Vastu Shastra- ନୂଆବର୍ଷ ୨୦୨୧ ଆସିବା ପୂର୍ବରୁ ଘରୁ କାଢି ଦିଅନ୍ତୁ ଏହି 5 ଟି ଜିନିଷ, ନହେଲେ ସାରା ବର୍ଷ କଟିବ ଦୁଃଖରେ

ବନ୍ଧୁଗଣ ପର୍ବ ପର୍ବାଣି ସମୟରେ ସମସ୍ତ ଲୋକ ନିଜ ଘରକୁ ସଫା ସୁତୁରା କରିବା ପାଇଁ ପ୍ରୟାସ କରିଥାନ୍ତି । ସେହିପରି ଭାବରେ ନୂତନ ବର୍ଷ ଆସିବା ପୂର୍ବରୁ ସମସ୍ତ ଲୋକ ନିଜ ଘରକୁ ସଫା ସୁତୁରା କରିଦିଅନ୍ତି । ଏହାର ମଧ୍ୟ କିଛି ମାନ୍ୟତା ରହିଛି । ଶାସ୍ତ୍ର ଅନୁସାରେ ଘରକୁ ସଫା ସୁତୁରା ରଖିବା ପରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ । ନୂତନ ବର୍ଷରେ ପ୍ରତ୍ୟକ ଲୋକଙ୍କ ଘରେ ନୂତନ ଖାଦ୍ୟ ପ୍ରସ୍ତୁତ ହେବା ସହିତ ନୂତନ ବର୍ଷ ଆଦି ପରିଧାନ କରିବା ପାଇଁ ଇଛା କରିଥାନ୍ତି ।

ଯଦି ବନ୍ଧୁଗଣ ନୂତନ ବର୍ଷ ଆରମ୍ଭ ହେବା ପୂର୍ବରୁ ଆପଣ ଘରକୁ ସଫା ସୁତୁରା ରଖିଥାନ୍ତି ତା ହେଲେ ଆପଣ ମାନଙ୍କୁ ବିଶେଷ ଧନପ୍ରାପ୍ତିର ଯୋଗ ରହିଥାଏ । ଏହା ସହିତ ଆପଣ ମାନଙ୍କୁ କିଛି କଥାର ଧ୍ୟାନ ରଖିବା ଉଚିତ ଯାହାଦ୍ୱାରା ଆପଣଙ୍କ ଘରେ ଥିବା ସମସ୍ତ ନକରାତ୍ମକ ଶକ୍ତି ଦୂରେଇ ଯିବା ସହିତ ଆପଣଙ୍କ ପୁରା ବର୍ଷ ଆନନ୍ଦମୟ ରହିବ ।

ତେଣୁ ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି ୬ଟି ଜିନିଷ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଆପଣ ନୂଆ ବର୍ଷ ପୂର୍ବରୁ ଘରୁ ବାହାର କରିଦିଅନ୍ତୁ । ଏହାଦ୍ବାରା ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କର ବିଶେଷ କୃପାଦ୍ରୁଷ୍ଟି ରହିବ । ଯାହାଫଳରେ ଆପଣଙ୍କ ଆଗାମୀ ବର୍ଷ ବହୁତ ଆନନ୍ଦମୟ ରହିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ୬ଟି ଜିନିଷ ବିଷୟରେ ।


ଭାଙ୍ଗିଯାଇଥିବା କାଚ- ବନ୍ଧୁଗଣ ଯଦି ଆପଣଙ୍କ ଘରେ କୌଣସି ଭଙ୍ଗା କାଚ ରହିଛି ତା ହେଲେ ଆପଣ ନୂଆ ବର୍ଷ ପୂର୍ବରୁ ସେହି କାଚକୁ ସଫା କରି ଘରୁ ବାହାର କରିଦିଅନ୍ତୁ । କାରଣ ଭଙ୍ଗା କାଚ ଘର ମଧ୍ୟରେ ରହିବା ଦ୍ଵାରା ଆପଣଙ୍କ ଦୁଶ୍ଚିନ୍ତା ବଢିଥାଏ ।

ଖରାପ ଘଣ୍ଟା- ବନ୍ଧୁଗଣ ଘରେ କେବେହେଲେ ଖରାପ ଘଣ୍ଟା ରଖିବା ଉଚିତ ହୋଇନଥାଏ । ଏହାଦ୍ବାରା ଘରର ସଦସ୍ୟ ମାନଙ୍କୁ କୌଣସି କ୍ଷେତ୍ରରେ ସଫଳତା ମିଳିନଥାଏ ଓ ଘରେ ବିଶୃଙ୍ଖଳା ହୋଇଥାଏ । ତେଣୁ ବନ୍ଧୁଗଣ ଯଦି ଆପଣଙ୍କ ଘରେ ଖରାପ ଘଣ୍ଟା ଅଛି ତା ହେଲେ ଆପଣ ଏହି ନୂଆ ବର୍ଷ ପୂର୍ବରୁ ଘଣ୍ଟାକୁ ଘରୁ ବାହାର କରିଦିଅନ୍ତୁ ।

ଭଙ୍ଗା ଫର୍ନୀଚର- ଯଦି ବନ୍ଧୁଗଣ ଆପଣଙ୍କ ଘରେ କୌଣସି ଭଙ୍ଗା ଖଟ ବା ଫର୍ନୀଚର ରହିଛି ତା ହେଲେ ଆପଣଙ୍କ ବୈବାହିକ ଜୀବନରେ ବିଭିନ୍ନ ପ୍ରକାରର ସମସ୍ଯା ଆସିବ । ତେଣୁ ଆପଣ ଏହି ନୂଆ ବର୍ଷ ପୂର୍ବରୁ ଭଙ୍ଗା ଫର୍ନୀଚରକୁ ଘରୁ ବାହାର କରିଦିଅନ୍ତୁ ।


ଭଙ୍ଗା ଫଟୋ- ଯଦି ଆପଣଙ୍କ ଘରେ ଭଙ୍ଗା ଫଟୋ ରହିଛି ତା ହେଲେ ଆପଣଙ୍କ ଘରେ ବିଭିନ୍ନ ପ୍ରକାରର ନକରାତ୍ମକ ପ୍ରଭାବ ପଡିଥାଏ । ତେଣୁ ବନ୍ଧୁଗଣ ଏହି ନୂଆ ବର୍ଷ ଆସିବା ପୂର୍ବରୁ ଆପଣ ଭଙ୍ଗା ଫଟୋକୁ ଘରୁ ବାହାର କରିଦିଅନ୍ତୁ ।


ପୁରୁଣା ଦୀପ- ଯଦି ବନ୍ଧୁଗଣ ଆପଣଙ୍କ ଠାକୁର ଘରେ କୌଣସି ପୁରୁଣା ଦୀପ ରଖିଛନ୍ତି ତା ହେଲେ ତୁରନ୍ତ ସେହି ଦୀପକୁ ଘରୁ ବାହାର କରନ୍ତୁ । କାରଣ ଠାକୁରଙ୍କ ସାମ୍ନାରେ ପୁରୁଣା ମାଟି ଦୀପ ରଖିଲେ ଠାକୁର ରୁଷ୍ଟ ହୋଇଯାଇଥାନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *