କରଜରେ ବୁଡିଥିବା ବାପା ଯେତେବେଳେ ସାହୁକାର କୁ ବିକିଲା ନିଜର ନବଜାତ କନ୍ୟା, ତ ଭଗବାନ ଏମିତି କରିଲେ ନ୍ୟାୟ

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ମାମଲା ସାମ୍ନାକୁ ଆସୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଳଟୁଛି । ବନ୍ଧୁଗଣ ଏହି ସବୁ ମାମଲା ଗୁଡିକ ସାଧାରଣତଃ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଆପଣ ମାନେ ସମସ୍ତେ ଏହି ସବୁ ମାମଲା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଉତ୍ତର ପ୍ରଦେଶର ବିଜନୋରରେ ଏକ ଆଶ୍ଚର୍ଯ୍ୟ ଜନକ ମାମଲା ସାମ୍ନାକୁ ଆସୁଛି । ଏହି ସ୍ଥାନରେ ଏକ ବାପା ନିଜ ମୁଣ୍ଡରୁ କରଜ ଉତାରିବା ପାଇଁ ନିଜ ନବଜାତ ଝିଅକୁ ସାହୁକାରକୁ ବିକି ଦେଇଛି ।

ସେହି ସାହୁକାର ଜଣକ ଦିଲ୍ଲୀରେ ଥିବା ଏକ ଦମ୍ପତ୍ତିକୁ ଛୁଆଟିକୁ ବିକି ଦେଲା । ହେଲେ ବନ୍ଧୁଗଣ ଛୁଆର ଭାଗ୍ୟ ଭଲଥିଲା କାରଣ ‘ମାତୃ ମଣ୍ଡଳ ସେବା ଭାରତୀ’ଙ୍କ ଦ୍ଵାରା ଛୁଆକୁ ଅଣାଯାଇ ମା’କୁ ଦିଆ ଯାଇଥିଲା । ଗରିବ ଦମ୍ପତ୍ତି ଜଣକ କାଶିରାମ କଲୋନୀରେ ରହୁଥିଲା । ମାତୃ ମଣ୍ଡଳ ସେବା ଭାରତୀର ଜିଲ୍ଲାଦକ୍ଷ ସୋମା ଶର୍ମାଙ୍କ ମୁତାବକ ଏହି ଦମ୍ପତ୍ତିଙ୍କ ଉପର କଲୋନୀରେ ରହୁଥିବା ସାହୁକାରଙ୍କ କରଜ ଥିଲା ।

ଏହି କରଜ ଦିନକୁ ଦିନ ବଢିବାରେ ଲାଗିଥିଲା । ସେହି ସମୟରେ ଗରିବ ଦମ୍ପତ୍ତି ଜଣକ ବସନ୍ତ ପଞ୍ଚମୀ ଦିନରେ ଏକ ଛୁଆକୁ ଜନ୍ମ ଦେଇଥିଲା । ଯାହା ଫଳରେ ସାହୁକାରଟି ଛୁଆ ଉପରେ ଆଖି ପକାଇଥିଲା । ସାହୁକାର ଛୁଆର ବାପାକୁ କରଜ ମୁକ୍ତି କରିଦେଲା ଓ ଏହା ସହିତ ୧ ଲକ୍ଷ ୩୭ ହଜାର ଟଙ୍କା ଦେବା ପାଇଁ ଲାଳସା ମଧ୍ୟ ଦେଇଥିଲା ।

ଛୁଆର ବାପା ଏହି ଲାଳସାରେ ଆସିଯାଇଥିଲା । ସେ ମହିଳା ସାହୁକାରଙ୍କ ଠାରୁ ପ୍ରଥମେ ୩୭ ହଜାର ଟଙ୍କା ନେଇଥିଲା ଓ ପରେ ୧ ଲକ୍ଷ ଟଙ୍କା ନେବ ବୋଲି କଥା ହୋଇଥିଲା । ଏହା ପରେ ମହିଳା ସାହୁକାର ଜଣକ ଛୁଆକୁ ନେଇ ଦିଲ୍ଲୀର ଏକ ଦମ୍ପତ୍ତିଙ୍କ ପାଖରେ ବିକି ମଧ୍ୟ ଦେଇଥିଲା । ହେଲେ କିଛି ସମୟ ମଧ୍ୟରେ ଏହି ମାମଲା ବିଷୟରେ ମାତୃ ମଣ୍ଡଳ ସେବା ଭାରତୀକୁ ଜଣା ପଡି ଯାଇଥିଲା । ଏହା ପରେ ସେମାନେ ଛୁଆକୁ ଆଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ ।

ଏହାପରେ ସଂଗଠନର ଲୋକମାନେ ଛୁଆକୁ ତାର ମା ପାଖରେ ନେଇ ଛାଡି ଥିଲେ ଓ କାଶିରାମ କଲୋନୀର ପାର୍କରେ ସେହି ଛୁଆର ନାମ କରଣ ମଧ୍ୟ କରାଯାଇଥିଲା । ଏହା ପରେ ସଂଗଠନ ଛୁଆର ଖାଦ୍ୟ ପେୟ, ପୋଷାକ ଓ ବିବାହ ପାଇଁ ହେଉଥିବା ସମସ୍ତ ଖର୍ଚ ଉଠାଇବା ପାଇଁ କହିଥିଲେ । ବନ୍ଧୁଗଣ ଏହି ମାମଲାର ତଦନ୍ତ ଏସିପି ଧର୍ମବିର ସିଂହ କରୁଛନ୍ତି । ମହିଳା ସାହୁକାର ଜଣକ ଯାହା କରିଛନ୍ତି ତାହା ଏକ ଅପପରଆଧ ଅଟେ ।

ତେଣୁ ଆଗାମୀ ସମୟରେ ମହିଳା ସାହୁକାରଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତା ହେଲେ ବନ୍ଧୁଗଣ ଏହି ମାମଲା ଉପରେ ଆପଣ ମାନଙ୍କ ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ, ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *