍ତୁ ଏହା ପଛରେ ଥିବା ରୋଚକପୂର୍ଣ୍ଣ କାରଣ

ଓକିଲ ସେହି ବ୍ୟକ୍ତି ଅଟନ୍ତି, ଯାହାର ପ୍ରତିନିଧିତ୍ତ୍ଵ କରିବାର ଅଧିକାର ଥାଏ ବା କୋର୍ଟରେ ଅନ୍ୟ ଜଣଙ୍କ ପାଇଁ କେସ ଲଢିବାର ଅଧିକାର ଥାଏ । ଓକିଲ କୌଣସି ଅନ୍ୟ ବ୍ୟକ୍ତିଙ୍କ ପକ୍ଷରୁ ଦଲିଲ ପ୍ରସ୍ତୁତ କରିଥାଏ । ଆପଣ କୌଣସି ବି ଓକିଲ ବା ଜଜଙ୍କୁ ଫିଲ୍ମରେ ବା ଅସଲ ଜୀବନରେ ଯଦି ଦେଖିଥିବେ ତେବେ ଆପଣ ଲକ୍ଷ କରିଥିବେ କି ଓକିଲ ଓ ଜଜ ସବୁବେଳେ କଳା କୋର୍ଟ ହିଁ ପିନ୍ଧିଥାନ୍ତି । ସେ କେବେ ବି କୌଣସି ଅନ୍ୟ ରଙ୍ଗର କୋର୍ଟ ପିନ୍ଧି ନଥାନ୍ତି, କଣ ଆପଣ କହି ପାରିବେ, ଏମିତି କାହିଁକି ? ତେବେ ସେମାନେ କାହିଁକି କେବଳ କଳା ରଙ୍ଗର କୋର୍ଟ ହିଁ ପିନ୍ଧିଥାନ୍ତି । ଆଜି ଆମେ ଆପଣଙ୍କର ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଉଛୁ ।

ଆପଣଙ୍କୁ ଜଣାଇ ଦେଉଛୁ କି ଓକିଲାତିର ଆରମ୍ଭ ୧୩୨୭ ମସିହାରେ ଏଡୱର୍ଡ ତୃତୀୟ ଆରମ୍ଭ କରିଥିଲେ । ସେହି ସମୟରେ ବେଶଭୂଷାର କୋଡ ଅନୁସାରେ ଜଜ ମାନେ ମୁଣ୍ଡରେ ଧଳା ବାଳର ୱିଗ ପିନ୍ଧୁଥିଲେ । ଏହା ସହିତ ଓକିଲଙ୍କୁ ଚାରି ଭାଗରେ ବଣ୍ଟା ଯାଇଥିଲା । ଛାତ୍ର, ଓକିଲ, ବେଞ୍ଚର ଓ ବାରିଷ୍ଟର । ଏମାନେ ସମସ୍ତେ ଜଜଙ୍କ ତଳେ କାମ କରୁଥିଲେ ।

ସେହି ସମୟରେ ସୁନେଲି ରଙ୍ଗ ଓ ଲାଲ ରଙ୍ଗର ଗାଉନ ଅଦାଲତ ପାଇଁ ପିନ୍ଧା ଯାଉଥିଲା । ପୁଣି ୧୬୩୭ ରେ ପ୍ରସ୍ତାବ ଦିଆଗଲା କି ଜଜ ମାନଙ୍କୁ ଜନତାଙ୍କ ଅନୁରୂପ କପଡା ପିନ୍ଧିବା ଆବଶ୍ୟକ । ଏହା ପରେ ଓକିଲମାନେ ଲମ୍ବା ସାଧା ଗାଉନ ପିନ୍ଧିବା ଆରମ୍ଭ କରିଦେଲେ । ତାଙ୍କର ଏହି ପୋଷାକ ତାଙ୍କୁ ସାଧାରଣ ଲୋକଙ୍କ ଠାରୁ ଅଲଗା କରୁଥିଲା ।

ବର୍ଷ ୧୬୯୪ ରେ ବ୍ରିଟେନର ରାଣୀ ମେରୀଙ୍କର ମୃତ୍ୟୁ ହୋଇଗଲା । ଏହା ପରେ ତାଙ୍କର ସ୍ବାମୀ ରାଜା ୱିଲିୟମ୍ସ ଦେଶର ସବୁ ଓକିଲଙ୍କୁ ଶୋକ ପ୍ରଦର୍ଶନ କରିବା ପାଇଁ ସାର୍ବଜନୀନ ରୂପରେ କଳା ଗାଉନ ପିନ୍ଧି ଏକାଠି ହେବାକୁ କହିଲେ । କିନ୍ତୁ ଏହି ଆଦେଶ କେବେ ବି ରଦ୍ଦ କରାଗଲା ନାହିଁ । ଯେଉଁ କାରଣରୁ ଏହି ପ୍ରଥା ଆଜି ବି ଚାଲି ଆସୁଅଛି ଓ ଓକିଲମାନେ ଏବେ ବି କଳା କୋର୍ଟ ଓ ଗାଉନ ହିଁ ପିନ୍ଧୁଛନ୍ତି ।

ଏହା ପରେ ଏହି କଳା କୋର୍ଟ ଓକିଲଙ୍କର ପରିଚୟ ହେଇଗଲା । ୧୯୬୧ ରେ ଅଦାଲତରେ ଧଳା ଟାଏ ସହିତ କଳା କୋର୍ଟ ପିନ୍ଧିବାକୁ ଅନିବାର୍ଯ୍ୟ କରାଗଲା । ଏମିତି କୁହାଯାଏ କି ଧଳା ଶାର୍ଟ ଓ କଳା କୋର୍ଟ ଓକିଲମାନଙ୍କ ମଧ୍ୟରେ ଆଇନ ପ୍ରତି ବିଶ୍ଵାସ ଜଗାଇଥାଏ ଓ ସେମାନଙ୍କ ମଧ୍ୟରେ ଅନୁଶାସନ ଆଣିଥାଏ । ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଏହାକୁ ଌକ ଆଉ ଶେୟାର କରନ୍ତୁ ଓ ଏମିତି ହିଁ କିଛି ନୂଆ ନୂଆ କଥା ଜାଣିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *