ନୂଆ ବର୍ଷରେ ନୂଆ ଦମଦାର ପ୍ଳାନ ! ମାତ୍ର 1000 ଟଙ୍କା ଦେଇ ପାଆନ୍ତୁ 2 କୋଟି ଟଙ୍କା, ଜାଣନ୍ତୁ କିପରି ?

ନମସ୍କାର ବନ୍ଧୁଗଣ ତେବେ ସମସ୍ତେ ଧନୀ ହେବାକୁ ଚାହାଁନ୍ତି । ସମସ୍ତଙ୍କ ଇଛା ତାଙ୍କ ପାଖରେ ବହୁତ ପଇସା ଥାନ୍ତା ଏବଂ ସେମାନେ ଯାହା ଚାହାନ୍ତେ କିଣି ପାରନ୍ତେ । ସବୁ ଖୁସି ହାସଲ କରିପାରନ୍ତେ ।  ଆଜିକାଲି ସମସ୍ତେ କୋଟିପତି ହେବାକୁ ଚାହାଁନ୍ତି । ତେବେ ପଇସା କମାଇବା ପାଇଁ ନିୟମିତ ଭାବେ ପଇସା ନିବେଶ କରିବା ମଧ୍ଯ ଜରୁରୀ । ଆପଣ ଅନେକ ଥର ଶୁଣିଥିବେ ଯେ ନିଜେ ଖଟିଲେ ପଇସା ଆସିବନି କିନ୍ତୁ ପଇସାକୁ ଖଟେଇଲେ ଅଧିକ ପଇସା ଆସିବ ।

ଏହାର ଅନେକ ଉପାୟ ରହିଛି । ସାଧାରଣତଃ ଇକ୍ୱିଟ୍ ଲିଙ୍କ୍ଡ ମ୍ଯୁଚୁଆଲ୍ ଫଣ୍ଡ ଯୋଜନାରେ ଏସଆଇପି(ସିଷ୍ଟେମେଟିକ୍ ଇନଭେଷ୍ଟେଣ୍ଟ ପ୍ଲାନ୍ସ) ଜରିଆରେ ନିବେଶ କଲେ ୧୨ରୁ ୧୩ ପ୍ରତିଶତ ବାର୍ଷିକ ରିଟର୍ଣ୍ଣ ମିଳିବ । ମାର୍କେଟ ବିଶେଷଜ୍ଞଙ୍କ କହିବାନୁସାରେ ଯଦି କୌଣସି ବ୍ଯକ୍ତି ୧୦ ବର୍ଷ କିମ୍ବା ତାଠୁ ଅଧିକ ସମୟ ପାଇଁ ନିବେଶ କରେ ତେବେ ଏସଆଇପି ରୂପେ ତାକୁ ୧୨-୧୩ ପ୍ରତିଶତ ରିଟର୍ଣ୍ଣ ମିଳିଯିବ ଏବଂ ଯଦି ଇକ୍ୱିଟି-ଲିଙ୍କ୍ଡ ମିଡକ୍ୟାପରେ ନିବେଶ କରାଯାଏ ତେବେ ଏହି ରିଟର୍ଣ୍ଣ ବୃଦ୍ଧି ପାଇଁ ୧୪-୧୬ ପ୍ରତିଶତ ହୋଇଯାଏ ।

ତେବେ ଆପଣ ମାତ୍ର ହଜାରେ ଟଙ୍କା ନିବେଶ କରି କୋଟି କୋଟି ଟଙ୍କା ପାଇ ପାରିବେ । ତେବେ ଲୋକମାନେ କୁହନ୍ତି କି ହଜାରେ ଟଙ୍କାରେ ନିବେଶ କରିବା ସହଜ ନୁହେଁ ଏହା ପାଇଁ ଦରକାର ମୋଟା ରକମ କିନ୍ତୁ ଯଦି ଏହି ଭଳି ଭାବରେ ଆମେ ଅପେକ୍ଷା କରିବା ତେବେ ନିବେଶ କରିବା କଷ୍ଟକର ହୋଇଯିବ । ତେବେ ଯଦି ଆପଣ ଏହା ଭାବୁଛନ୍ତି ତେବେ ଡେରି ନ କରି ଏହି ନୂତର ବର୍ଷରେ ଏହି ପରି କରନ୍ତୁ ।

ଦେଖିବେ ଅଳ୍ପ ଟଙ୍କା ନିବେଶ କରି ଆପଣ ଲକ୍ଷ ଲକ୍ଷ ଟଙ୍କା କମେଇ ପାରିବେ । ତେବେ ଏଥିପାଇଁ ଆପଣ ମିୟୁଚାଲ ଫଣ୍ଡ ରେ ହଜାରେ ଟଙ୍କା ଏସଆଇପି ପ୍ଲାନ ଜମା କରି କୋଟି ପତି ହୋଇ ପାରିବେ । ତେଣୁ ୨୦୨୨ ମସିହାରେ ଆପଣ ମାତ୍ର ହଜାରେ ଟଙ୍କା ଦେଇ ଆରମ୍ଭ କରନ୍ତୁ ଏହି ପ୍ଲାନ । ତେବେ ୧୦ ବର୍ଷ ଆଧାର ରେ ମିୟୁଚାଲ ଫଣ୍ଡ ଭଲ ରିଟର୍ଣ୍ଣିଂ ଦେଇଛି । କିଛି ଫଣ୍ଡ ୨୦ ପ୍ରତିଶତ ରିଟର୍ଣ୍ଣି ମିଳୁଛି ।

ତେବେ ଆପଣ ଯଦି ମାସକୁ ହଜାରେ ଟଙ୍କା ଜମା କରୁଛନ୍ତି ଏବଂ ବାର୍ଷିକ ସର୍ଵନିମ୍ନ ୧୨% ରିଟର୍ଣ୍ଣ ମିଳୁଛି ତେବେ କୋଡିଏ ବର୍ଷ ପରେ ଆପଣ ଙ୍କୁ ନଅଲକ୍ଷ ଅନେଶତ ହଜାର ଏକଶହ ଅଠଚାଳିଶ ଟଙ୍କା ବା ଦଶଲକ୍ଷ ଟଙ୍କା ପାଖାପାଖି ମିଳିବ । କୋଡିଏ ବର୍ଷରେ ଆପଣ ଙ୍କୁ ପୁରା ଦୁଇ ଲକ୍ଷ ଚାଳିଶ ହଜାର ଜମା କରିବାକୁ ପଡିବ । ଯଦି ଏହି ନିବେଶ ରେ ୧୫% ରିଟର୍ଣ୍ଣ ମିଳେ ତେବେ ଆପଣ ପନ୍ଦର ଲକ୍ଷ ରୁ ଅଧିକ ପାଇବେ ଏବଂ ସେହିଭଳି ୨୦% ରେ ଆପଣ ଙ୍କୁ ୩୧ଲକ୍ଷ ରୁ ଅଧିକ ମିଳିବ ।

ଜଣେ ଯୁବାବସ୍ଥାରେ ଏହି ନିବେଶ କରିବାକୁ ଚାହିଁଲେ ୩୦ ବର୍ଷ ପର୍ଯ୍ୟନ୍ତ ନିବେଶ କରି ପାରିବେ । ତେବେ ଯଦି ୧୨% ରିଟର୍ଣ୍ଣ ମିଳେ ତେବେ ୩୫ ଲକ୍ଷ ରୁ ଅଧିକ ମିଳିବ ଏବଂ ଯଦି ୧୫% ମିଳେ ତେବେ ୭୦ ଲକ୍ଷ ଏବଂ ଯଦି ସେହି ହଜାରେ ଟଙ୍କା ନିବେଶ ରେ ୨୦% ରିଟର୍ଣ୍ଣ ମିଳେ ତେବେ ତାହା ୩୦ ବର୍ଷ ପରେ ଦୁଇ କୋଟି ତେତିଶ ଲକ୍ଷ ଷାଠିଏ ବଜାର ଆଠଶହ ଟଙ୍କା ମିଳିବ ଏବଂ ସେଥିପାଇଁ ଆପଣ ଙ୍କୁ ମାତ୍ର ତିନି ଲକ୍ଷ ଷାଠିଏ ହଜାର ଟଙ୍କା ଜମା କରିବାକୁ ପଡିବ । ଆପଣ ଜମା କରିବା ପୂର୍ବରୁ ଅର୍ଥ ବିଶେଷଜ୍ଞ ଙ୍କ ପରାମର୍ଶ ନେଲେ ସଠିକ ତଥ୍ୟ ମଧ୍ୟ ପାଇ ପାରିବେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *