ବନ୍ଦ ହେଲା 17 ଲକ୍ଷରୁ ଅଧିକ Whatsapp ଆକାଉଣ୍ଟ ! କଣ ଆପଣ କରୁଛନ୍ତି ଏମିତି ଭୁଲ ତ ହେଇଯାନ୍ତୁ ସାବଧାନ ! ନଚେତ ହରାଇ ପାରନ୍ତି ନିଜ ଆକାଉଣ୍ଟ

ବନ୍ଧୁଗଣ ବର୍ତ୍ତମାନର ସମୟରେ ପ୍ରାୟତଃ ସମସ୍ତ ଲୋକ ୱ୍ହାଟସପ୍ ଆପ୍ଲିକେସନର ବ୍ୟବହାର କରୁଛନ୍ତି । ବର୍ତ୍ତମାନର ଡିଜିଟାଲ ଦୁନିଆରେ ଲୋକମାନେ ଅତି ସହଜରେ ଅନ୍ୟ ମାନଙ୍କ ସହ ୱ୍ହାଟସପ୍ ରେ ଚାଟିଙ୍ଗ, ଫଟୋ, ଭିଡିଓ ଓ ଡକ୍ୟୁମେଣ୍ଟ ସେୟାର କରୁଛନ୍ତି । ୱ୍ହାଟସପ୍ ହେଉଛି ଏକ ସୁରକ୍ଷିତ ଆପ୍ ଏହା ଆପଣଙ୍କ ଚାଟିଙ୍ଗ ଓ ଅନ୍ୟାନ୍ୟ ଜିନିଷକୁ ସୁରକ୍ଷିତ ରଖିଥାଏ । ବନ୍ଧୁଗଣ ବର୍ତ୍ତମାନ ୱ୍ହାଟସପ୍ ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସୁଛି ଓ ଏହି ଖବର ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

ବନ୍ଧୁଗଣ ୱ୍ହାଟସପ୍ ସହ ଜଡିତ ଏହି ଖବରଟି ଆମ ସମସ୍ତଙ୍କ ପାଇଁ ଅତି ଗୁରୁତ୍ଵପୂର୍ଣ୍ଣ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ୱ୍ହାଟସପ୍ ଆକାଉଣ୍ଟ ବନ୍ଦ କରାଯାଇଛି । ୧୭ ଲକ୍ଷରୁ ଅଧିକ ଭାରତୀୟଙ୍କ ୱ୍ହାଟସପ୍ ଆକାଉଣ୍ଟକୁ ବନ୍ଦ କରାଯାଇଛି ।

କମ୍ପାନୀକୁ ୬୦୨ ଟି ଅଭିଯୋଗ ମିଳିବା ପରେ ଏଭଳି ଏକ ବଡ ପଦକ୍ଷେପ ନିଆଯାଇଛି । ତେବେ ସୂଚନା ମୁତାବକ ସୁରକ୍ଷାକୁ ଆଖି ଆଗରେ ରଖି ଏଭଳି ପଦକ୍ଷେପ ନିଆଯାଇଛି । କମ୍ପାନୀ ପକ୍ଷରୁ କୁହାଯାଇଛି କେବଳ ଭରତ ନୁହେଁ ଅନ୍ୟ ଦେଶରେ ମଧ୍ୟ ଅଭିଯୋଗ ଆସିଥିବା ୱ୍ହାଟସପ୍ ଆକାଉଣ୍ଟକୁ ବନ୍ଦ କରାଯାଉଛି ।

ବନ୍ଦ ହୋଇଥିବା ଆକାଉଣ୍ଟ ଗୁଡିକ ମଧ୍ୟରୁ କେବଳ ଭାରତରେ ୧.୭ ମିଲିୟନ ଅର୍ଥାତ ୧୭ ଲକ୍ଷରୁ ଅଧିକ ୱ୍ହାଟସପ୍ ଆକାଉଣ୍ଟ ବନ୍ଦ ହୋଇଛି । ବନ୍ଦ ହୋଇଥିବା ଭାରତୀୟ ୱ୍ହାଟସପ୍ ଆକାଉଣ୍ଟ ଗୁଡିକ +୯୧ ଦ୍ଵାରା ଚିହ୍ନଟ କରଯାଇଥିଲା । ଆଇଟି ନିୟମ ୨୦୨୧ ଅନୁସାରେ ୱ୍ହାଟସପ୍ ର ଜଣେ ଅଧିକାରୀ କହିଛନ୍ତି, ଆମେ ନଭେମ୍ବର ମାସର ରିପୋର୍ଟ ପ୍ରକାଶ କରିଛୁ ।

ଯେଉଁ ଆକାଉଣ୍ଟ ଗୁଡିକ ଏହି ଗାଇଡଲାଇନକୁ ମାନି ନାହାନ୍ତି ଏବଂ ପୋଲିସ ବିରୋଧରେ ଯାଇ କୌଣସି କାର୍ଯ୍ୟ କରିଛନ୍ତି ସେହି ଆକାଉଣ୍ଟ ଗୁଡିକୁ ବାତିଲ କରାଯାଇଛି । ତେଣୁ ବନ୍ଧୁଗଣ ଆମ ଭାରତରେ ମଧ୍ୟ ୧୭ ଲକ୍ଷରୁ ଅଧିକ ଲୋକ ଏଭଳି କାମ କରିଥିବାରୁ ସେମାନଙ୍କ ୱ୍ହାଟସପ୍ ଆକାଉଣ୍ଟ ବନ୍ଦ କରାଯାଇଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *