ଓଡିଆଣୀ Hotel, ମାତ୍ର 140 ଟଙ୍କାରେ ମିଳୁଛି 35 ପ୍ରକାରର ଓଡିଆ ଖାଇବା, ସ୍ଵାଦ ଏମିତି ହାତ ଚାଟି ରହିଯିବେ…

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ସବୁ ଲୋକଙ୍କୁ ଖାଇବା ବହୁତ ପସନ୍ଦ ରହିଥାଏ । ତେବେ ସେଥିପାଇଁ ସେମାନେ ପରିଶ୍ରମ କରି ଦୁଇ ପଇସା ରୋଜଗାର କରିଥାନ୍ତି କାରଣ କୁହାଯାଏ କି ପେଟ ପାଇଁ ସବୁ ନାଟ । ତେବେ ଆପଣ ମାନେ ଜାଣିଥିବେ କି ଆମ ଓଡ଼ିଶା ବାସୀ ସବୁଠାରୁ ଅଧିକ ଖାଇବାକୁ ପସନ୍ଦ କରିଥାନ୍ତି । ତେବେ ଆମ ଓଡ଼ିଶା ଙ୍କ ଓଡିଆ ମଉଡ଼ ମଣି ଶ୍ରୀ ଜଗନ୍ନାଥ ମଧ୍ୟ ଖାଇବା କୁ ଖୁବ ପସନ୍ଦ କରନ୍ତି ।


ତାଙ୍କ ର ଛପନ ପ୍ରକାର ଭୋଗ ସବୁଠାରୁ ପ୍ରସିଦ୍ଧ ତାଙ୍କର ଅଭଡ଼ା ମଧ୍ୟ ଲୋକଙ୍କ ହୃଦୟ କୁ ଆନନ୍ଦିତ କରି ଦେଇଥାଏ । ତେବେ କିନ୍ତୁ ବର୍ତ୍ତମାନ ଆମେ ଆମ ଓଡ଼ିଆ ଖାଦ୍ୟ କୁ ସମ୍ପୂର୍ଣ୍ଣ ଭାବରେ ଭୁଲି ଗଲୁଣି ଏବଂ ସବୁବେଳେ ଚାଇନିଜ ଫୁଡ଼ କିମ୍ବା ଜାପାନୀଯ ଫୁଡ଼ ମୋମୋ, ଚାଉମିନ,ବିରିୟାନି, ଆଦି କୁ ଖାଇବାକୁ ପସନ୍ଦ କରୁଛନ୍ତି । ତେବେ ସେଥିପାଇଁ ଜଣେ ଯାଜପୁର ର ଓଡ଼ିଆ ଭାଇ ଆମ ଓଡ଼ିଆ ସଂସ୍କୃତି ଆମ ଓଡ଼ିଆ ପରମ୍ପରା ମୁଖ୍ୟତଃ ଆମ ଓଡ଼ିଆ ଖାଦ୍ୟ କୁ ବଞ୍ଚାଇବା ପାଇଁ ସେ ଏକ ହୋଟେଲ ପ୍ରସ୍ତୁତ କରିଛନ୍ତି ଯାହାର ନାମ ହେଉଛି ଓଡ଼ିଆଣି ହୋଟେଲ ।

ଏହି ହୋଟେଲ ରେ ଶୁଦ୍ଧ ଓଡ଼ିଆ ଖାଦ୍ୟର ଆପଣ ଙ୍କୁ ଖାଇବା ପାଇଁ ମିଳିଯିବ । ତେବେ ତାଙ୍କ କହିବା କଥା ସେ ଅନେକ ସ୍ଥାନ ବୁଲିଛନ୍ତି କିନ୍ତୁ ତାଙ୍କୁ ସେତେବେଳେ ଖରାପ ଲାଗେ ଯେତେବେଳେ ତାଙ୍କୁ କୁହାଯାଏ କି ଓଡ଼ିଆ ମାନଙ୍କର କୌଣସି ଖାଦ୍ୟ ଆଇଡିଣ୍ଟି ନାହିଁ । ତେଣୁ ସେ ଏହିଭଳି ପଦକ୍ଷେପ ନେଇଛନ୍ତି ଏବଂ ୨୦୦୯ ମସିହାରେ ଏହି ହୋଟେଲ କୁ ନିର୍ମାଣ କରିଛନ୍ତି ।


ତେବେ ଏହି ହୋଟେଲ ରେ ଆପଣ ମାତ୍ର ୧୪୦ ଟଙ୍କା ଦେଇ ୨୫ ରୁ ୩୫ ପ୍ରକାରର ଖାଦ୍ୟ ଖାଇ ପାରିବେ ସେହି ଥାଳି ରେ ଆପଣ ଭାତ, ଡାଲି,ଦହି ଭାତ, ବନ୍ଧା କୋବି, ଚଣା ମସଲା, ଆଳୁ ଚଟଣି,ବାଇଗଣ ଚଟଣି,କଲରା ଚକଟା,ଟମାଟୋ ପୋଡା,ମୂଳା ଭଜା,ଝୁଡୁଙ୍ଗ ଭଜା,ଶାଗ, ବଢି ଚୁରା, ଡ଼ଙ୍କ, ଲଙ୍କା ରାଇ,କଲରା ମସଲା,ସିମ ପୋସ୍ତ,ପାଳଙ୍ଗ ଘାଟ, କଦଳୀ ମସଲା ,ବିନ ମସଲା,ଆଳୁ ଦମ ଆଦି ଅନେକ ଆହୁରି କିଛି ତାସହ ତିନି ଚାରି ପ୍ରକାର ଚଟଣି ଏବଂ ମିଠାରେ ଆପଣ ଛେନା ତାଡ଼ିଆ ଏବଂ ରାବିଡ଼ି ।


ଏହା ସହ ଆମିଷ ରେ ମାଛ,ଚିକେନ୍, ବାମ୍ବୋ ଚିକେନ୍ ଆଦି ଅନେକ ପ୍ରକାର ବ୍ୟଞ୍ଜନ ଏହି ହୋଟେଲ ରେ ଆପଣ ଙ୍କୁ ଖାଇବାକୁ ମିଲିଯିବ । ତେବେ ଆପଣ ମାନେ ମଧ୍ୟ ଆମ ଓଡ଼ିଆ ପରମ୍ପରା, ସଂସ୍କୃତି ଓ ଖାଦ୍ୟ କୁ ଉପଭୋଗ କରିବା ପାଇଁ ଏହି ଓଡ଼ିଆଣି ହୋଟେଲ କୁ ଆସନ୍ତୁ ଏବଂ ଖାଆନ୍ତୁ ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାଇବେ ।

Leave a Reply

Your email address will not be published. Required fields are marked *