ବାହା ହେଇଗଲା ପ୍ରେମିକା, ବରଗାଡି ଛକିଲା ପ୍ରେମିକ, ରାସ୍ତା ମଝିରେ ଚାଲିଲା ହାଇଡ୍ରାମା, ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ନିଜର କରିବି କହି ଧୋକା ଦେଲା ପ୍ରେମିକା । ମିଠା ମିଠା କଥା କହି ଟଙ୍କା ଲୁଟି ଚାଲୁଥିଲା । ଆଉ ବିବାହ କରିବେ ବୋଲି ପ୍ରେମିକାର ସବୁ ଡିମାଣ୍ଡ ମଧ୍ୟ ପୂରଣ କରୁଥିଲେ ପ୍ରେମିକ । ଉଭୟ ପକ୍ଷ ଲୋକ ମଧ୍ୟ ସବୁ କଥା ଜାଣିଥିଲେ । ହେଲେ ହଠାତ୍‌ ବଦଳିଗଲା ଘଟଣାକ୍ରମ । ସ୍ୱାର୍ଥ ପୂରଣ ହୋଇଗଲା ପରେ ପ୍ରେମିକା ଅନ୍ୟ ସ୍ଥାନରେ ବିବାହ କଲା । ତେବେ ଗତକାଲି ବର କନ୍ୟା ବିଦା ହେଉଥିବା ସମୟରେ ରାସ୍ତା ମଝିରେ ଅଟକାଇଥିଲେ ପ୍ରେମିକ ।

ଲୋକମାନେ କିଛି ବୁଝିବା ପୂର୍ବରୁ ଗାଳି ଗୁଲଜ ଆରମ୍ଭ ହୋଇଗଲା । ଘଟଣା ପ୍ରଘଟ ହେବା ପରେ ପୋଲିସ ପହଞ୍ଚି ସମସ୍ତଙ୍କୁ ଡାକିନେଲା ଥାନାକୁ । ତେବେ ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅଧିନ ବରାଙ୍ଗ ଗ୍ରାମର ନିସାକର ବାରିକଙ୍କ ପୁଅ ଦୀନବନ୍ଧୁ ବାରିକ । ସେ ବାସୁଦେବପୁର ଥାନା ଅଧିନସ୍ଥ ଲୁଙ୍ଗା ପଞ୍ଚାୟତର ବାରିକସାହି ଗ୍ରାମର ସୁଶାନ୍ତ ବାରିକଙ୍କ ଝିଅ ପୁଷ୍ପଲତା ବାରିକଙ୍କୁ ପ୍ରେମ କରୁଥିଲେ ।

ବିବାହ କରିବା ପାଇଁ ସ୍ୱପ୍ନ ବୁଣୁଥିଲେ । ପୁଅ ଝିଅର ପରିବାରଙ୍କ ସହ କଥା ମଧ୍ୟ ହେଉଥିଲେ । ଦୁଇ ଜଣଙ୍କ ବାହାଘର କରିବେ ବେଲି ଝିଅର ବାପା ପୁଅକୁ କଥା ଦେଇଥିଲେ । ଏପରିକି ଝିଅର ବାପା ପୁଅ ପାଖରୁ ଟଙ୍କା ମଧ୍ୟ ନେଇ ଥିବା ଅଭିଯୋଗ କରିଛନ୍ତି ଦୀନବନ୍ଧୁ । ତେବେ ଅନ୍ୟପଟେ ପୁଅର ପରିବାର ମଧ୍ୟ ଏସମ୍ପର୍କରେ ଅବଗତ ଥିଲେ । ସବୁକିଛି ଠିକ୍ ଠାକ୍ ଥିଲା, କିନ୍ତୁ ଗତକାଲି ରାତିରେ ହଠାତ ପୁଅ ପାଖକୁ ଖବର ଯାଇଥିଲା, ପ୍ରେମିକା ଅଲଗା ଯାଗାରେ ବାହାଘରେ ହେବାକୁ ଯାଉଛି ।

ତା’ପରେ ସେ ତୁରନ୍ତ ଫୋନରେ ଝିଅର ବାପାଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ କେହି ଫୋନ ଉଠାଇ ନଥିଲେ । ଆଉ ଏନେଇ ସେ ସାବରଙ୍ଗ ଥାନାରେ ଗତକାଲି ବିଳମ୍ବିତ ରାତିରେ ଅଭିଯୋଗ କରିଥିଲେ । ତେବେ ଆଜି ସକାଳୁ ବାହାଘର ସାରି ଫେରୁଥିବା ବେଳେ ପ୍ରେମିକ ଦୀନବନ୍ଧୁ ବାରିକ୍ ଇଛାପୁର ଠାରେ ବର ଗାଡ଼ିକୁ ଅଟକାଇ ଥିଲେ । ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା ।

ସାବରଙ୍ଗ ପୋଲିସ ପହଞ୍ଚି ସମସ୍ତଙ୍କୁ ଥାନାକୁ ଆଣିଥିଲା, ଥାନାରେ ତିନି ପକ୍ଷ ପହଞ୍ଚିବା ପରେ ବର ଓ କନିଆଁକୁ ଛାଡ଼ି ଦେଇଥିଲା ପୋଲିସ । ଝିଅର ବାପା ସୁଶାନ୍ତ ବାରିକ୍ ଓ ପୁଅ ଦିନବନ୍ଧୁ ବାରିକ୍ ଦୁଇ ଜଣଙ୍କୁ ଅଟକ ରଖିଥିଲା ପୋଲିସ । ପରେ ବୁଝା ସୁଝା କରି ଉଭୟଙ୍କୁ ଛାଡି ଥିଲା ସାବରଙ୍ଗ ପୋଲିସ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *