କମାଲ କରିଦେଲେ ଆମ କୁନି Reporter, ବୋତଲକୁ କରିଦେଲେ ମାଇକ, ଖୋଲି କହି ଦେଲେ ନିଜ School ର ସବୁ ଗୁମର, ଭାଇରାଲ ହେଉଛି Video

ବନ୍ଧୁଗଣ ଟିଭି ରିପୋର୍ଟର ଙ୍କ ଭଳି ନିଜେ ବୁଲିବୁଲି ଦେଖାଉଛନ୍ତି ସରକାରୀ ସ୍କୁଲ ର ଅବ୍ୟବସ୍ଥା । ଥରେ ଭିଡିଓ କୁ ଦେଖିଲେ ଆପଣ ଜାଣି ପାରିବେ । ତେବେ ଟିଭି ରିପୋର୍ଟର ଙ୍କ ପରି ଗପୁଥିବା ଏହି ପିଲାଟି ହେଉଛି ଝାଡ଼ଖଣ୍ଡ ରାଜ୍ୟ ଗୋଡା ଜିଲ୍ଲା ର । ଏଠାକାର ମହାଗମ ବ୍ଲକ ଅନ୍ତର୍ଗତ ଏହି ସ୍କୁଲ ରେ ହିଁ ସେ ପାଠ ପଢ଼େ । ତେବେ ସ୍କୁଲ ର ଅବ୍ୟବସ୍ଥା ସମ୍ପର୍କ ରେ କିଏ ଜଣେ ଭିଡିଓ କରିବାକୁ ଏହି ଅଭିନବ ଉପାୟ ଅବଲମ୍ବନ କରିଛନ୍ତି ।

ଏହି ସ୍କୁଲ ର ଉକ୍ତ କୁନି ପିଲାଟି କୁ ଟିଭି ରିପୋର୍ଟର ଭାବରେ ଉପସ୍ଥାପନ କରି ସେ କାମଟି ତୁଲାଇଛନ୍ତି । ପିଲାଟି ମଧ୍ୟ ହାତରେ ମାଇକ ରୂପରେ ଏକ ପ୍ଲାଷ୍ଟିକ ବୋତଲ ଧରି ସାରା ସ୍କୁଲ କୁ ବୁଲିବୁଲି ଅତି ସୁନ୍ଦର ଭାବରେ ନିଜର କଥା କୁ ଉପସ୍ଥାପନ କରୁଛନ୍ତି । ସେ ସ୍କୁଲ ର ସବୁ ସ୍ଥାନ କୁ ଦେଖାଉଛନ୍ତି ଏବଂ କହୁଛନ୍ତି ଯେ, କିପରି ଭାବରେ ସେ ପଢ଼ୁଥିବା ସ୍କୁଲ ରେ କୌଣସି ବ୍ୟବସ୍ଥା ସଠିକ ଢଙ୍ଗ ରେ ହୋଇ ନାହିଁ ।

ଚାରିଆଡ଼େ କେବଳ ଅଳିଆ ଆବର୍ଜନା । ଶିକ୍ଷକ ଶିକ୍ଷୟତ୍ରୀ ମଧ୍ୟ ସ୍କୁଲ କୁ ଆସୁ ନାହାନ୍ତି ଏବଂ ଠିକ ସମୟରେ ପାଠ ପଢ଼ାଉ ନାହାନ୍ତି । ତେବେ ଏହି ଭାଇରାଲ ଭିଡିଓ ଟି ଏବେ ମୋବାଇଲ ରୁ ମୋବାଇଲ କୁ ଘୁରି ବୁଲୁଛି । ସ୍କୁଲ ର ଏଭଳି ଅବ୍ୟବସ୍ଥା, ଟଏଲେଟ, ଶିକ୍ଷକ ମାନେ ବିଳମ୍ବ ରେ ଆସିବା, ଛାତ ରୁ ପାଣି ଗଳିବା ଏମିତି ଅନେକ ଗୁମର ଖୋଲି ଦେଇଥିବା ଏହି ପିଲା ଟି ର କାମ କୁ ସମସ୍ତେ ପ୍ରଶଂସା କରିଛନ୍ତି ।

ସୋସିଆଲ ମିଡିଆ ରେ ଏହି ଭିଡିଓ ଭାଇରାଲ ହେବା ପରେ କିଛି ଦର୍ଶକ ଏହି କୁନି ପିଲାଟି କୁ ଦେଶର ନମ୍ବର ୧ ରିପୋର୍ଟର ବୋଲି କହି ପ୍ରଶଂସା କରିଛନ୍ତି ଏବଂ ସେ ଏଭଳି ସତ୍ୟତା ସାମ୍ନା କୁ ଆଣି ଥିବାରୁ ମଧ୍ୟ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଭିଡିଓ ର ପ୍ରଭାବ ମଧ୍ୟ ଝାଡ଼ଖଣ୍ଡ ସରକାର ଉପରେ ଜୋରଦାର ରୂପରେ ପଡ଼ିଛି ବୋଲି କୁହାଯାଉଛି ।

ତେବେ ବର୍ତ୍ତମାନ ଏହି ପିଲା ଟି ର କଥା ଶୁଣିବା ପରେ ଗଣଶିକ୍ଷା ମନ୍ତ୍ରୀ ଏ ନେଇ କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାର ବିଷୟ ଅଟେ । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *