କି ଭୟଙ୍କର ଦୃଶ୍ୟ ! ନୂଆ ବୁଲେଟ କିଣି ମନ୍ଦିରକୁ ପୂଜା କରିବାକୁ ଆଣିଥିଲେ, ରାସ୍ତା ମଝିରେ ଫାଟିଲା ବୁଲେଟ, ଆଉ ତା’ପରେ ଯାହା ହେଲା… ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନଙ୍କ ଭିତରୁ ଅନେକଙ୍କ ଇଚ୍ଛା ଥାଏ କି କିମ୍ବା ସ୍ୱପ୍ନ ଥାଏ ନିଜର ଏକ ଗାଡି କରିବା କିମ୍ବା ଗାଡି କିଣିବା । ତେବେ ଯେତେବେଳେ ସେହି ସ୍ୱପ୍ନ ପୁରା ହୋଇ ଯାଏ ତେବେ ବହୁତ ଖୁସି ମଧ୍ୟ ଲାଗେ । କାରଣ ବହୁତ କଠିନ ପରିଶ୍ରମ ଓ ସଞ୍ଚିତ ଧନ ରୁ ସେ ନିଜ ପାଇଁ ଏକ ଗାଡି କିଣିଥାଏ ଯାହା ତା ପାଇଁ କୌଣସି ବଡ଼ ଗଡ଼ ଜିତିବାରୁ ମଧ୍ୟ କମ ନୁହେଁ ।
ତେବେ ବର୍ତ୍ତମାନ ଏକ ବଡ଼ ଖବର ଶୁଣିବାକୁ ମିଳୁଛି କି ନୂଆ ବୁଲେଟ କିଣି ମନ୍ଦିରକୁ ପୂଜା କରିବାକୁ ଆସିଥିଲେ ।

ହେଲେ ପାର୍କିଂରେ ରଖାଯାଇଥିବା ବେଳେ ନିଆଁ ଲାଗି ଫାଟିଗଲା ବୁଲେଟ । ଏଭଳି ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ଅନନ୍ତପୁରରେ । ରବିଚନ୍ଦ୍ର ନାମକ ଜଣେ ଯୁବକ ବୁଲେଟ କିଣିବା ପରେ ଅବିରତ ୩୮୭କିଲୋମିଟର ଗାଡ଼ି ଚଳାଇ ନେଟ୍ଟୀକାନ୍ତି ଅଞ୍ଜନାୟା ସ୍ବାମୀ ମନ୍ଦିରକୁ ଆସିଥିଲେ । ଏହି କାରଣରୁ ଇଞ୍ଜିନ ଗରମ ହୋଇ ବିସ୍ଫୋରଣ ଘଟିଥିବା କୁହାଯାଉଛି ।

ତେବେ ସୂଚନା ମୁତାବକ, ରବିଚନ୍ଦ୍ର ମନ୍ଦିର ବାହାରେ ବୁଲେଟ ରଖି ମନ୍ଦିର ଭିତରକୁ ଯିବାପରେ ଗାଡ଼ିରେ ନିଆଁ ଲାଗିଯାଇଥିଲା । ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ, ପ୍ରଥମେ ଗାଡ଼ିରେ ନିଆଁ ଲାଗୁଛି । ଏହାକୁ ଦେଖି ଲୋକେ ଅଟକିବା ପରେ ବୁଲେଟଟିର ପେ‌ଟ୍ରୋଲ ଟାଙ୍କି ଫାଟି ନିଆଁ ପିଣ୍ଡୁଳାରେ ପରିଣତ ହୋଇଯାଉଛି । କିଛି ସମୟ ପରେ ସେଠାରେ ଥିବା ଲୋକେ ନିଆଁ ଲିଭାଇବା ପାଇଁ ଗାଡ଼ିରେ ପାଣି ପକାଉଛନ୍ତି ।

ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ବିସ୍ଫୋରଣର ପ୍ରକୃତ କାରଣ ଜଣାପଡ଼ିନାହିଁ । ରବିଚନ୍ଦ୍ର ଅବିରତ ୩୮୭କିଲୋମିଟର ଗାଡ଼ି ଚଳାଇ ଆସିଥିବାରୁ ଇଞ୍ଜନ ଗରମ ହୋଇ ଏଭଳି ବିସ୍ଫୋରଣ ଘଟିଥାଇପାରେ ବୋଲି ଉପସ୍ଥିତ ଥିବା ଲୋକେ କହିଛନ୍ତି ।

କିଛି ଦିନ ତଳେ ‌ଚେନ୍ନାଇରେ ଏକ ବିଦ୍ୟୁତ୍ ଚାଳିତ ସ୍କୁଟରରେ ନିଆଁ ଲାଗି ଯାଇଥିବା ଦେଖା ଯାଇଥିଲା । ଏହି ଘଟଣା ପରେ ବିଦ୍ୟୁତ୍ ଚାଳିତ ସ୍କୁଟର କିଣିବା ନେଇ ଲୋକେ ପଛଘୁଞ୍ଚା ଦେଉଥିବା ବେଳେ ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଆମକୁ ନିଶ୍ଚୟ ଜଣାନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଫଲୋ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *