PM-KISAN Yojana: ନୂଆ ବର୍ଷରେ ଚାଷୀଙ୍କୁ ଉପହାର ଦେବେ PM Narendra Modi

ବନ୍ଧୁଗଣ ଆମ ଭାରତରେ କୃଶକ ମାନଙ୍କ ପାଇଁ ଅନେକ ଯୋଜନା କରାଯାଇଛି । ଏହି ସବୁ ଯୋଜନା ଦ୍ଵାରା କୃଶକ ମାନେ ଲାଭବାନ ହୁଅନ୍ତି । ତେବେ ବନ୍ଧୁଗଣ ଦେଶର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି କୃଶକ ମାନଙ୍କ ପାଇଁ ପିଏମ କିଶାନ ଯୋଜନା କରିଛନ୍ତି । ଆମ ଦେଶରେ କୃଶକ ଓ ସେନା ଯବାନ ମାନଙ୍କୁ ବହୁତ ସମ୍ମାନ ଦିଆଯାଇଥାଏ କାରଣ କୃଶକ ଆମକୁ ଅର୍ଣ୍ଣ ଦେଇଥାଏ ତ ଯବାନ ମାନେ ଆମକୁ ସୁରକ୍ଷା ଦେଇଥାନ୍ତି ।

ବନ୍ଧୁଗଣ କୃଶକ ମାନଙ୍କ ପାଇଁ ପିଏମ କିଶାନ ଯୋଜନା ଅତ୍ୟନ୍ତ ଲାଭଦାୟକ ରହିଛି । ତେବେ ଏହି ଯୋଜନା ସହ ଜଡିତ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ଆସନ୍ତା ନବବର୍ଷ ଜାନୁୟାରୀ ପହିଲାରେ ପିଏମ କିଶାନ ଯୋଜନାର ଦଶମ କିସ୍ତି ପ୍ରଦାନ କରିବାକୁ ଯାଉଛନ୍ତି ।

ଦେଶର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି । ଜାନୁୟାରୀ ୧ ଅପରାହ୍ନ ୧୨.୩୦ ବେଳେ ଭିଡିଓ କନଫ୍ରେନ୍ସ ଜରିଆରେ ମୋଦି ଏହାକୁ ହସ୍ତାନ୍ତର କରିବେ । ଏହା ଦ୍ଵାରା ଦେଶର ୧୦ କୋଟିରୁ ଅଧିକ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ୨୦ ହଜାର କୋଟିରୁ ଅଧିକ ଟଙ୍କା ।

ପ୍ରଧାନ ମନ୍ତ୍ରୀ କିଶାନ ସମ୍ମାନ ବିଧି ଯୋଜନାରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ବାର୍ଷିକ ତିନୋଟି କିସ୍ତିରେ ୬ ହଜାର ଟଙ୍କା ଜମା କରାଯାଇଥାଏ । ଏ ପର୍ଯ୍ୟନ୍ତ ଚାଷୀ ମାନଙ୍କୁ ୧.୬ ଲକ୍ଷ କୋଟି  ଟଙ୍କା ପ୍ରଦାନ କରାଯାଇଛି । ଜାନୁୟାରୀ ପହିଲାରେ ହେବାକୁ ଯାଉଥିବା କାର୍ଯ୍ୟକ୍ରମରେ ନରେନ୍ଦ୍ର ମୋଦି ୧.୨୪ ଲକ୍ଷ କୃଶକଙ୍କୁ ସୁବିଧା ଦେବା ପାଇଁ ୩୫୧ଟି କୃଶକ ଉତ୍ପାଦକ ସଂଗଠନକୁ ୧୪ କୋଟିରୁ ଅଧିକ ଇକ୍ଵିଟି ବ୍ରାଣ୍ଡ ପ୍ରଦାନ କରିବେ ବୋଲି ସୂଚନା ମିଳିଛି ।

ତେବେ ବନ୍ଧୁଗଣ ନବବର୍ଷକୁ ମାତ୍ର ଆଉ ଦୁଇ ଦିନ ରହିଲା ଓ କୃଶକ ମାନଙ୍କ ପାଇଁ ଏହା ଏକ ବଡ ଖୁସିର ଖବର । ନରେନ୍ଦ୍ର ମୋଦି ନବବର୍ଷରେ କୃଶକ ମାନଙ୍କୁ ବହୁତ ଭଲ ଉପହାର ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *