ଏତେ ଦିନ ପରେ ଫ୍ୟାନ୍ସଙ୍କୁ ମିଳିଗଲା Vamika ଙ୍କ ପ୍ରଥମ ଝଲକ ! Kohli ଅର୍ଦ୍ଧଶତକ କରିବା ପରେ ତାଙ୍କୁ ଚିୟର କରୁଥିବାର ନଜର ଆସିଲେ Anushka ଓ Vamika, ଭାଇରାଲ ହେଲା Photo

ବନ୍ଧୁଗଣ ଆପଣ ମାନେ ସମସ୍ତେ ଭାରତୀୟ କ୍ରିକେଟ ଟିମର ପୂର୍ବତ୍ତମ କ୍ଯାପଟେନ ଭିରାଟ କୋହିଲିଙ୍କୁ ନିଶ୍ଚୟ ଜାଣିଥିବେ । ଭିରାଟ ନିଜ ଖେଳ ଓ ନିଜ ଲାଇଫ ଷ୍ଟାଇଲ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଭିରାଟଙ୍କ ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁସ୍କା ଶର୍ମା ମଧ୍ୟ ନିଜ ସୁନ୍ଦରତା ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ଭିରାଟ ଓ ଅନୁସ୍କାଙ୍କ ଝିଅ ଭମିକାକୁ ଏକ ବର୍ଷ ହୋଇଯାଇଛି ହେଲେ ଉଭୟ ଭିରାଟ ଏବଂ ଅନୁସ୍କା ନିଜ ଝିଅକୁ ସବୁବେଳେ କ୍ୟାମେରା ସାମ୍ନାରେ ଲୁଚାଇ ରଖୁଛନ୍ତି ।

ଭାରତୀୟ ଟିମ ଯେତେବେଳେ ଦକ୍ଷିଣ ଆଫ୍ରିକା ଖେଳିବା ପାଇଁ ଯାଇଥିଲେ ସେତେବେଳେ ଭିରାଟଙ୍କ ସହ ଅନୁସ୍କା ଓ ତାଙ୍କ ଝିଅ ମଧ୍ୟ ଯାଇଥିଲେ । ଭିରାଟ ସେତେବେଳେ ମିଡିଆକୁ ତାଙ୍କ ଝିଅର ଫଟୋ ନଉଠାଇବା ପାଇଁ ମଧ୍ୟ ଅନୁରୋଧ କରିଥିଲେ । ହେଲେ ଗତ କାଲି କେପ୍ଟ ଟାଉନରେ ଚାଲିଥିବା ୱାନ ଡେ ମୁକାବାଲାରେ ଫ୍ୟାନ୍ସ ମାନଙ୍କୁ ଭମିକାଙ୍କ ଝଲକ୍ ନଜର ଆସିଛି ।

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଇଥିବା ସିରିଜର ତୃତୀୟ ବା ଶେଷ ୱାନ ଡେ ଜିତିବା ପାଇଁ 288 ରନ୍ ର ଲକ୍ଷ କରି ଭିରାଟ 63 ବଲରେ ଅର୍ଦ୍ଧ ଶତକ ପୂରଣ କରିଥିଲେ ।  ସେହି ସମୟରେ ଅନୁସ୍କା ଶର୍ମା ଓ ତାଙ୍କ କୋଳରେ ଭମିକା ରହି ଭିରାଟଙ୍କୁ ଚିୟର କରୁଥିବାର ନଜର ଆସିଥିଲେ । ଭିରାଟ କୋହିଲି ଯେତେବେଳେ ହାପ ସେଞ୍ଚୁରୀ ପୂରଣ କଲେ ସେତେବେଳେ କ୍ୟାମେରା ନଜର ଅନୁସ୍କାଙ୍କ ଆଡକୁ ନିଆଯାଇଥିଲା ।

ଅନୁସ୍କା ଏକ କଳା ରଙ୍ଗର ଡ୍ରେସରେ ଓ ତାଙ୍କ ଝିଅ ଭମିକା ଏକ ଗୋଲାପି ଡ୍ରେସରେ ନଜର ଆସିଥିଲେ । ଭିରାଟ ନିଜ ଝିଅକୁ ମଇଦାନ ଉପରେ ରହି ଭଲ ପାଇବା ପଠାଇ ଥିଲେ । ଏକ ବର୍ଷ ପରେ ଫ୍ୟାନ୍ସ ମାନେ ପ୍ରଥମ ଥର ପାଇଁ ଭମିକାଙ୍କୁ ଦେଖିଥିଲେ । ଗତ କାଲି ଠାରୁ ଭମିକା ଓ ଅନୁସ୍କାଙ୍କ ଏହି ଫଟୋ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।

ଫ୍ୟାନ୍ସ ମାନେ ଏହି ଫଟୋ ଦେଖି ବହୁତ ଅଧିକ ଖୁସି ହୋଇଛନ୍ତି । ବନ୍ଧୁଗଣ ଅନୁସ୍କା ଓ ଭିରାଟ ନିଜ ଝିଅକୁ କ୍ୟାମେରା ସାମ୍ନାରେ ଯେତେ ଲୁଚାଇବାକୁ ଚେଷ୍ଟା କରିଲେ ମଧ୍ୟ ଶେଷରେ ତାଙ୍କ ଝିଅ କ୍ୟାମେରା ନଜରକୁ ଆସିଯାଇଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଭମିକାଙ୍କ ଫଟୋ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *