ଦୀପାବଳୀ ଅମାବାସ୍ୟାରେ କେଉଁ ଜନ୍ତୁ ଦେଖିଲେ ହୋଇଥାଏ ଶୁଭ ଓ ହୁଏ ଧନବର୍ଷା – Ajira Anuchinta

ବନ୍ଧୁଗଣ ଆମ ଘର ପାଖରେ କୌଣସି ଜୀବ ଜନ୍ତୁ ଦେଖିବା ଏକ ସାମାନ୍ଯ କଥା ହୋଇଥାଏ ଓ ବିଲେଇ , ଝିଟିପିଟି ଓ ପେଚା ଦେଖିବା ଅଶୁଭ ମନାଯାଏ । କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ ଦୀପାବଳି ଦିନ ଏହି ସବୁ ଜନ୍ତୁଙ୍କୁ ଦେଖିବା ବହୁତ ଶୁଭ ହୋଇଥାଏ । ଏହାକୁ ମା ଲକ୍ଷ୍ମୀ ଙ୍କ ଗୁପ୍ତ ସଙ୍କେତ ମନାଯାଏ । ଏହି ସଙ୍କେତ ଦର୍ଶାଇଥାଏ କି ଆପଣଙ୍କୁ ମା ଲକ୍ଷ୍ମୀ ଙ୍କର ଆଶୀର୍ବାଦ ସାରା ବର୍ଷ ପ୍ରାପ୍ତ ହେବ । ଦୀପାବଳି ଦିନ ଘର କିମ୍ବା ଦୋକାନ ପାଖରେ ପେଚା ଦେଖିବା ବହୁତ ଶୁଭ ହୋଇଥାଏ । ପେଚା ମା ଲକ୍ଷ୍ମୀ ଙ୍କର ବାହନ ଅଟେ ଓ ଏମିତି ମନାଯାଏ କି ମା ଲକ୍ଷ୍ମୀ ପେଚା ଉପରେ ବସି ଦୀପାବଳି ଦିନ ପୃଥିବୀର ଭ୍ରମଣ କରିଥାନ୍ତି ।

ଶାସ୍ତ୍ର ଅନୁସାରେ ଦୀପାବଳି ଦିନ ଯେଉଁ ଘର ପାଖରେ ପେଚା ଦେଖାଯାଏ ସେହି ଘରେ ମା ଲକ୍ଷ୍ମୀ ବାସ କରିଥାନ୍ତି । ଓ ସେହି ଘର ଉପରେ ସାରା ବର୍ଷ ମା ଲକ୍ଷ୍ମୀ ଙ୍କର ଆଶୀର୍ବାଦ ରହିଥାଏ । ସେହି ଘରେ ଧନର ଆଗମନ ହୋଇଥାଏ ଓ ସବୁ ବିଗିଡି ଯାଇଥିବା କାମ ସବୁ ସଫଳତା ପୂର୍ବକ ସମ୍ପନ୍ନ ହୋଇଥାଏ ।

ଝିଟିପିଟି

ଝିଟିପିଟି କୁ ନେଇ ଏମିତି ମାନ୍ୟତା ଅଛି କି ଯଦି ଘର କିମ୍ବା ଦୋକାନରେ ଦୀପାବଳି ଦିନ ଝିଟିପିଟି ଦେଖାଯାଏ ତେବେ ଏହାର ଅର୍ଥ ଆପଣଙ୍କୁ କିଛି ଗୁପ୍ତଧନ ମିଳିବା ପାଇଁ ଯାଉଛି । ଦୀପାବଳି ଦିନ ଯଦି ପୂର୍ବ ଦିଗରେ ଝିଟିପିଟି ଦେଖାଯାଏ ତେବେ ଆପଣଙ୍କୁ ସାରା ବର୍ଷ ଧନର ଅଭାବ ହେବ ନାହିଁ । ସବୁ କାମରେ ସଫଳତା ମିଳିବ ।

ଯଦି ଉତ୍ତର ଦିଗରେ ଦୀପାବଳି ଦିନ ଝିଟିପିଟି ଦେଖାଯାଏ ତେବେ ବୁଝିଯିବେ ପୁରା ବର୍ଷ ଆପଣଙ୍କ ଘରେ ରହିବ ସୁଖ ଓ ସମୃଦ୍ଧି । ପଶ୍ଚିମ ଦିଗରେ ଝିଟିପିଟି ଦୀପାବଳି ଦିନ ଦେଖାଯିବା ପୂର୍ଣ୍ଣ ବର୍ଷ ମା ଲକ୍ଷ୍ମୀ ଆପଣଙ୍କ ଘରେ ବାସ କରିବେ ଓ ଆପଣଙ୍କ ଉପରେ ଆଶୀର୍ବାଦ ବନି ରହିବ । ଘର ର ସବୁ ସଦସ୍ୟଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଦକ୍ଷିଣ ଦିଗରେ ଦୀପାବଳି ଦିନ ଝିଟିପିଟି ଦେଖାଯିବାର ଅର୍ଥ ହେଲା ସମାଜ ପରିବାର ବ୍ୟାପାରରେ ବିଜୟୀ ହେବେ ।

ଚୁଚୁନ୍ଦୁରା ବା ମୂଷା

ପ୍ରାୟତଃ ଏମିତି କୁହାଯାଏ କି ମୂଷା ସେହି ଘରେ ରହିଥାଏ ଯେଉଁଠି ଦାରିଦ୍ରତା ଥାଏ କିନ୍ତୁ ଏମିତି ମାନ୍ୟତା ଅଛି କି ଦୀପାବଳି ଦିନ ମୂଷା ଯେଉଁ ଘରେ ଦେଖାଯାଏ ସେହି ଘରର ବ୍ୟକ୍ତି ମାନଙ୍କୁ ହୋଇଥାଏ ଆକସ୍ମିକ ଧନଲାଭ । ଯେମିତିକି ପୁରୁଣା ସମ୍ପତ୍ତି ମିଳିପାରେ ବା ଲଟେରୀ ମଧ୍ୟ ଲାଗିପାରେ ।

ବିଲେଇ

ଦୀପାବଳି ଦିନ ବିଲେଇ ଦେଖିବା ମା ଲକ୍ଷ୍ମୀ ଙ୍କର ସବୁଠାରୁ ଗୁପ୍ତ ସଙ୍କେତ ମନାଯାଏ । ଏହି ଗୁପ୍ତା ସଙ୍କେତ ଦର୍ଶାଇଥାଏ କି ଏହି ବର୍ଷ ଆପଣଙ୍କ ପାଇଁ ବହୁତ ଭଲ ରହିବ । ଦୀପାବଳି ଦିନ ବିଲେଇ ଦେଖିବା ଦ୍ଵାରା ମା ଲକ୍ଷ୍ମୀ ପୁରା ବର୍ଷ ଆପଣଙ୍କ ଉପରେ ପ୍ରସନ୍ନ ରହିବେ । ତେବେ ଚାଲନ୍ତୁ ଜାଣିବା ସେହି ବିଶେଷ କାମ ବିଷୟରେ ଯାହାକୁ ଦୀପାବଳି ଦିନ ଏହି ସବୁ ଜନ୍ତୁଙ୍କୁ ଦେଖିବା ପରେ ନିଶ୍ଚିତ କରିନେବା ଦରକାର ।

ଯଦି ଦୀପାବଳି ଦିନ ଘରେ କିମ୍ବା ଦୋକାନରେ ଏହି 4 ଜନ୍ତୁ ଙ୍କ ମଧ୍ୟରୁ ଯଦି ଗୋଟିଏ ଦେଖାଯାଏ ତେବେ ବ୍ୟକ୍ତି ପ୍ରସନ୍ନ ହୋଇଯାଏ କିନ୍ତୁ ଶାସ୍ତ୍ରରେ କୁହାଯାଇଛି କି ଦୀପାବଳି ଦିନ ଏମାନଙ୍କ ମଧ୍ୟରୁ କୌଣସି ଜନ୍ତୁ ଦେଖାଗଲେ ହାତ ଯୋଡି ପ୍ରଣାମ କରିବା ଦରକାର । ତା ସହିତ ମନୋସ୍କାମନା ମାଗିବା ଦ୍ଵାରା ବି ତାହା ପୂର୍ଣ୍ଣ ହୋଇଥାଏ । ଯଦି ଦୀପାବଳି ଦିନ ଏମାନଙ୍କ ମଧ୍ୟରୁ କୌଣସି ଜନ୍ତୁ ଦେଖାଯାଏ ତେବେ ତା ଉପରେ ଚାଉଳ ପକେଇ ପ୍ରଣାମ କରନ୍ତୁ । ଆପଣଙ୍କ ଘରେ ମା ଲକ୍ଷ୍ମୀ ପୁରା ବର୍ଷ ବାସ କରିବେ ଓ ଆପଣଙ୍କ ଜୀବନରେ ହେବ ଧନର ଆଗମନ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *