‘ଏବେ ଓଡ଼ିଶା ଉପରେ ନାହିଁ ଘୂର୍ଣ୍ଣିବଳୟର ପ୍ରଭାବ, କିନ୍ତୁ…’ ଦେଖନ୍ତୁ କଣ କହିଲେ IMD ଡ଼ିଜି Mrutyunjay Mohapatra

ବନ୍ଧୁଗଣ ସମ୍ଭାବ୍ୟ ବାତ୍ୟା ନେଇ ଏବେ ସାରା ଓଡିଶା ବାସୀଙ୍କ ମନରେ ଚିନ୍ତା ଘାରିଛି । ତେବେ ଏହି ସମ୍ଭାବ୍ୟ ବାତ୍ୟା ନେଇ କୌଣସି ସ୍ପର୍ଷ୍ଟ ଚିତ୍ର ଆସି ନଥିବା ବେଳେ ମୁକାବାଲା ପାଇଁ ରାଜ୍ୟ ସରକାର ପୁରା ପ୍ରସ୍ତୁତ ଅଛନ୍ତି । ଏନେଇ ସୂଚନା ଦେଇଛନ୍ତି IMD ଡ଼ିଜି Mrutyunjay Mohapatra । ସମ୍ଭାବ୍ୟ ବାତ୍ୟା ନେଇ ପ୍ରସ୍ତୁତ ରହିବାକୁ 18 ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ବିପଦ ଆଶଙ୍କା ଥିବା ଅଞ୍ଚଳରେ ରହୁଥିବା ଲୋକଙ୍କୁ ନିରାପଦ ସ୍ଥାନ ବା ବାତ୍ୟା ଆଶ୍ରୟ ସ୍ଥଳକୁ ପ୍ରଥମିକତା ଭିତ୍ତିରେ ସ୍ଥାନାନ୍ତରିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ବନ୍ଧୁଗଣ ପୂର୍ବରୁ ଅନେକ ମଡେଲ ଗୁଡିକ ବାତ୍ୟାକୁ ନେଇ ଭିନ୍ନ ଭିନ୍ନ ସୂଚନା ଦେଇଥିଲେ । ହେଲେ ବର୍ତ୍ତମାନ ପାଣିପାଗ ବିଭାଗ ପକ୍ଷରୁ ଏକ ବଡ ସୂଚନା ସାମ୍ନାକୁ ଆସୁଛି । ଆଜି ଆମେ ଆପଣ ମାନଙ୍କୁ ଏହି ବଡ ସୂଚନା ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ବାତ୍ୟାକୁ ନେଇ ଏକ ବଡ ସୂଚନା ଦେଇଛନ୍ତି । ମୃତ୍ୟୁଞ୍ଜୟଙ୍କ ମତରେ, ଗତ କାଲି ଯେଉଁ ଘୂର୍ଣ୍ଣୀ ବଳୟଟି ସୃଷ୍ଟି ହୋଇଥିଲା ତାହା ବର୍ତ୍ତମାନ ସେହି ଅଞ୍ଚଳରେ ଦେଖା ଦେଉଛି । ଆଉ ଏହାର ପ୍ରଭାବରେ ଆସନ୍ତା କାଲି ତଥା 6 ତାରିଖରେ ଗୋଟେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ।

ଆଣ୍ଡାମାନ ସାଗର ନିକଟସ୍ଥ ଦକ୍ଷିଣ ପୂର୍ବ ବଙ୍ଗପ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ଓ ପରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ଆସନ୍ତା 8 ତାରିଖ ସୁଧା ଏହା ଏକ ଅବପାତ ବା ଡିପ୍ରେସନରେ ପରିଣତ ହେବ । ଏହାର ପ୍ରଭାବରେ ଆଜି ଠାରୁ ଆଣ୍ଡାମାନ ସାଗର ଏବଂ ନିକଟସ୍ଥ ଦକ୍ଷିଣ ପୂର୍ବ ବଙ୍ଗପ ସାଗର ଅଶାନ୍ତ ରହିବ ।

ଧୀରେ ଧୀରେ ପବନ ଆଜି ଠାରୁ 40 ରୁ 50 କିଲୋମିଟର ବେଗରେ ଗତି ହୋଇପାରେ । ବଢି ବଢି ଏହା 8 ତାରିଖ ବେଳକୁ ଏହା 55-65 କିଲୋମିଟର ପ୍ରତି ଘଣ୍ଟା ବେଗରେ ପ୍ରଭାବିତ ହୋଇପାରେ । ମତ୍ସ୍ୟଜୀବୀ ମାନେ ଏବେ ଆଣ୍ଡାମାନ ସାଗର ଓ ଦକ୍ଷିଣ-ପୂର୍ବ ବଙ୍ଗପ ସାଗର ଆଡକୁ ଯିବା ଉଚିତ ନୁହେଁ । ଯେଉଁ ମାନେ ସେ ସମୁଦ୍ରରେ ଅଛନ୍ତି ସେମାନେ ନିରାପଦ ସ୍ଥାନକୁ ଫେରି ଆସିବା ଉଚିତ ।

ଏହା ଓଡ଼ିଶାରୁ ବହୁତ ଦୂରରେ ରହିଛି ଏହାର କୌଣସି ପ୍ରଭାବ ବର୍ତ୍ତମାନ ଓଡ଼ିଶା ଉପରେ ନାହିଁ । ଓଡ଼ିଶାରେ ଏବେ ଯେଉଁ ବର୍ଷା ହେଉଛି ତାହା କାଳ ବୈଶାଖୀ ବର୍ଷା ଯାହା ଖରା ଦିନରେ ହୋଇଥାଏ । ଆଣ୍ଡାମାନ ସାଗରରେ ଯେଉଁ ଘୂର୍ଣ୍ଣୀ ବଳୟଟି ହେବାକୁ ଅଛି ତାହାର ଓଡ଼ିଶା ଉପରେ କୌଣସି ପ୍ରଭାବ ପଡିବ ନାହିଁ ।

Leave a Reply

Your email address will not be published. Required fields are marked *