ଋଷ ସହିତ ଭାରତର ସମ୍ପର୍କ ଦେଖି ଫ୍ରାନ୍ସର ବଡ ବୟାନ, କହିଲା କିଛି ଏମିତି…

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ର ବଡ଼ ଖବର ରୁଷ ଓ ୟୁକ୍ରେନ ର ଯୁଦ୍ଧ । ତେବେ ରୁଷ-ୟୁକ୍ରେନ ଯୁଦ୍ଧ ଆଜି ଅଷ୍ଟମ ଦିନରେ ପହଞ୍ଚିଛି । କିନ୍ତୁ ତାୱଡ଼ତୋଡ଼ ଆକ୍ରମଣ ପରେ ବି ରୁଷ ଏପର୍ୟ୍ୟନ୍ତ ୟୁକ୍ରେନକୁ କାବୁ କରିନାହିଁ । କିନ୍ତୁ ଏହି ଯୁଦ୍ଧରେ ରୁଷ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ହେବାରେ ଲାଗିଛି । ରୁଷର ଅର୍ଥନୀତିରେ ପତନ ବର୍ତ୍ତମାନ ଜଳ ଜଳ ହୋଇ ଦିଶୁଛି । ଏହି ସମୟରେ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ପୁଣି ଥରେ ‘ଷ୍ଟେଟ ଅଫ ୟୁନିଅନ’ରେ ସ୍ପଷ୍ଟ କରିଛନ୍ତି ଯେ, ରୁଷ ସହ ଲଢ଼ିବା ପାଇଁ ଆମେରିକା ନିଜର ସୈନ୍ୟ ୟୁକ୍ରେନକୁ ପଠାଇବ ନାହିଁ ।

କିନ୍ତୁ ୟୁକ୍ରେନକୁ ଅନ୍ୟ ସମସ୍ତ ସହଯୋଗ କରିବ । ଅନ୍ୟପଟେ ରୁଷର ଭୟଙ୍କର ମିସାଇଲ୍‌ ଆକ୍ରମଣରେ ୟୁକ୍ରେନର ସୈନ୍ୟ ଶିବିର ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଥିବା ବେଳେ ଏକା ସାଂଗରେ ୭୦ ଜଣ ୟୁକ୍ରେନୀ ସୈନିକ ମୃତ୍ୟୁବରଣ କରିଛନ୍ତି । ୟୁକ୍ରେନ୍‌ ରାଜଧାନୀ କିଭ୍‌ର ତୈଳ ଡ଼ିପୋ, ଗ୍ୟାସ୍‌ ପାଇପ୍‌ ଲାଇନ୍‌, ପିଇବା ପାଣି ସପ୍ଲାଏ ବ୍ୟବସ୍ଥା, ଟିଭି ଟାୱାର, ବଡ଼ ବଡ଼ ଅଟ୍ଟାଳିକା ଉପରେ ରୁଷ୍‌ ପ୍ରଚଣ୍ଡ ବୋମା ଓ ମିଶାଇଲ୍‌ ମାଡ଼ କରି ଧ୍ୱସ୍ତ ବିଧ୍ୱସ୍ତ କରିସାରିଛି ।

ତଥାପି ୟୁକ୍ରେନ୍‌ ନିଜ ଦେଶକୁ ରକ୍ଷା କରିା ପାଇଁ ସଂଗ୍ରାମ ଜାରି ରଖିଛି । ତେବେ ୟୁକ୍ରେନକୁ ସଙ୍କଟରୁ ଉଦ୍ଧାର କରିବାକୁ ଏକ ଆପାତକାଳୀନ ସ୍ୱତନ୍ତ୍ର ବୈଠକ ଡାକିଛି ଜାତିସଂଘ ସୁରକ୍ଷା ପରିଷଦ(ୟୁଏନଏସସି) । ମୋଟ ୧୯୩ଟି ରାଷ୍ଟ୍ର ସମୂହ ଅଂଶ ଗ୍ରହଣ କରିବେ । ଆଜି ଏହି ବୈଠକରେ ୟୁକ୍ରେନ ବାବଦରେ ଆଲୋଚନା ହେବ । ହେଲେ ଏହାପୂର୍ବରୁ ଏହି ମହାସଭା ଆୟୋଜନକୁ ନେଇ ଏକ ଭୋଟିଂ ହୋଇଥିଲା ।

ତେବେ ମିଳିତ ଜାତିସଂଘର ମାନବାଧିକାର ପରିଷଦ(ୟୁଏନଏଚଆରସି)ରେ ରୁଷ ବିରୋଧରେ ଗଲାନି ଭାରତ। ପ୍ରତିଥର ପରି ଏଥର ମଧ୍ୟ ମତଦାନରୁ ଦୂରେଇ ରହିଲା ଭାରତ । ୟୁକ୍ରେନ ଉପରେ ରୁଷର ଆକ୍ରମଣ ବିରୋଧରେ ଯାଞ୍ଚ ପ୍ରସ୍ତାବକୁ ନେଇ ଜାତିସଂଘରେ ହୋଇଥିବା ମତଦାନରୁ ଭାରତ ଓହରି ଯାଇଛି । ତେବେ ୟୁଏନଏଚଆରସି ୟୁକ୍ରେନ ବିରୋଧରେ ରୁଷର ସୈନ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ଏକ ସ୍ଵତନ୍ତ୍ର ଅନ୍ତର୍ଜାତୀୟ ଯାଞ୍ଚ ଆୟୋଗ ଗଠନ କରିବାକୁ ନିଷ୍ପତ୍ତି ନେଇଛି ।

ମିଳିତ ଜାତିସଂଘର ୪୭ ସଦସ୍ୟ ବିଶିଷ୍ଟ ଏହି ପରିଷଦରେ ରୁଷ ବିରୋଧରେ ଶୁକ୍ରବାର ମତଦାନ ହୋଇଛି । ପ୍ରସ୍ତାବ ସପକ୍ଷରେ ୩୨ ଭୋଟ୍ ପଡିଥିବା ବେଳେ ଭାରତ, ଚୀନ, ପାକିସ୍ତାନ, ସୁଦାନ ଏବଂ ଭେନେଜୁଏଲା ସହିତ ୧୩ ଦେଶ ମତଦାନରୁ ଦୂରେଇ ରହିଥିଲେ । ପ୍ରସ୍ତାବ ସପକ୍ଷରେ ମତଦାନ କରିଥିବା ଦେଶ ମଧ୍ୟରେ ଫ୍ରାନ୍ସ, ଜର୍ମାନୀ, ଜାପାନା, ୟୁଏଇ, ବ୍ରିଟେନ ଏବଂ ଆମେରିକା ପରି ଦେଶ ସାମିଲ୍ ।

ପରିଷଦ ଟ୍ଵିଟ୍ କରି ଜଣାଇଛି ଯେ, ୟୁକ୍ରେନ ବିରୋଧରେ ରୁଷର ସୈନ୍ୟ କାର୍ଯ୍ୟାନୁଷ୍ଠାନ ଉପରେ ତୁରନ୍ତ ସ୍ଵତନ୍ତ୍ର ଅନ୍ତର୍ଜାତୀୟ ଯାଞ୍ଚ ଆୟୋଗ ଗଠନ କରିବାକୁ ନିର୍ଣ୍ଣୟ ନିଆଯାଇଛି । ଏହା ପୂର୍ବରୁ ଭାରତ ୧୫ ସଦସ୍ୟ ବିଶିଷ୍ଟ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ରୁଷ ବିରୋଧରେ ଆଗତ ନିନ୍ଦା ପ୍ରସ୍ତାବରୁ ଦୂରେଇ ରହିଥିଲା । ସେହି ପରି ୧୯୩ ସଦସ୍ୟ ବିଶିଷ୍ଟ ମହାସଭାରେ ପ୍ରସ୍ତାବ ଉପରେ ମତଦାନରୁ ମଧ୍ୟ ଭାରତ ଓହରି ଯାଇଥିଲା ।

ତେବେ ଭାରତ ଏଥିରେ ଭାଗ ନନେବାରୁ ସମସ୍ତେ ବର୍ତ୍ତମାନ ଭାରତ ଉପରେ ଅଙ୍ଗୁଳି ଉଠେଇଥିଲେ କିନ୍ତୁ ବର୍ତ୍ତମାନ ଫ୍ରାନ୍ସ ଭାରତ ର ସମର୍ଥନ ରେ କହିଛନ୍ତି ତେବେ ଫ୍ରାନ୍ସ ର ରାଜଦୂତ ଲେନିନ କହିଛନ୍ତି କି କୌଣସି ଦେଶ ଭାରତ କୁ କଣ କରିବାକୁ ପଡିବ କଣ କରିବା ଉଚିତ ନୁହେଁ ଏହା କହିବା ଉଚିତ ନୁହେଁ । ତେବେ ସେ କହିଛନ୍ତି କି ଭାରତ ଅନ୍ତର୍ଜାତୀୟ ସ୍ତର ରେ ବହୁତ ବଡ଼ ଦାୟିତ୍ୱ ଚାହିଁଥାଏ ।

ଆମ ଦେଶ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ରେ ସ୍ଥାୟୀ ସିଟ ମିଳିବା ପାଇଁ ପ୍ରବଳ ସମର୍ଥକ ଅଛୁ । ତେବେ ସେ ଏହା ମଧ୍ୟ କହିଥିଲେ କି ଭାରତ ର ସ୍ୱର ପୁରା ଦୁନିଆ ରେ ଶୁଣା ଯାଇଥାଏ ତେବେ ଆମେ ଦୁନିଆର ସବୁଠାରୁ ବଡ଼ ଲୋକତନ୍ତ୍ର ଉପରେ ବିଶ୍ୱାସ କରିଥାଉ । ତେବେ ଭାରତ ଏହା କହିଛି କି ଭାରତର ପ୍ରାଥମିକତା ହେଉଛି ୟୁକରେ ରେ ଫସି ରହିଥିବା ଭାରତୀୟ ମାନଂକୁ ଉଦ୍ଧାର ଏବଂ ଯୁଦ୍ଧ ବିରତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *