ଏବେ ଚୀନ ଟାର୍ଗେଟରେ ଓଡ଼ିଶା…ଦେଖନ୍ତୁ ପୁରା ଖବର

ବନ୍ଧୁଗଣ ୱାନ ଚାଇନା ପଲିସି ରେ ଟାର୍ଗେଟ ହୋଇପାରେ ଭାରତ । ଡ୍ରାଗନ ସ୍କାନର ରେ ଓଡ଼ିଶା ର ଏପିଜେ ଅବଦୁଲ କଲାମ ଦ୍ବୀପ । ତାଇବାନ କୁ ଚୀନ ଟାର୍ଗେଟ କରିଥିବା ବେଳ ବାଲିଷ୍ଟିକ ମିସାଇଲ ଓ ସାଟେଲାଇଟ କୁ ଟ୍ରାକ କରିପାରୁଥିବା ଏକ ଶକ୍ତିଶାଳୀ ଯୁଦ୍ଧ ଜାହାଜ କୁ ଶ୍ରୀଲଙ୍କା ଅଭିମୁଖେ ପଠାଇଛି ଚୀନ । ଏହି ଜାହାଜ ଆସନ୍ତା ୧୧ ତାରିଖ କିମ୍ବା ୧୨ ରେ ଶ୍ରୀଲଙ୍କା ର ହାମ୍ବାନତୋଟା ବନ୍ଦର ରେ ପହଞ୍ଚିବା ର ସମ୍ଭାବନା ରହିଛି ।

ଯାହାକୁ ନେଇ ସତର୍କ ହୋଇଛି ଭାରତ । ଯଦି ଭାରତ ମହାସାଗର ରେ ଏହି ଜାହାଜ ନୂତୟନ ହୁଏ ତେବେ ଭାରତ ର କ୍ଷେପଣାସ୍ତ୍ର ଗିତିବିଧି ଜାଣିବା ଚୀନ ପକ୍ଷେ ଅସମ୍ଭବ ହେବ ନାହିଁ । ଏପରିକି ଓଡ଼ିଶା ର ଗୁରୁତ୍ୱପୂର୍ଣ୍ଣ ଏପିଜେ ଅବଦୁଲ କଲାମ ଦ୍ବୀପ ର ସମସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ବି ଚୀନ ଅବଗତ ହୋଇପାରେ ।

ଏହା ସହିତ ଭାରତର ବାଲିଷ୍ଟିକ ମିସାଇଲ ଟେଷ୍ଟ ସମ୍ପର୍କ ରେ ବି ଚୀନ ସବିଶେଷ ତଥ୍ୟ ପାଇ ପାରିବ । ଏହି ଜାହାଜ କୁ ଆଶ୍ରୟ ଦେବାକୁ ଶ୍ରୀଲଙ୍କା ସରକାର ଗ୍ରୀନ ସିଗ୍ନାଲ ଦେଇଥିବା ସୁଚନା ମିଳୁଛି । ଚୀନ ନ୍ୟାସନାଲ ସ୍ପେସ ଆଡ଼ମିନିଷ୍ଟ୍ରେସନ ଦ୍ୱାରା ନିୟନ୍ତ୍ରିତ ହେଉଛି ଜାହାଜ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ହମ୍ବନତୋଟା ବନ୍ଦର ସମେତ କେତେକ ପ୍ରକଳ୍ପ ଲାଗି ଚୀନ ସହାୟତା ଦେଇଛି ୧.୪ ବିଲୀୟନ ଡଲାର ।

ତାଇବାନ ର ସୀମା କୁ କରିଛି ଘେରବନ୍ଦୀ । ତାଇବାନ ପ୍ରଣାଳୀ କୁ ବି ଡ୍ରାଗନ କରିଛି କବ୍ଜା । ଦଶନ୍ଧି ର ସର୍ବ ବୃହତ ମିଲିଟାରୀ ଡ୍ରିଲ ଜାରି ରଖିଛି ଚୀନ । ତାଇବାନ ଉପରକୁ ଚୀନ ୧୧ଟି ମିସାଇଲ ମାଡ଼ କରିଥିବା ବେଳେ କେତେକ କ୍ଷେପଣାସ୍ତ୍ର ଜାପାନ ର ସୀମା ଛୁଇଁଥିବା ନେଇ ବି ଅଭିଯୋଗ କରିଛି ଜାପାନ ।

ତେବେ ଚୀନ ର ୟୁୱାନ ୱାଙ୍ଗ ଜାହାଜ ସବୁ ତଥ୍ୟ ହାସଲ କରିବାକୁ ସକ୍ଷମ ଅଟେ ବୋଲି ସୂଚନା ଦେଇଛନ୍ତି କର୍ନେଲ ଏସ.କେ ମିଶ୍ର ଏବଂ ସମସ୍ତ ଗୋପନ ତଥ୍ୟ ପାଇବାକୁ ମଧ୍ୟ ସକ୍ଷମ ହେବ ଚୀନ । ତେବେ ଏହାର ଫଳାଫଳ କଣ ରହୁଛି ତାହା ଭବିଷ୍ୟତ ରେ ଦେଖିବାକୁ ମିଳିବ ।

Leave a Reply

Your email address will not be published. Required fields are marked *