ଓଡ଼ିଶାର ତିସ ମାର ଖାନ, ଆଖି ଆଗରେ ଯାହା ପଡୁଥିଲା ଟେକି ନେଉଥିଲା, ଧରିବାକୁ ପୋଲିସ ବି ହେଲା ନାକେଦମ, କେମିତି ଧରିଲା ପୋଲିସ ଦେଖନ୍ତୁ ଏହି Video

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ଏବେ ଓଡିଶାର ତିସମାର ଖାନ ସାମ୍ନାକୁ ଆସିଛି । ଆଖି ଆଗରେ ଯାହା ପଡୁଥିଲା ଟେକି ନେଉଥିଲା ଚୋରଙ୍କ ସର୍ଦ୍ଦାର । ତାକୁ ଧରିବାକୁ ପୋଲିସ ବି ନାକେଦମ । ଆପଣ ମାନେ ଅନେକ ଚୋର ଦେଖିଥିବେ ହେଲେ ଏମିତି ଚୋର ବୋଧେ ପୂର୍ବରୁ କେବେ ଦେଖି ନଥିବେ । ଏହି ଚୋର ଜଣକ ଜେରକ୍ସ ପେପର ଏମିତି କି ପ୍ରେସର କୁକର, ମୋବାଇଲ କଭର ଠାରୁ ନେଇ ଟ୍ରାକ୍ଟର ଟଲି ପର୍ଯ୍ୟନ୍ତ କିଛି ବି ଛାଡି ନାହିଁ ।

ଏହି ଚୋର ଯାହା ପାରିଛି ସବୁ ଲୁଟି ନେଇଛି । ଆଉ ଏହି ଚୋରକୁ ସାହାର୍ଯ୍ୟ କରୁଥିଲେ ବାପା, ମା, ଭଉଣୀ ଏବଂ ସ୍ତ୍ରୀ । ଏବେ ପୋଲିସ ହାବୁଡରେ ପଡିଛନ୍ତି ଚୋରର ପୁରା ପରିବାର କିନ୍ତୁ ଚୋରଙ୍କ ସର୍ଦ୍ଦାର ସଦାଶିବ ଏବେ ବି ଫେରାର ଅଛି । ଏହି ଘଟଣାତି ଘଟିଛି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିର । ଗତ ମଙ୍ଗଳବାର ପୋଲିସ ଚାରି ଜଣଙ୍କୁ ଗିରଫ କରିଛି । ସମସ୍ତଙ୍କୁ କଣ୍ଟାବାଞ୍ଜି କୋର୍ଟ ଚାଲାଣ କରାଯାଇଛି ।

ଜାମିନ ମଞ୍ଜୁର ନ ହେବାରୁ ବିଚାର ପାଇଁ ହାଜତକୁ ପଠା ଯାଇଛି । ଗତ ଫେବୃୟାରି ୨୬ ତାରିଖରେ କଣ୍ଟାବାଞ୍ଜି ପୋଲିସ କୌଣସି ସୂତ୍ରରୁ ଖବର ପାଇଁ ସଦାଶେବଙ୍କ ଘରେ ଚଢାଉ କରିଥିଲା । ଏହି ଚଢାଉରେ ସଦାଶିବଙ୍କ ଘରେ ଥିବା ସାମାନକୁ ଦେଖି ପୋଲିସ ବି ତାଯୁବ ହୋଇଯାଇଛି । ଆଖ ପାଖ ଅଞ୍ଚଳରେ ଚୋରୀ ହୋଇଥିବା ସମସ୍ତ ସାମଗ୍ରୀ ସଦାଶିବଙ୍କ ଘରୁ ମିଳିଛି ।

ଚୋରୀ ସାମଗ୍ରୀ ଏତେ ଥିଲା ଯେ, ସେହି ସାମଗ୍ରୀକୁ ଥାନା ନେବା ପାଇଁ ଭଡା ଗାଡି କରିବାକୁ ପଡିଥିଲା । ସେହି ସବୁ ଚୋରୀ ସାମଗ୍ରୀର ମୂଲ୍ୟ ୨୦ ଲକ୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ବର୍ତ୍ତମାନ ମୁଖ୍ୟ ଅଭିଯୁକ୍ତ ସଦାଶିବ ଫେରାର ଥିବା ବେଳେ ଏହି ଘଟଣାର ତଦନ୍ତ ଜାରି ରହିଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *