‘ମୁଁ ନମ୍ବର ପ୍ଳେଟ ବଦଳେଇବିନି, କିଏ ସେ ମୋର କଣ କରିବ ଆସ…’ ନମ୍ବର ପ୍ଲେଟ ବଦଳେଇବାକୁ ନେଇ ସରକାରଙ୍କ ଉପରେ ଗର୍ଜିଲେ Sura ଭାଇ….ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ସାଂସଦ ସୁର ରାଉତରାୟ କହିଛନ୍ତି ଯେ ନମ୍ବର ପ୍ଳେଟରେ ଗରିବ ଲୋକ ମାନେ ତଥା ଛୋଟ ଛୋଟ ଲୋକମାନେ ଆର୍ଟିଷ୍ଟ ମାନେ ନମ୍ବର ପ୍ଳେଟ କରି ବଞ୍ଚୁଥିଲେ । ମାତ୍ର ତାକୁ ହଟାଇଦେବା ଦ୍ଵାରା ୫୦ ହଜାର ଛୋଟ ଶିଳ୍ପୀ, ଯେଉଁମାନେ ନମ୍ବର ପ୍ଳେଟ କରୁଥିଲେ ସେମାନଙ୍କ ଭାତା ବନ୍ଦ ହୋଇଗଲାଣି । ତାଙ୍କ ଭାତହାଣ୍ଡି ବନ୍ଦ ତଥା ଚୁଲା ମଧ୍ୟ ବନ୍ଦ । ସେମାନେ ମୂଲ ଲାଗିଲେଣି । ରାସ୍ତା ଘାଟରେ ବୁଲିଲେଣି । ତାଙ୍କ ଥଇଥାନ ନିମନ୍ତେ ତ ସରକାରଙ୍କୁ କିଛି କରିବା କଥା ?

ମାତ୍ର ସେ ସବୁ କିଛି ନ କରି ରାତାରାତି ଯାହା ମନକୁ ଆସିଲା ତାହା କରିଦେଉଛ ? ମାତ୍ର ଏଗୁଡାକ ଗୋଟିଏ ପ୍ରହସନ ଚଲାଇଛ ? ଅଫିସର ମାନେ ଲାଞ୍ଚ ନେଇ ଏହାକୁ ଲୋଡ କରୁଛନ୍ତି । ସେମାନେ ପଇସା ପକାଇଦେଇ ଗଲେ ଏବଂ ଗରିବ ଲୋକ ଆମ୍ଭେ ଛଟପଟ ହେଉଛୁ । ଏହାକୁ ତୁରନ୍ତ ବନ୍ଦ କରାଯାଉ । ମାତ୍ର ନମ୍ବର ପ୍ଳେଟ ତ ସମସ୍ତେ କରିଛନ୍ତି ପୁଣି କାହିଁକି ଆଉଥରେ କରୁଛନ୍ତି ?

ପୁଣି ଆଉଥରେ ଖର୍ଚ୍ଚାନ୍ତ ହେବୁ ? ଏକ ଟଙ୍କା ସାହାର୍ଯ୍ୟ ନାହିଁ ? ଆମ୍ଭର ସବୁ ଗାଡିରେ ନମ୍ବର ପ୍ଳେଟ ରହିଅଛି ପୁନ୍ନର୍ବାର ଏହାକୁ ବଦଳେଇବା ? ମାତ୍ର ଏଗୁଡାକ ଅତି ପ୍ରହସନ । ସୁର ରାଉତରାୟ ଏହାର ବିରୋଧ କରି କହିଛନ୍ତି ଯେ ଯାହାର ଯେମିତି ନମ୍ବର ପ୍ଳେଟ ଅଛି ଚାଲୁ ତାକୁ ବାଧା ନଦେଇ ଯେଉଁ ନୂଆ ସ୍କିମ କରିଛନ୍ତି ତାଙ୍କୁ ୱିଡ୍ର କରିଦିଆଯାଉ । ସୁର ଏହା ମଧ୍ୟ କହିଛନ୍ତି ଯେ ମୋର ଯାହା ନମ୍ବର ପ୍ଳେଟ ଲାଗିଛି ତାହା ଲାଗିବ ।

ଆମେ ଏହାକୁ ମୂଳରୁ ଲଗାଇଛୁ ଏବଂ ଲାଗିବ । ମାତ୍ର ଅନେକ ଜାଗାରେ ସରକାର ଭଙ୍ଗା ଭଙ୍ଗି କରିବାରେ ଲାଗିଛନ୍ତି କିନ୍ତୁ ସେ ସବୁକୁ ଥଇଥାନ କରି ଭଙ୍ଗାଯାଉ । ଖାଲି କଣ ଶସ୍ତା ପାଇଛନ୍ତି ଯାହା ଯେତେବେଳେ ଚାହିଁବେ ତାହା କରିବେ ? ଗରିବ ଲୋକେ ତାଙ୍କ ଗୁଜୁରାଣ କିଭଳି ମେଣ୍ଟାଇବେ ? ସେମାନଙ୍କୁ ଆଗ ଥଇଥାନ କର ଏହାପରେ ଭାଙ୍ଗ । ଥଇଥାନ ନକରି ଆଦୌ ଭଙ୍ଗାଭଙ୍ଗୀ କରନାହିଁ ।

ଭୁବନେଶ୍ବର ସହରରେ ଅତି ଦୁଃଖ ଦାୟକ ପରିସ୍ଥିତି ସୃଷ୍ଟି ହୋଇଛି ସେମାନେ ଅନେକ ଦିନରୁ ଘର କରି ଅଛନ୍ତି ବର୍ତ୍ତମାନ ଯିବେ କୁଆଡେ ? ପୂଜା ବଜାରର ମାହୋଲ ବର୍ତ୍ତମାନ ଏହି ସମୟରେ ଏଭଳି କାଣ୍ଡ ରଚାଇବା ଆଦୌ ଗ୍ରହଣ ଯୋଗ୍ୟ ନୁହେଁ ବୋଲି ସୁର ରାଉତରାୟ କହିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *