High Court ର ବଡ ନିସ୍ପତି, ବିବାହର ପ୍ରତିଶୃତି ଦେଇ ବନା ଯାଇଥିବା ସମ୍ବନ୍ଧ ବଳତ୍କାର ନୁହେଁ, କିନ୍ତୁ…

ବନ୍ଧୁଗଣ ବିବାହ ପୂର୍ବରୁ ସମ୍ବନ୍ଧ ବନେଇବା ମାମଲାକୁ ନେଇ ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ଵ ପୂର୍ଣ୍ଣ ଟିପ୍ପଣୀ ଦେଇଛି । ଦିଲ୍ଲୀ ହାଇକୋର୍ଟ କହିଛି ଯେ, ବିବାହ କରିବା କଥା କହି ଯଦି କପଲ୍ସ ମାନଙ୍କ ମଧ୍ୟରେ ଯୌନ ସମ୍ବନ୍ଧ ହୋଇଥାଏ ଓ ପରେ କିଛି କାରଣ ବଶତଃ ସେମାନଙ୍କ ବିବାହ ହୋଇପାରେ ନାହିଁ ତା ହେଲେ ଏହାକୁ ବଳତ୍କାର କୁହାଯିବ ନାହିଁ । ଦିଲ୍ଲୀ ଉଚ୍ଚ ନ୍ୟାୟଳୟ ଏହି ଟିପ୍ପଣୀ ଏକ ଏହିପରି ମାମଲାର ଶୁଣାଣି କରିବା ସମୟରେ କହିଥିଲେ

। ଦିଲ୍ଲୀ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା ଯେଉଁଥିରେ ଜଣେ ବ୍ୟକ୍ତି ଓ ମହିଳା ଲମ୍ବା ସମୟ ପର୍ଯ୍ୟନ୍ତ ସମ୍ବନ୍ଧରେ ଥିଲେ । ଏମିତି କି ଉଭୟଙ୍କ ନିର୍ବନ୍ଧ ମଧ୍ୟ ହୋଇଯାଇଥିଲା । ହେଲେ କିଛି କାରଣ ବଶତଃ ସେମାନଙ୍କର ବିବାହ ହୋଇପାରି ନଥିଲା ଓ ସମ୍ପର୍କ ଭାଙ୍ଗିଗଲା ।

ନ୍ୟାୟାମୂର୍ତ୍ତି ସୁବ୍ରମଣୀୟମ ପ୍ରସାଦ ତଳ କୋର୍ଟର ନିଷ୍ପତ୍ତିକୁ ଖାରଜ କରିଥିଲେ । ଯାହାଦ୍ୱାରା ଭାରତୀୟ ଦଣ୍ଡ ସଂହିତାର ଧାରା ୩୭୬ (୨) (ଏନ)ର ଅନ୍ତର୍ଗତ ମହିଳାଙ୍କୁ ବିବାହର ଲୋଭ ଦେଖାଇ ବଳତ୍କାର କରିଥିବା ନେଇ ବ୍ୟକ୍ତିଙ୍କ ଉପରେ ଗମ୍ଭୀର ଆରୋପ ଲଗା ଯାଇଥିଲା । ନିଷ୍ପତ୍ତି ଶୁଣାଇ ଜଜ୍ କହିଥିଲେ, ୟାଚିକାକର୍ତ୍ତା ତିନି ମାସ ପର୍ଯ୍ୟନ୍ତ ଝିଅର ବାପା-ମାଙ୍କୁ ବିବାହର ଅନୁମତି ଦେବା ଲାଗି ବୁଝାବଣା କରିଥିଲା ।

ଏହା ସହ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିବା ପାଇଁ ବ୍ୟକ୍ତି କୌଣସି ପ୍ରକାରର ଚାପ ପକାଇ ନଥିଲେ । ମହିଳା ନିଜ ଇଛାରେ ବ୍ୟକ୍ତିଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । କୋର୍ଟ ଆଦେଶ ଦେଇ କହିଛି, ଦୁଇଜଣଙ୍କର ନିର୍ବନ୍ଧ ହୋଇଥିଲା । ଏହି ନିର୍ବନ୍ଧରେ ପରିବାରର ସମସ୍ତ ସଦସ୍ୟ ସାମିଲ ଥିଲେ । ଏହା ଦର୍ଶାଉଛି ଯେ ୟାଚିକାକର୍ତ୍ତା ବାସ୍ତବରେ ମହିଳାଙ୍କ ସହ ବିବାହ କରିବାକୁ ଚାହୁଁ ଥିଲେ ।

ସେ ମହିଳାଙ୍କ ସହମତିରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । କୌଣସି କାରଣ ବଶତଃ ଯଦି ବିବାହ ଭାଙ୍ଗିଗଲା ତା ହେଲେ ଏହା ନୁହେଁ କି ବ୍ୟକ୍ତି ମହିଳାଙ୍କୁ ବଳତ୍କାର କରିଛନ୍ତି କାରଣ ବ୍ୟକ୍ତିଙ୍କ ଉଦ୍ଦେଶ୍ୟ ଥିଲା ମହିଳାଙ୍କ ସହ ବିବାହ କରିବାର । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଦିଲ୍ଲୀ ହାଇକୋର୍ଟ ଏକ ବଡ ନିଷ୍ପତ୍ତି ନେବା ସହ ଟିପ୍ପଣୀ ଦେଇଛନ୍ତି । ତେବେ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *