ଏହି ମାଙ୍କଡ ମାନଙ୍କର ହରକତ ଦେଖିଲେ ଆପଣ ହସି ହସି ଗଡିଯିବେ (funny Moment of monkeys), ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ପଶୁ ମାନଙ୍କ ଭିତରୁ ସବୁଠାରୁ ଦୁଷ୍ଟ ଏବଂ ବଦମାସ ହେଉଛନ୍ତି ମାଙ୍କଡ । ବେଳେ ବେଳେ ସେମାନେ କେଉଁଠି ବି ଆସି ଯାଆନ୍ତି ଓ କାହାର ବି ଜିନିଷ ନେଇ ପଳାନ୍ତି ଏକ କାହା ସହ ମଧ୍ୟ ଲାଗିଥାନ୍ତି, ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇ ଯାନ୍ତି । ତେବେ ଆଜି ଆମେ ଆପଣଂକୁ ସେହି ମାଙ୍କଡ ମାନଙ୍କ ର କିଛି ଏଭଳି ଘଟଣା ବିଷୟରେ ଜଣେଇବୁ ଯାହା ଦେଖିବା ପରେ ଆପଣ ନ ହସି ରହି ପାରିବେ ନାହିଁ । ତେବେ ଆସନ୍ତୁ ଜାଣିନେବା ସେହି ଭିଡିଓ ବିଷୟରେ ।

୧- ପ୍ରଥମ ଭିଡିଓ ରେ ଗୋଟିଏ ଲୋକ ଗୋଟିଏ ମାଙ୍କଡ କୁ ବିସ୍କୁଟ ଦେଇଥିଲା ତେବେ ସେ ବହୁତ ଆରାମ ରେ ସେହି ବିସ୍କୁଟ ନେଇ ଖାଇଲା । ତେବେ ସେହି ବ୍ୟକ୍ତି ଆଉ ଏକ ମାଙ୍କଡ ପାଖରେ ଆସି ତାକୁ ମଧ୍ୟ ସେହିଭଳି ବିସ୍କୁଟ ଦେଲା । ତେବେ କିନ୍ତୁ ସେହି ମାଙ୍କଡ ଟି ଅଧିକ ଚାଲାକ ଥିଲା ସେ ଗୋଟିଏ ବିସ୍କୁଟ ନେବା ବଦଳରେ ସେହି ଲୋକ ହାତରେ ଥୁବା ସବୁ ବିସ୍କୁଟ ନେଇ ପଳାଇଲା । ଏବଂ ଲୋକଟି ହସି ହସି ରହିଗଲା ।

୨- ଦ୍ଵିତୀୟ ଭିଡିଓ ରେ ଗୋଟିଏ ମଦାରୀ ନିଜର ମାଙ୍କଡ କୁ ନାଚ ଦେଖାଇବା ପାଇଁ କହୁଥିଲା ତେବେ ଠିକ ଏହି ସମୟରେ ମାଙ୍କଡ ହାତରେ ଗୋଟିଏ ଛୁରୀ ପଡିଗଲା । ତେବେ ପରେ ସେହି ମାଙ୍କଡ ଟି ସେହି ମଦାରୀ କୁ ଛୁରୀ ଦେଖାଇ ଡରେଇବାକୁ ଲାଗିଲା ତେବେ କିଛି ସମୟ ପରେ ଯେତେବେଳେ ମଦାରୀ ନିଜ ବ୍ୟାଗ ରୁ ବନ୍ଧୁକ କାଢ଼ିଲା ସେତେବେଳେ ସେହି ମାଙ୍କଡ ଟି ଚୁପ ଚାପ ଛୁରୀ ଥୋଇଦେଲା ।

୩- ତୃତୀୟ ଭିଡିଓ ରେ କିଛି ଜଣ ସାଙ୍ଗ ଏକ ସ୍ଥାନରେ ଜନ୍ମଦିନ ପାର୍ଟି କରୁଥିଲେ ଏବଂ କେକ ମଧ୍ୟ କାଟୁଥିଲେ । ତେବେ କେକ କାଟିବା ସମୟରେ ଏକ ଛୋଟ ମାଙ୍କଡ ଚୁପ କରି ଆସି ସେହି ସମ୍ପୂର୍ଣ୍ଣ କେକ କୁ ଧରି ଗଛ ଉପରକୁ ଦୌଡ଼ି ପଳାଇଲା ଏବଂ ସେହି ଯୁବକ ମାନେ ସବୁ ଆ କରି ଅନେଇ ରହିଥିଲେ ।


୪- ଚତୁର୍ଥ ଭିଡ଼ିଓ ରେ ଜଣେ ଝିଅ ଟି ଚିଡ଼ିଆ ଖାନା କୁ ବୁକିବାକୁ ଯାଇଥିଲା ଏବଂ ସେଠାରେ ଏକ ମାଙ୍କଡ଼ କୁ ଦେଖି ହାତ ହଲାଇ ନାଚିବାକୁ ଲାଗିଲା ଏବଂ ସେହି ମାଙ୍କଡ଼ କୁ ମଧ୍ୟ ଏପରି କରିବାକୁ କହିଲା ତେବେ ସେତେବେଳେ ସେ ମାଙ୍କଡଟି ସେହି ଝିଅ ର ଏହି ଡାନ୍ସ ଦେଖି କିଛି ସମୟ ପରେ ବସୁ ତାଳି ବଜାଇବା କୁ ଲାଗିଲା । ଯାହା ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେଉଛି ।


୫- ପଞ୍ଚମ ଭିଡିଓ ରେ କିଛି ମାଙ୍କଡ଼ ମାନଂକୁ ଷ୍ଟ୍ରେଚର ରେ କିପରି ରୋଗୀ କୁ ନେବା ପାଇଁ ହେବ ତାହା ପ୍ରତିଶିକ୍ଷଣ ଦିଆ ଯାଉଥିଲା । ତେବେ ଦୁଇ ଜଣ ମାଙ୍କଡ଼ ଷ୍ଟ୍ରେଚର ଧରି ଆସିଲେ ଏବଂ ଗୋଟିଏ ମାଙ୍କଡ଼ କୁ ତା ଉପରେ ଶୁଆଇ ନେବା ବେଳକୁ ସେହି ଷ୍ଟ୍ରେଚର ରୁ କପଡା ଖସି ଗଲା ଏବଂ ସେ ଦୁଇ ଜଣ ଖାଲି ରଡ଼ କୁ ଧରି ଦୌଡ଼ିବାକୁ ଲାଗିଲେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *