କେତେ ବି ପୁରୁଣା ଦାଗ, ଚିହ୍ନ ହେଇଥାଉ ନା କାହିଁକି, ଏହି ଦେଶୀ ଉପାୟରେ ମାତ୍ର 5 ମିନିଟ ରେ ପାଆନ୍ତୁ କାଚ ଭଳି ଚମକୁଥିବା ଚେହେରା -Skin Whitening Tips

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟ ଅଧିକାଂଶ ଲୋକଙ୍କର ଚେହେରାଗତ ସମସ୍ଯା ଦେଖିବାକୁ ମିଳୁଛି । ସାଧାରଣତ ଚେହେରାରେ କଳା ଦାଗ, ବ୍ରଣ ହେବା ଓ କଳାପଣ ଆଦି ସମସ୍ଯା ଅଧିକାଂଶ ଲୋକଙ୍କର ଦେଖାଯାଉଛି । ଏହି ସମସ୍ତ ସମସ୍ଯାକୁ ଦୂର କରିବା ପାଇଁ ଲୋକମାନେ ମାର୍କେଟରେ ମିଳୁଥିବା ବିଭିନ୍ନ ପ୍ରକାରର କସମେଟିକ ଓ ଫେସୱାସର ବ୍ୟବହାର କରୁଛନ୍ତି ହେଲେ ଏହି ସମସ୍ତ କସମେଟିକ୍ସ ଫେସୱାସ ଆଦିରେ ବହୁତ ମାତ୍ରାରେ କେମିକାଲ ରହୁଛି ଯାହା ଆପଣଙ୍କ ଚେହେରାକୁ ଆହୁରି ଅଧିକ ଅସୁନ୍ଦର କରୁଛି । କାରଣ ଏହି ସମସ୍ତ ଜିନିଷର ବ୍ୟବହାର ଦ୍ଵାରା ଚେହେରାରେ ସାଇଡ ଇଫେକ୍ଟ ଆସିଥାଏ । ଯାହା ଫଳରେ ଆପଣଙ୍କ ଚେହେରା ପୂର୍ବ ଅପେକ୍ଷା ବହୁତ ଅଧିକ ଖରାପ ଦେଖାଯାଏ ।

ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ସମସ୍ଯାକୁ ଦୂର କରିବା ପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଘରୋଇ ଉପଚାର ନେଇ ଆସିଛୁ । ଯାହାକୁ ଆପଣ ବହୁତ ସହଜରେ ବ୍ୟବହାର କରି ଆପଣଙ୍କ ଏହି ସମସ୍ଯାକୁ ଦୂର କରି ପାରିବେ ଓ ଏହି ଉପଚାରର କୌଣସି ସାଇଡ ଇଫେକ୍ଟ ମଧ୍ୟ ନାହିଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ ।

ବନ୍ଧୁଗଣ ଆମର ଏହି ଉପାୟ ପାଇଁ ସର୍ବ ପ୍ରଥମେ ଆପଣ ଏକ ଆଳୁ ନିଅନ୍ତୁ ଓ ଏହାକୁ ଭଲ ଭାବରେ ଧୋଇ ଏହାର ଚୋପାକୁ ଛଡାଇ ଦିଅନ୍ତୁ । ଚୋପାକୁ ଛଡାଇବା ପରେ ଆପଣ ଏହି ଆଳୁକୁ ଭଲ ଭାବରେ ଗ୍ରେଡ କରିଦିଅନ୍ତୁ । ଗ୍ରେଡ କରିବା ପରେ ଆପଣ ଏହି ଆଳୁକୁ ଛଣା ସାହାର୍ଯ୍ୟରେ ଭଲ ଭାବରେ ଛାଣି ଏହାର ରସକୁ ବାହାର କରିଦିଅନ୍ତୁ ।

ଏହା ପରେ ଆପଣ ଅଲଗା ଏକ ପାତ୍ର ନିଅନ୍ତୁ ଓ ଏହି ପାତ୍ରରେ ଆପଣ ଗୋଟେ ଚାମଚ ବେସନ ନିଅନ୍ତୁ । ବନ୍ଧୁଗଣ ବେସନ ଆମ ଚେହେରା ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏହା ଆମ ଚେହେରାରେ ଥିବା କଳାପଣ ଓ ଦାଗ ଆଦିକୁ ଦୂର କରିବା ସହ ଚେହେରାକୁ ବ୍ରାଇଟ ଏବଂ ହ୍ଵାଇଟ କରିଥାଏ । ଏହା ପରେ ଆପଣ ଅଧ ଚାମଚ ହଳଦୀ ଏହି ମାତ୍ରାରେ ରଖନ୍ତୁ । ବନ୍ଧୁଗଣ ହଳଦି ମଧ୍ୟ ଆମ ଚେହେରା ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ଏହି ଉପଚାର ପାଇଁ ଆପଣ କସ୍ତୁରୀ ହଳଦି ନିଅନ୍ତୁ ।


ଏହା ପରେ ଆପଣ ଏହି ପାତ୍ରରେ ଗୋଟେ ଚାମଚ ଆଳୁ ରସ ନିଅନ୍ତୁ । ଆଳୁ ରସ ଆମ ଚେହେରାର ଦାଗ ଓ କଳାପଣ ଆଦି ସମସ୍ଯା ପାଇଁ ରାମବାଣ ଉପାୟ ହୋଇଥାଏ । ଏହାପରେ ଆପଣ ଏହି ମିଶ୍ରଣରେ ଅଧା ଚାମଚ ମହୂ ମିଶାଇ ଦିଅନ୍ତୁ । ବନ୍ଧୁଗଣ ମହୂ ଆମ ଚେହରାର ଦାଗ ଓ ବ୍ରଣ ଆଦିକୁ ଦୂର କରିବା ସହ ଆମ ଚେହାରକୁ ଗୋରା ଏବଂ ଚମକଦାର କରିଥାଏ । ବନ୍ଧୁଗଣ ଶେଷରେ ଆପଣ ଏହି ମିଶ୍ରଣରେ ଅଧ ଚାମଚ ଗୋଲାପଜଳ ମିଶାଇ ଦିଅନ୍ତୁ ଓ ଏହି ମିଶ୍ରଣକୁ ଭଲ ଭାବରେ ମିକ୍ସ କରିଦିଅନ୍ତୁ ।


ବନ୍ଧୁଗଣ ଏହି ମିଶ୍ରଣକୁ ଚେହେରାରେ ଲଗାଇବା ପୂର୍ବରୁ ଚେହେରାକୁ ଭଲ ଭାବରେ ପାଣି ସାହାର୍ଯ୍ୟରେ ଧୋଇଦିଅନ୍ତୁ ଓ ଏହି ମିଶ୍ରଣକୁ ଆପଣ ନିଜ ଚେହେରାରେ ଲଗାଇ ଦିଅନ୍ତୁ । ଏହି ଫେସପ୍ୟାକକୁ ଲଗାଇବା ପରେ ଚେହେରାକୁ ୧୦ ରୁ ୧୫ ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ଏହି ପ୍ୟାକ ଶୁଖିଯିବା ପରେ ଚେହେରାକୁ ଭଲ ଭାବରେ ଥଣ୍ଡା ପାଣି ସାହାର୍ଯ୍ୟରେ ଧୋଇ ଦିଅନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *