Odisha ରେ କେବେ ଖୋଲିବ ସ୍କୁଲ ? ଏହାକୁ ନେଇ କଣ କହୁଛନ୍ତି ଶିକ୍ଷାବିତ ? ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନ ସାରା ଦେଶରେ କରୋନା ଭାଇରସର ତୃତୀୟ ଭାରିଏଣ୍ଟ ଓମିକ୍ରନର ସଂକ୍ରମଣ ବଢିବାରେ ଲାଗିଛି । ସାରା ଦେଶ ପାଇଁ ଓମିକ୍ରନ ଚିନ୍ତାର ବିଷୟ ପାଲଟିଛି । ତେବେ ଦୀର୍ଘ ଦୁଇ ବର୍ଷ ଧରି ଏହି ଭାଇରସ ଦେଶରେ ବ୍ୟାପୀ ରହିଥିବା ବେଳେ ଏହି ତୃତୀୟ ଭାରିଏଣ୍ଟକୁ କରୋନା ଭାଇରସର ଅନ୍ତ ବୋଲି କହିଛନ୍ତି ବିଶେଷଜ୍ଞ । କରୋନା ଭାଇରସ ପାଇଁ ଦୀର୍ଘ ଦୁଇ ବର୍ଷ ହେବ ଦେଶରେ ଲକଡାଉନ କରଯାଇଥିଲା ।

ଲକଡାଉନ ପାଇଁ ଲୋକଙ୍କ ଜୀବନ ଓ ଜୀବିକା ଉପରେ ବହୁତ ପ୍ରଭାବ ପଡିଥିଲା । ଏହା ସହିତ ଶିକ୍ଷା କ୍ଷେତ୍ର ଓ ଆର୍ଥିକ ଅବସ୍ଥା ମଧ୍ୟ ବିଶେଷ ପ୍ରଭାବ ଦେଖିବାକୁ ମିଳିଥିଲା । ବନ୍ଧୁଗଣ ଦୀର୍ଘ ଦୁଇ ବର୍ଷ ହେବ ସ୍କୁଲ ଓ କଲେଜ ଠିକ ଭାବରେ ଖୋଲି ପାରୁ ନାହିଁ ଏବେ ମଧ୍ୟ ସ୍କୁଲ କଲେଜ ବନ୍ଦ ଅଛି । ହେଲେ ଏହା ସହ ଜଡିତ ଏକ ବଡ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ବଡ ଖବର ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ଫେବୃୟାରି ଗାଇଡ ଲାଇନରେ ସ୍କୁଲ ଖୋଲିବାକୁ ନେଇ ସରକାର ନିଷ୍ପତ୍ତି ନେଇପାରନ୍ତି । ଅଭିଭାବକ ଓ ଛାତ୍ର ଛାତ୍ରୀଙ୍କ ମହଲରେ ବର୍ତ୍ତମାନ ଏହି ଚର୍ଚା ଜୋର ସୋର ଚାଲିଛି । ତେବେ ବନ୍ଧୁଗଣ ବର୍ତ୍ତମାନ ମୁମ୍ବାଇରେ ସ୍କୁଲ ଖୋଲା ଯାଇଛି । ଯଦି ଆମେ ଓଡିଶା ଆଉ ମୁମ୍ବାଇର ପରିସ୍ଥିତି ଦେଖିବା ତା ହେଲେ ମୁମ୍ବାଇ ଠାରୁ ଓଡିଶାର ସ୍ଥିତି ଭଲ ରହିଛି ।

ଏନେଇ ଶିକ୍ଷାବିଦ ପ୍ରଫେସର ରଘୁନାଥ ପଣ୍ଡା ନିଜର ପ୍ରତିକ୍ରିୟା ଦେଇଛନ୍ତି । ପ୍ରଫେସର ରଘୁନାଥ ପଣ୍ଡାଙ୍କ ମତରେ, ମହାରାଷ୍ଟ୍ରରେ ସ୍କୁଲ ଖୋଲା ଯାଉଛି ଏହା ହେଉଛି ବହୁତ ବଢିଆ କଥା । ହେଲେ ସେମାନେ କିଛି ନିୟମ ରଖିଛନ୍ତି ତାହା ହେଉଛି ସେମାନେ ଯେଉଁ ଛାତ୍ର ଛାତ୍ରୀଙ୍କୁ ଅନୁମତି ଦେବେ ସେମାନେ ସ୍କୁଲ ଆସିବେ ଆଉ ଯେଉଁ ମାନଙ୍କୁ ଅନୁମତି ମିଳିବ ନାହିଁ ସେମାନେ ଘରେ ରହିବେ ।

ଯଦି ଆମ ପ୍ରଦେଶକୁ ଦେଖାଯିବ ତା ହେଲେ ଆମ ପ୍ରଦେଶରେ ସ୍ଥିତି ଠିକ ହୋଇ ନାହିଁ । ଦୁଇ ଦିନ ତଳେ ଓଡିଶାରେ 11 ହଜାର ଥିଲେ ଆଜି ଟିକେ କମିକି 8 ହଜାରକୁ ଆସିଛି । ତେଣୁ ଏବେ ସ୍ଥିତି ଉପରେ ନଜର ରଖାଯାଉଛି । ଫେରୁୟାରି ମାସରେ ଯଦି ଗାଇଡଲାଇନ ଆସିବ ତା ହେଲେ ଦଶମ ଓ ଦ୍ଵାଦଶ ଖୋଲାଯାଇପାରେ ।

କାରଣ ସ୍କୁଲ ଛାତ୍ର ଛାତ୍ରୀ ମାନେ କରୋନା ନିୟମକୁ ଅଧିକ ଗୁରୁତ୍ଵ ଦେବେ ନାହିଁ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ରଘୁନାଥ ପଣ୍ଡା ନିଜର ପ୍ରତିକ୍ରିୟା ଦେଇଛନ୍ତି । ତେବେ ଗାଇଡଲାଇନ ଆସିବାକୁ ମାତ୍ର କିଛି ଦିନ ରହିଛି ଆପଣ ମାନଙ୍କୁ କଣ ଲାଗୁଛି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *