ରାଜ୍ୟ ସରକାରଙ୍କ ବଡ ଘୋଷଣା, ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ଭୁବନେଶ୍ଵର ଓ ଭଦ୍ରକ ସଂପୂର୍ଣ୍ଣ ଲକ ଡାଉନ, ଜାଣନ୍ତୁ କଣ ରହିଛି ନିୟମ

ଦିନକୁ ଦିନ କରୋନା ସଙ୍କଟ ବଢୁଥିବା ବେଳେ କାଲି ରାଜ୍ୟରେ ପଞ୍ଚମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେ ଭୁବନେଶ୍ବରର ବାସିନ୍ଦା ହୋଇଥିବାବେଳେ ତାଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ । ସେଥିପାଇଁ ରାଜ୍ୟ ସରକାର କରୋନାର ମୁକାବିଲା ପାଇଁ ଏକ ବଡ ଘୋଷଣା କରିଛନ୍ତି ଓ ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ଭୁବନେଶ୍ବର ଓ ଭଦ୍ରକ ଟାଉନକୁ ସଂପୂର୍ଣ୍ଣ ଭାବେ ସଟ ଡାଉନ ଘୋଷଣା କରିଛନ୍ତି । ଏହି ବିଷୟରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି କି ରାଜ୍ୟରେ କାରୋନାର ମୁକାବିଲା ପାଇଁ ଆଜି ସନ୍ଧ୍ୟା ୮ ଟା ରୁ ରବିବାର ସନ୍ଧ୍ୟା ୮ ଟା ପର୍ଯ୍ୟନ୍ତ ଭୁବନେଶ୍ଵର ଓ ଭଦ୍ରକ ଟାଉନ କୁ ସଂପୂର୍ଣ୍ଣ ରୂପେ ଲକ ଡାଉନ ଘୋଷଣା କରାଯାଇଛି ।

ପୂର୍ବରୁ ଜାରି କରା ଯାଇଥିବା ପାସ ଗୁଡିକୁ ମଧ୍ୟ ରଦ୍ଦ କରି ଦିଆଯିବ । ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ଭୁବନେଶ୍ବର ଓ ଭଦ୍ରକ ଡାଉନ ସଂପୂର୍ଣ୍ଣ ବନ୍ଦ ରହିବ । ପୂର୍ବରୁ ଲକ ଡାଉନ ସିଷ୍ଟମରେ ଅତ୍ୟାବଶ୍ୟକ ସାମଗ୍ରୀର ଦୋକାନ ଖୋଲା ଥିବାବେଳେ ବର୍ତ୍ତମାନ ଏହି ସଟ ଡାଉନ ବେଳେ ସମସ୍ତ ଆତ୍ୟବଶ୍ୟକ ସାମଗ୍ରୀ ଦୋକାନ ବନ୍ଦ ରହିବ ଓ କିଛିଟା ମେଡିସିନ ଦୋକାନ ଯାହାକୁ କଲେକ୍ଟର ଡିସାଇଡ କରିବେ ସେହି ଗୁଡିକ ହିଁ ଖୋଲା ରହିବ ।

ଯେଉଁ ଲୋକମାନେ ଏହି ସଟଡାଉନ ନିୟମକୁ ମାନିବେ ନାହିଁ ସେମାନଙ୍କୁ ସରକାରଙ୍କ ଦ୍ଵାରା ପରିଚାଳିତ କ୍ଵାରେଣ୍ଟାଇନରେ ୧୪ ଦିନ ପାଇଁ ରଖାଯିବ ଓ ସେହି ଲୋକଙ୍କ ବିରୁଦ୍ଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ । ତେଣୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଅନୁରୋଧ କରି କହିଛନ୍ତି କି ନିଜେ ଓ ନିଜ ପରିବାରକୁ ସୁରକ୍ଷିତ ରଖିବା ପାଇଁ ସରକାରଙ୍କର ଏହି ସଟ ଡାଉନ ନିୟମକୁ ପାଳନ କରନ୍ତୁ ।

Leave a Reply

Your email address will not be published. Required fields are marked *