ମାର୍ଚ୍ଚ ମାସ ପାଇଁ ନୂଆ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର, ଦେଖନ୍ତୁ କଣ ଖୋଲା କଣ ବନ୍ଦ ? ମାନିବାକୁ ହେବ କେଉଁ ସବୁ ନିୟମ

ବନ୍ଧୁଗଣ ଏହି କିଛି ଦିନ ହେବ କରୋନା ମାହାମାରୀର କୋପ ପୁଣି ବଢିଥିବାର ଜଣା ପଡିଛି । ସାରା ଦେଶରେ ସନକ୍ରମିତ ହୋଇଥିବା ଏହି ଭାଇରସଟି ପୁଣି ନିଜର କୋପ ବର୍ଷାଇଛି । ଚୀନ ଦେଶରୁ ଆସିଥିବା ଏହି ଭାଇରସଟି ପୂର୍ବ ବର୍ଷ ଲକ୍ଷ ଲକ୍ଷ ଲୋକଙ୍କ ପରାଣ ନେଇଥିଲା । ସେଥିପାଇଁ ଗତବର୍ଷ ସରକାର ୬ ମାସ ପର୍ଯ୍ୟନ୍ତ ସାରା ଦେଶରେ ଲକଡାଉନ କରିଦେଇଥିଲେ । ଏହାପରେ କିଛି ମାସ ପର୍ଯ୍ୟନ୍ତ କରୋନାର କୋପ କମିଯିବାରୁ ସବୁ କିଛି ପୂର୍ବ ପରି ହୋଇଯାଇଥିଲା ।

ହେଲେ ବନ୍ଧୁଗଣ ଗତକିଛି ଦିନ ହେବ କରୋନା ନିଜର କୋପ ଦେଖାଇଛି । ମହାରାଷ୍ଟ୍ର, ରାଜସ୍ଥାନ ଓ ମଧ୍ୟପ୍ରଦେଶ ଆଦି ରାଜ୍ୟରେ ସହ ସହ ଲୋକ ଏହି ଭାଇରସର ଶିକାର ହୋଇଛନ୍ତି । ଏମିତିକି ମହାରାଷ୍ଟ୍ରରେ ଗତ କିଛି ଦିନ ହେବ ଲକଡାଉନ ମଧ୍ୟ ଜାରି କରାଯାଇଥିଲା । କରୋନା ମହାମାରୀ ସନକ୍ରଣକୁ ଆଖି ଆଗରେ ରଖି ବର୍ତ୍ତମାନ ଓଡିଶା ରାଜ୍ୟ ସରକାର କିଛି ନୂଆ ଗାଇଡ ଲାଇନର ବ୍ୟବସ୍ଥା କରିଛନ୍ତି ।

ବନ୍ଧୁଗଣ ଏହି ଗାଇଡ ଲାଇନ ଆସୁଥିବା ମାସ ମାର୍ଚ୍ଚ ମାସରୁ ଲାଗୁ ହେବ । ଆଜି ଆମେ ଆପଣ ମାନଙ୍କୁ ଏହି ଗାଇଡ ଲାଇନ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଆସୁଥିବା ମାସ ମାର୍ଚ୍ଚ ମାସରେ ରାଜ୍ୟ ସରକରା କିଛି କଟକଣା ଜାରି କରିଛନ୍ତି । ଯାତ୍ରା ଓ ସ୍ଥାନୀୟ ଥିଏଟର ପାଇଁ ପ୍ରଶାସନ ସର୍ବାଧିକ ୨୦୦୦ ଲୋକଙ୍କୁ ନେଇ କରିବା ପାଇଁ ଅନୁମତି ଦେଇଛନ୍ତି । ଯାତ୍ରା ସମୟରେ ମାସ୍କ ଓ ସାମାଜିକ ଦୂରତା ରଖିବା ବାଧ୍ୟତା ମୂଳକ ରହିବ । ପ୍ରତି ସିଟରେ ୬ ମିଟର ପର୍ଯ୍ୟନ୍ତ ଦୂରତା ରଖାଯିବ ଓ ଅସୁସ୍ଥ ଲୋକ ମାନଙ୍କୁ ଏହି ସ୍ଥାନରେ ନରହିବା ପାଇଁ ମନା କରାଯାଇଛି ।


ଅନଲାଇନ ଟିକେଟ କରିବା ପାଇଁ ପ୍ରଶାସନ ଆୟୋଯକଙ୍କୁ ପରାମର୍ଶ ଦିଆଯାଇଛି । ଯାତ୍ରା କଟକଣା ହେଲେ ଆୟୋଯକ ଦାୟୀ ରହିବେ ବୋଲି କୁହା ଯାଇଛି । ଅନ୍ୟ ପକ୍ଷରେ ବିବାହ ଓ ଅନ୍ତିମ ସଂସ୍କାର ପାଇଁ ୫୦୦ ସହ ଲୋକ ଯୋଗ ଦେବେ ବୋଲି କୁହାଯାଇଛି । ଯଦି ଅଧିକ ରହିବେ ତା ହେଲେ ସେହି ଅଞ୍ଚଳ ଅବରୋଧ ହୋଇପାରିବ ।

ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ଉପରେ ଗୁରୁତ୍ଵ ଦିଆଯିବ । ବନ୍ଧୁଗଣ ଏହି ସବୁ ନିୟମକୁ ମାନି ଚଳିବାକୁ ହେବ ବୋଲି ରାଜ୍ୟ ସରକାର କହିଛନ୍ତି । ଶିକ୍ଷା କ୍ଷେତ୍ରରେ ସ୍କୁଲରେ ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢା ଆରମ୍ଭ ହୋଇଯାଇଛି । ହେଲେ ବର୍ତ୍ତମାନ ସ୍ଥିତିକୁ ଦେଖି ନବମ ଓ ଏକାଦଶ ଶ୍ରେଣୀର ପରୀକ୍ଷା ଅନଲାଇନ ହେବ ବୋଲି ରାଜ୍ୟ ସରକାର ଅନୁମତି ଦେଇଛନ୍ତି ।

ଏହା ସହିତ ବିଭିନ୍ନ କଲେଜ ଓ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ଉଛ ଶିକ୍ଷା ବିଭାଗ ନିଷ୍ପତ୍ତି ନେବ । ଏହି ସମୟରେ କେନ୍ଦ୍ର ସରକାରଙ୍କ ଦ୍ଵାରା ଜାରି ହୋଇଥିବା ଗାଇଡ ଲାଇନକୁ ପାଳନ କରାଯିବ ବୋଲି ଉଲ୍ଲେଖ କରାଯାଇଛି । ଏହା ବ୍ଯତୀତ କ୍ଳାସ ଖୋଲିଥିଲେ ମଧ୍ୟ ପିଲା ମାନେ ପୂର୍ବ ପରି ଅନ୍ଲାଇନ ପାଠ ପଢି ପାରିବେ ବୋଲି ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ବନ୍ଧୁଗଣ ବିବାହ ଓ ସାମାଜିକ ସମାରୋହ ଆଦିରେ ମାସ୍କ ଓ ସାମାଜିକ ଦୂରତା ବାଧ୍ୟତା ମୂଳକ ରହିବ ବୋଲି ରାଜ୍ୟ ସରକାର କହିଛନ୍ତି ।

ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *