Vastu Shastra- ନୂଆ ବର୍ଷ ପୂର୍ବରୁ ଘରୁ ବାହାର କରନ୍ତୁ ଏହି ୧୦ଟି ଜିନିଷ, ନହେଲେ ହେଇଯିବେ ଭିକାରି

ବନ୍ଧୁଗଣ ଆଜି ଆମେ ଜାଣିବା ଏହି ୧୦ଟି ଜିନିଷ ବିଷୟରେ ଯାହାକୁକି ନୂଆ ବର୍ଷ ପୂର୍ବରୁ ଘରୁ ବାହାର ନକରିବା ଦ୍ଵାରା ଘରକୁ ଦୁଃଖ ଦୁଦର୍ଶା ମାଡି ଆସିବ । ବନ୍ଧୁଗଣ ଘରେ କଣ ରଖିବା ଦରକାର ଆଉ କଣ ରଖିବା ଦରକାର ନୁହେଁ ଏହା ଜାଣିବା ବହୁତ ଜରୁରୀ ଅଟେ । କେତେ ଥର ଗୋଟେ ଛୋଟ ଭୁଲ ଦ୍ଵାରା ବ୍ୟକ୍ତିର ଭାଗ୍ୟ ଖରାପ ହୋଇଯାଏ । ଆଉ ତାକୁ କେତେ ପ୍ରକାରର ସମସ୍ୟା ର ସାମ୍ନା କରିବାକୁ ପଡିଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ନବବର୍ଷ ବା ନୂଆବର୍ଷ ପୂର୍ବରୁ ଯଦି କିଛି ଜିନିଷକୁ ଘରୁ ବା ଦୋକାନରୁ ବାହାର କରିଦିଆଯିବ ତ ମନୁଷ୍ୟର ଦୁର୍ଭାଗ୍ୟ ଏବଂ ଦାରିଦ୍ରତା ସବୁଦିନ ପାଇଁ ସମାପ୍ତ ହୋଇଯିବ । ଆଉ ମାତା ଲକ୍ଷ୍ମୀ ସବୁଦିନ ପାଇଁ ଆପଣଙ୍କ ଘରେ ନିବେଶ କରିବେ । ତ ଚଲାନ୍ତୁ ବନ୍ଧୁଗଣ ଜାଣିବା ଏହି ୧୦ ଟି ଜିନିଷ ବିଷୟରେ ଯାହାକୁ ଆପଣଙ୍କୁ ନବବର୍ଷ ପୂର୍ବରୁ ଘରୁ ବାହାର କରିଦେବା ନିହାତି ଦରକାର ।

ପ୍ରାୟ ଲୋକମାନଙ୍କ ଘରେ ପୁରୁଣା କପଡା ଗୋଟିଏ ଜାଗାରେ ଏକତ୍ରିତ ହୋଇ ରହିଥାଏ । ଏହିସବୁ ଜିନିଷ ଆପଣଙ୍କ ଘରକୁ ଅଶୁଭ ଶକ୍ତି ଆଣିଥାଏ । ଏମିତି ଜିନିଷ କାହାକୁ ଦେଇଦବା ଦରକାର, ନଚେତ ଅନ୍ୟ କାମରେ ବ୍ୟବହାର କରିଦେବା ଦରକାର । ସେଥିପାଇଁ ଏମିତି ଜିନିଷକୁ ଘରେ ରଖନ୍ତୁ ନାହିଁ । ନଚେତ ମାତା ଲକ୍ଷ୍ମୀ ଆପଣଙ୍କ ଘରେ ବାସ କରିବେ ନାହିଁ ।

ବନ୍ଧୁଗଣ କେବେବି ଆପଣ ଦେବୀ ଦେବତାଙ୍କ ଚିରା ଫୋଟୋ ଏବଂ ଅର୍ଦ୍ଧ ଭଙ୍ଗା ମୂର୍ତ୍ତି ଘରେ ରଖନ୍ତୁ ନାହିଁ । ଏହା ଟଙ୍କା କ୍ଷତି ର କାରଣ ହୋଇଥାଏ । ଏମିତି ଫଟୋ ବା ମୂର୍ତ୍ତି କୁ ଆପଣ ଜଳାଶୟରେ ପ୍ରବାହିତ କରିଦିଅନ୍ତୁ ।

ବନ୍ଧୁଗଣ ଘର ଛାତରେ ପଡିଥିବା ମଇଳା ବା ଅପରିଷ୍କାର ଦ୍ଵାରା ବି ଘରେ ଟଙ୍କାର ଅଭାବ ଦେଖାଦେଇଥାଏ । ଏଥିଦ୍ଵାରା ପରିବାରର ସଫଳତା ଉପରେ ଖରାପ ପ୍ରଭାବ ପଡିଥାଏ । ଘରର ଛାତଉପରେ ଫାଲତୁ ଜିନିଷ ରଖନ୍ତୁ ନାହିଁ । ଏଥିଦ୍ଵାରା ଧନର ହାନି ହୋଇଥାଏ । ତା ସହିତ ଘରର ସଦସ୍ୟ ମାନଙ୍କ ଉପରେ ପିତୃଦୋଷ ମଧ୍ୟ ଲାଗିଥାଏ ।

ଧ୍ୟାନ ରଖିବେ ପର୍ସ ଚିରା ବା ଫଟା ହୋଇନଥିବା ଦରକାର । ଆଉ ଆପଣଙ୍କ ସିନ୍ଧୁକ ବି ନ ଭାଙ୍ଗିଥିବା ଦରକାର । ଯେଉଁଥିରେ ଆପଣ ଧନ ରଖୁଛନ୍ତି ସେଠାରେ ଧାର୍ମିକ ବହି କିମ୍ବା ପବିତ୍ର ଜିନିଷ ରଖିବା ଦରକାର । ଯାହାଦ୍ୱାରା ଆପଣଙ୍କର ଧନ ବଢିବ । ପର୍ସରେ ମାତା ଲକ୍ଷ୍ମୀଙ୍କର ଫୋଟୋ ଏବଂ ସିନ୍ଧୁକରେ କୁବେର ଦେବତାଙ୍କ ଫୋଟୋ ଏବଂ ଜନ୍ତ୍ର ରଖିବା ଶୁଭ ହୋଇଥାଏ ।

କେତେ ଲୋକ ନିଜ ଘରେ ଅନାବଶ୍ୟକ ପଥର ମୂର୍ତ୍ତି ତାବିଜ ଏମିତି ଅନେକ ଜିନିଷ ରଖିଥାଆନ୍ତି । କେଉଁ ପଥର ଭଲ ଫଳ ଦେଇଥାଏ ତ ଆଉ କେଉଁଟା ଖରାପ ଫଳ ମଧ୍ୟ ଦେଇଥାଏ । ଏହା ନ ଜାଣିକି ଏସବୁକୁ ଘରେ ରଖିଦେଇଥାଆନ୍ତି । ସେଥିପାଇଁ ଏସବୁ ଜିନିଷକୁ ନବବର୍ଷ ପୂର୍ବରୁ ଘରୁ ବାହାର କରିଦିଅନ୍ତୁ ।

କେଉଁ ବି ପ୍ରକାରର ଭଙ୍ଗା ଭଙ୍ଗି ସାମଗ୍ରୀକୁ ଘରେ ରଖନ୍ତୁ ନାହିଁ । ଏଥିଦ୍ଵାରା ଘରେ ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ । ଆଉ ନବବର୍ଷରେ ମାତା ଲକ୍ଷ୍ମୀଙ୍କର ଆଗମନ ବି ହୋଇପାରିବ ନାହିଁ । ଏଥିପ୍ରତି ଧ୍ୟାନ ଦିଅନ୍ତୁ ।

ତାଜମହଲର ଫୋଟୋ କିମ୍ବା ବୁଡି ଯାଉଥିବା ଡଙ୍ଗା ଏବଂ ଜାହାଜ ବା କଣ୍ଟା ଥିବା ଗଛ ପଶୁ ମାନଙ୍କ ଚିତ୍ର ଏସବୁ ଘରେ ରଖିବା ଭଲ ନୁହେଁ । ଏଥିଦ୍ଵାରା ଘରେ ଧନଉପରେ ଖରାପ ପ୍ରଭାବ ପଡିଥାଏ । ସବୁଦିନ ଏହିସବୁ ଚିତ୍ରକୁ ଦେଖିବା ଦ୍ଵାରା ମନ ଅଶାନ୍ତିରେ ରହିଥାଏ । ଆଉ ସବୁ କାମରେ ବାଧା ଉପୁଜିଥାଏ । ସେଥିପାଇଁ ନବବର୍ଷ ପୂର୍ବରୁ ଏହିସବୁ ଜିନିଷକୁ ଘରୁ ବାହାର କରିଦିଅନ୍ତୁ ।

ଘର ବା ଦୋକାନର କେଉଁଠି ଆଲମାରି ଭାଙ୍ଗି ଯାଇଛି ତାହେଲେ ତାକୁ ବାହାର କରି ଦିଅନ୍ତୁ । ଭଙ୍ଗା ଆଲମାରି ଟଙ୍କା ଅଭାବ ହେବାର କାରଣ ବନିଥାଏ । ତା ସହିତ ଆଲମାରୀକୁ ସବୁବେଳେ ବନ୍ଦ ରଖନ୍ତୁ । ବିନା କାରଣରେ ଆଲମାରୀକୁ ଖୋଲା ରଖିବା ଦ୍ଵାରା ଏହା କାମରେ ବାଧା ଆଣିଥାଏ ।

ନୂଆବର୍ଷ ପୂର୍ବରୁ ସଫା ସଫି କରିବାର ବହୁତ ଅଧିକ ମହତ୍ଵ ଥାଏ । ଏହା ତ ଆପଣ ସମସ୍ତେ ଜାଣିଛନ୍ତି ତ ଏମିତିରେ ଘରେ ବା ଦୋକାନରେ ସବୁ ବୁଢିଆଣୀ ଜାଲକୁ ସଫା କରିଦିଅନ୍ତୁ । ଯଦି ନୂତନବର୍ଷ ପୂର୍ବରୁ ଏମିତି କରିବେନି ତ ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ଆସିବେ ନାହିଁ ।

ସୋଫା ଚେୟାର ଆଉ ଟେବୁଲ ଘରେ କିମ୍ବା ଦୋକାନରେ ଏହିସବୁ ଜିନିଷ ଭାଙ୍ଗି ଯାଇଛି ତ ତାହା ଆପଣଙ୍କ ପାଇଁ ସମସ୍ୟା ଆଣିପାରେ । ଏମିତି ଜିନିଷକୁ ତୁରନ୍ତ ବାହାର କରିଦିଅନ୍ତୁ । କାରଣ ଏହାଯଦି ଘରେ ରହିବ ତ ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ପ୍ରବେଶ କରିବେ ନହିଁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *