Interesting Gk Questions- DL ର ଫୁଲ୍ ଫର୍ମ କଣ ? RTO ର ଫୁଲ୍ ଫର୍ମ କଣ ? RC ର ଫୁଲ୍ ଫର୍ମ କଣ ? କଣ ଆପଣ ଜାଣିଛନ୍ତି ?

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନ ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।

1.LLର ଫୁଲଫର୍ମ କଣ ?

ଉତ୍ତର- LLର ଫୁଲଫର୍ମ ହେଉଛି Learner’s License ଓ ଏହାର ଓଡିଆ ଅର୍ଥ ହେଉଛି ଶିକ୍ଷାର୍ଥୀ ଲାଇସେନ୍ସ ।

2.DL ର ଫୁଲଫର୍ମ କଣ ?

ଉତ୍ତର- DLର ଫୁଲଫର୍ମ ହେଉଛି Driving License ଓ ଏହାର ଅର୍ଥ ହେଲା ଗାଡି ଚଳାଇବା ଲାଇସେନ୍ସ ।

3.RTO ର ଫୁଲଫର୍ମ କଣ ?

ଉତ୍ତର-RTOର ର ଫୁଲଫର୍ମ ହେଉଛି Regional Transport Office । ଏହାର ଓଡିଆ ଅର୍ଥ ହେଉଛି ଆଞ୍ଚଳିକ ପରିବହନ କାର୍ଯ୍ୟଳୟ । ସେମିତି RTOର ଆଉ ଏକ ଫୁଲଫର୍ମ ହେଉଛି Road Transport Office ଓ ଏହାର ଅର୍ଥ ହେଉଛି ସଡକ ପରିବହନ କାର୍ଯ୍ୟଳୟ ।

4.RC ର ଫୁଲଫର୍ମ କଣ ?

ଉତ୍ତର- RCର ଫୁଲଫର୍ମ ହେଉଛି Registraion Certificate । ଏହାର ଓଡିଆ ଅର୍ଥ ହେଉଛି ରେଜିଷ୍ଟ୍ରିକରଣ ପ୍ରମାଣ ପତ୍ର ।

5.PUC ର ଫୁଲଫର୍ମ କଣ ?

ଉତ୍ତର-PUCର ର ଫୁଲଫର୍ମ ହେଉଛି Pollution Under-Control Certificate । ଏହାର ଅର୍ଥ ହେଲା ପ୍ରଦୂଷଣ ନିୟନ୍ତ୍ରଣାଧୀନ ପ୍ରମାଣ ପତ୍ର ।

6. କେଉଁ ସ୍ଥାନ ମହାଶିବରାତ୍ରି ପାଇଁ ପ୍ରସିଦ୍ଧ ?

ଉତ୍ତର- ବାରଣାସୀ ମହାଶିବରାତ୍ରି ପାଇଁ ପ୍ରସିଦ୍ଧ ।

7. ଗୁଜୁରାଟ ରାଜ୍ୟର ରାଜଧାନୀର ନାମ କଣ ?

ଉତ୍ତର- ଗୁଜୁରାଟ ରାଜ୍ୟର ରାଜଧାନୀ ହେଉଛି ଗାନ୍ଧିନଗର ।

8. କେଉଁ ସହରକୁ ମନ୍ଦିର ମାଳିନୀ ସହର କୁହାଯାଏ ?

ଉତ୍ତର- ଭୁବନେଶ୍ବରକୁ ମନ୍ଦିର ମାଳିନୀ ସହର କୁହାଯାଏ ।

9. କେଉଁ ସହରକୁ ମନ୍ଦିରର ପବିତ୍ର ଭୂମି କୁହାଯାଏ ?
ଉତ୍ତର- ବାରଣାସୀ ସହରକୁ ମନ୍ଦିରର ପବିତ୍ର ଭୂମି କୁହାଯାଏ ।

10. ବର୍ତ୍ତମାନ ଭାରତରେ କେତୋଟି କେନ୍ଦ୍ରଶାସିତ ଅଞ୍ଚଳ ରହିଛି ?

ଉତ୍ତର- ବର୍ତ୍ତମାନ ଭାରତରେ 8ଟି କେନ୍ଦ୍ରଶାସିତ ଅଞ୍ଚଳ ରହିଛି ।

11. କେଉଁ ଦେଶରେ ସୁନାର ପର୍ବତ ରହିଛି ?

ଉତ୍ତର- କଙ୍ଗୋ ଦେଶରେ ଦେଶରେ ସୁନାର ପର୍ବତ ରହିଛି ।

12. ଭାରତର କେଉଁ ରାଜ୍ୟ ସର୍ବାଧିକ ସୋଯାବିନ ଉତ୍ପାଦନ କରିଥାଏ ?

ଉତ୍ତର- ଭାରତର ମଧ୍ୟପ୍ରଦେଶ ରାଜ୍ୟ ସର୍ବାଧିକ ସୋଯାବିନ ଉତ୍ପାଦନ କରିଥାଏ ।

13. କେଉଁ ରାଜ୍ୟକୁ ଭାରତର ହୃଦୟ ବୋଲି କୁହାଯାଏ ?

ଉତ୍ତର- ମଧ୍ୟପ୍ରଦେଶ ରାଜ୍ୟକୁ ଭାରତର ହୃଦୟ ବୋଲି କୁହାଯାଏ ।

Leave a Reply

Your email address will not be published. Required fields are marked *