Jyotish Shastra – ନବବର୍ଷ ୨୦୨୧ ରେ ୩ଟି ରାଶି ସବୁଠାରୁ ଅଧିକ ଭାଗ୍ୟଶାଳୀ, ରାଜାଙ୍କ ପରି ବଞ୍ଚିବେ

ଜ୍ଯୋତିଷ ଶାସ୍ତ୍ରରେ ରାଶି ମାନଙ୍କୁ ବହୁତ ମହତ୍ଵ ଦିଆ ଯାଇଛି । ସଂସାରରେ ଜନ୍ମ ହୋଇଥିବା ପ୍ରତ୍ୟେକ ମଣିଷଙ୍କ ସହିତ 12 ଟି ରାଶି ଯୋଡି ହୋଇ ରହିଥାଏ । ଏହି ରାଶୀମାନେ ବ୍ୟବହାର ବା ପର୍ଶନାଲିଟି ଦର୍ଶାଇଥାନ୍ତି । ଅଲଗା ଅଲଗା ରାଶି ହେବା କାରଣରୁ ପ୍ରତ୍ଯେକ ମଣିଷର ବ୍ୟବହାର ମଧ୍ୟ ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ । ପ୍ରତ୍ଯେକ ରାଶି କିଛି କିଛି ଗ୍ରହ ମାନଙ୍କ ଅନ୍ତର୍ଭୂତ ହୋଇଥାନ୍ତି । ଏଥିପାଇଁ ଗ୍ରହମାନଙ୍କର ସ୍ଥିତି ରାଶି ମାନଙ୍କ ମାଧ୍ୟମରେ ମଣିଷଙ୍କୁ ପ୍ରଭାବିତ କରିଥାଏ । ଗ୍ରହମାନେ ଶୁଭ ସ୍ଥିତିରେ ରହିବା ଶୁଭଫଳ ଦେଇଥାଏ କିନ୍ତୁ ଗ୍ରହମାନଙ୍କର ଅଶୁଭ ସ୍ଥିତି ଜୀବନରେ ନାନା ପ୍ରକାରର ସମସ୍ୟାକୁ ଟାଣି ଆଣିଥାଏ ।

ଆପଣ ତ ଜାଣିଛନ୍ତି ଏବେ ବର୍ଷ 2020 ଚାଲୁ ଅଛି ଓ ଆଗକୁ ଆସୁଛି ନୂଆବର୍ଷ 2021 । ଜ୍ୟୋତିଷଙ୍କ ଅନୁସାରେ ଗ୍ରହ ମାନଙ୍କ ମଧ୍ୟରେ କିଛି ଏମିତି ସଂଯୋଗ ହେଉଅଛି ଯେଉଁ କାରଣରୁ ନୂଆ ବର୍ଷ 2021 ରେ 3 ଟି ରାଶି ରାଜାଙ୍କ ପରି ଜୀବନ ବିତାଇବେ । ତେବେ ଏବେ ଆସନ୍ତୁ ସେହି 3 ଟି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ ଜାଣିବା ।

କୁମ୍ଭ ରାଶି

ଏହି ରାଶିର ବ୍ୟକ୍ତିଙ୍କ ପାଇଁ 2021 ରେ ରାଜଯୋଗ ରହିଅଛି । ଲମ୍ବା ସମୟ ଧରି ଆପଣ ଯେଉଁ ସମସ୍ୟାରେ ଗତି କରୁଥିଲେ ଏବେ ତାହା ଦୂର ହୋଇଯିବ । ଓ ସମସ୍ତ ସମସ୍ୟାରୁ ମୁକ୍ତି ମିଳିଯିବ । ଆପଣଙ୍କୁ ନୂଆ ଅବସର ପ୍ରାପ୍ତି ହେବ ଓ ଉନ୍ନତି ମିଳିବ । ଏହି ଯୋଗ ବନିବା ପରେ ଆପଣ ନୂଆ ନୂଆ ଲୋକଙ୍କ ସହ ସାକ୍ଷାତକାର କରିବେ ଯିଏ କି ଆପଣଙ୍କୁ ସଠିକ ଦିଗ ଦେଖାଇବ । ବ୍ୟାପାରୀ ମାନଙ୍କ ପାଇଁ ଏହି ବର୍ଷଟି ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ । ଧନର ବର୍ଷା ହେବାର ଯୋଗ ବନୁଅଛି ।

ସିଂହ ରାଶି

ଏହି ରାଜଯୋଗ ସିଂହ ରାଶିର ବ୍ୟକ୍ତି ଙ୍କ ପାଇଁ ବହୁତ ଭଲ ରହିବାର ଅଛି । ଆପଣଙ୍କର ଭାଗ୍ଯର ଦ୍ଵାର ଖୋଲିଯିବ । ଆପଣଙ୍କର ଶୁଭ ସମୟ ଏବେ ଆରମ୍ଭ ହେବାକୁ ଯାଉଛି । ଆପଣଙ୍କର କିଛି ନୂଆ ଯୋଜନା ହେବାର ଅଛି । ତାହା ଉପରେ କାମ କରିବା ଆରମ୍ଭ କରି ଦିଅନ୍ତୁ ।

ମା ଲକ୍ଷ୍ମୀ ଙ୍କର କୃପା ଆପଣଙ୍କ ଉପରେ ବର୍ଷିବ । ଚାକିରି କ୍ଷେତ୍ରରେ ଥିବା ବ୍ୟକ୍ତି ଙ୍କୁ ଭଲ ଲାଭ ମିଳିବ .ଯଦି ଆପଣ ଲମ୍ବା ସମୟରୁ ପ୍ରମୋଶନ ପାଇଁ ଅପେକ୍ଷା କରିଛନ୍ତି ତେବେ ଆପଣଙ୍କୁ ଏବେ ଏହାର ଫଳ ପ୍ରାପ୍ତ ହେବ । ସମାଜରେ ଆପଣଙ୍କର ମାନ ସମ୍ମାନ ବଢିବ ।

ମିଥୁନ ରାଶି

 

ଏହି ରାଶିର ଲୋକଙ୍କ ପାଇଁ ବଡ ଧନଲାଭର ଯୋଗ ବନୁଅଛି । ବ୍ୟାପାରୀ ମାନଙ୍କ ପାଇଁ ବ୍ୟାପାର କ୍ଷେତ୍ରରେ ଧନଲାଭ ହେବାର ସମ୍ଭାବନା ରହିଅଛି । ଆପଣ ବହୁ ଦିନରୁ ଅପେକ୍ଷା କରିଥିବା କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବେ । ଆପଣଙ୍କର ଧାନ ସମ୍ବନ୍ଧୀୟ ସମସ୍ୟା ରହିବ ନାହିଁ । ଭାଗ୍ଯର ପୁରା ସହଯୋଗ ମିଳିବ । ଯେଉଁ କାରଣରୁ ଆପଣ ସବୁ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ ।

ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ରାଶିଫଳ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *