ନୂଆ ନୂଆ ବିବାହ କରିଥିବା Ollywood ର ଏହି 5 କପଲ ଙ୍କ ମଧ୍ୟରେ ଥିବା ବୟସ ଅନ୍ତର ଜାଣିଲେ ଆପଣ ଆଚାର୍ଯ୍ୟ ହେବେ !

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଓ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚାରେ ରୁହନ୍ତି । ଏହା ସହିତ ଏହି ଅଭିନେତ୍ରୀ ମାନେ ନିଜ ଲଭ ଅଫେୟାର ଓ ନିଜ ବିବାହ ପାଇଁ ମଧ୍ୟ ବହୁତ ଚର୍ଚାରେ ରୁହନ୍ତି । ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଗତ କିଛି ଦିନ ମଧ୍ୟରେ ବିବାହିତ କରିଛନ୍ତି ।

ଏହି ଓଡିଆ କପଲ୍ସଙ୍କ ମଧ୍ୟରେ ଥିବା ବୟସ ସୀମା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ । ସୁପ୍ରଭା ଓ ପ୍ରତୀକ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ସୁପ୍ରଭା ଓ ପ୍ରତୀକ । ଆପଣ ମାନେ ସମସ୍ତେ ସୁପ୍ରଭାଙ୍କୁ ‘କୁଆଁରୀ ବୋହୁ’ ସିରିଏଲରେ ନିଶ୍ଚୟ ଦେଖିଥିବେ । ତେବେ ଗତ କିଛି ଦିନ ତଳେ ସୁପ୍ରଭା ପ୍ରତୀକଙ୍କ ସହ ବିବାହ କରିଛନ୍ତି । ସୁପ୍ରଭାଙ୍କ ବୟସ ୨୬ ବର୍ଷ ହୋଇଥିବା ବେଳେ ପ୍ରତୀକଙ୍କ ବୟସ ୩୦ ବର୍ଷ । ତେବେ ସୁପ୍ରଭାଙ୍କ ଠାରୁ ପ୍ରତୀକ ୪ ବର୍ଷ ବଡ ।

ଗୁନଗୁନ ଓ ଅଭିସ୍ମିତ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଗୁନଗୁନ ଓ ଅଭିସ୍ମିତ । ଆପଣ ମାନେ ସମସ୍ତେ ଓଡିଆ ଅଭିନେତ୍ରୀ ଗୁନଗୁନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଗତ କିଛି ଦିନ ତଳେ ଗୁନଗୁନ ନିଜ ପୁରୁଷ ବନ୍ଧୁ ଅଭିସ୍ମିତଙ୍କ ସହ ବିବାହ କରିଥିଲେ । ଗୁନଗୁନଙ୍କ ବୟସ ୨୮ ଥିବା ବେଳେ ଅଭିସ୍ମିତଙ୍କ ବୟସ ହେଉଛି ୩୪ ବର୍ଷ । ତେବେ ଅଭିସ୍ମିତ ଗୁନଗୁନଙ୍କ ଠାରୁ ୬ ବର୍ଷ ବଡ ।

ସୋମାଲିନ ଓ ନିଶୀଥ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ସୋମାଲିନ ଓ ନିଶୀଥ । ଏହି ଦୁଇଜଣ ଗତ କିଛି ଦିନ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି । ସୋମାଲିନଙ୍କ ବୟସ ୨୩ ବର୍ଷ ହୋଇଥିବା ବେଳେ ନିଶୀଥଙ୍କ ବୟସ ହେଉଛି ୨୭ ବର୍ଷ । ତେବେ ନିଶୀଥ ସୋମାଲିନଙ୍କ ଠାରୁ ୪ ବର୍ଷ ବଡ ।

ଜାଙ୍କଲିନ ଓ ଅରବିନ୍ଦ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଜାଙ୍କଲିନ ଓ ଅରବିନ୍ଦ । ଏହି ଦୁଇଜଣଙ୍କ ଯୋଡିକୁ ଲୋକମାନେ ବେସ ଅଧିକ ପସନ୍ଦ କରିଛନ୍ତି । ଏବେ ଜାଙ୍କଲିନଙ୍କ ବୟସ ୨୩ ବର୍ଷ ହେଉଥିବା ବେଳେ ଅରବିନ୍ଦଙ୍କ ବୟସ ହେଉଛି ୨୭ ବର୍ଷ । ଅରବିନ୍ଦ ଜାଙ୍କଲିନଙ୍କ ଠାରୁ ୪ ବର୍ଷ ବଡ ଅଛନ୍ତି ।

ସବ୍ୟସାଚୀ ଓ ଅର୍ଚ୍ଚିତା- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ କଳାକାର ସବ୍ୟସାଚୀ ଓ ଅର୍ଚ୍ଚିତା । ଗତ କିଛି ମାସ ତଳେ ଏହି ଦୁଇଜଣ ବିବାହ କରିଥିଲେ । ତେବେ ଅର୍ଚ୍ଚିତାଙ୍କୁ ବର୍ତ୍ତମାନ ୩୧ ବର୍ଷ ହୋଇଥିବା ବେଳେ ସବ୍ୟଙ୍କୁ ୩୭ ବର୍ଷ ଚାଲିଛି । ସବ୍ୟ ଅର୍ଚ୍ଚିତାଙ୍କ ଠାରୁ ୬ ବର୍ଷ ବଡ ।

Leave a Reply

Your email address will not be published. Required fields are marked *