Omicron କେସ ବଢିବା ପରେ Expert ଦେଲେ ଏହି ଖୁସି ଖବର ! ବାସ କେବଳ Endemic ହେଇ ରହିଯିବ କରୋନା

ବନ୍ଧୁଗଣ ବର୍ତ୍ତମାନ ସମସ୍ତ ଦେଶ କରୋନା ଭାଇରସର ତୃତୀୟ ଭାରିଏଣ୍ଟ ଓମିକ୍ରନକୁ ନେଇ ସିନ୍ତାରେ ଅଛନ୍ତି । ଗତ ଦେଢ ବର୍ଷ ହେବ କରୋନା ମହାମାରୀର ସଂକ୍ରମଣରେ ଲୋକମାନେ ନିଜ ଜୀବନ ଜୀବିକା ହରାଇ ଛନ୍ତି । ତେବେ ବର୍ତ୍ତମାନ ଏହି ନୂଆ ଭାରିଏଣ୍ଟକୁ ନେଇ ଲୋକ ମାନଙ୍କ ଚିନ୍ତା ବଢିବାରେ ଲାଗିଛି । ତେବେ ଦେଶରେ ଓମିକ୍ରନ ମାମଲା ୧୦୦୦ ପାଖାପାଖି ପହଞ୍ଚି ସାରିଛି । ଦିଲ୍ଲୀରେ ବର୍ତ୍ତମାନ କରୋନା କେସ ଦୁଇଗୁଣ ବଢିଛି ।

ହେଲେ ୧୦୦ଟି ଲୋକଙ୍କ ମଧ୍ୟରୁ ଗୋଟିଏ ଲୋକ ଏହି ଭାଇରସରେ ସଂକ୍ରମିତ ହେଉଛି । କିନ୍ତୁ ବନ୍ଧୁଗଣ କରୋନା ସହ ଜଡିତ ଏବେ ଏକ ବଡ ଖବର ସାମ୍ନାକୁ ଆସୁଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ବଡ ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନରେ ଲୋକମାନେ ସଂକ୍ରମିତ ହେଉଛନ୍ତି ସତ ହେଲେ ଏହି ଭାଇରସ ପାଇଁ ମୃତକଙ୍କ ସଂଖ୍ୟା କମ ରହିଛି ।

ଆମେରିକା, ବ୍ରିଟେନ ଓ ସାଉଥ ଆଫ୍ରିକାରେ ଏହାର ବଡ ଉଦାହରଣ ଦେଖିବାକୁ ମିଳିଛି । ୨୭ ଡିସେମ୍ବରରେ ଦୁନିଆରେ ୧୪ ଲକ୍ଷରୁ ଅଧିକ ଲୋକ ଓମିକ୍ରନରେ ସଂକ୍ରମିତ ହୋଇଛନ୍ତି ଓ ଏଥିରେ ୬୪୩୩ ଜଣ ମୃତ୍ୟୁ ବରଣ କରିଛନ୍ତି । ହେଲେ ଡେଲ୍ଟା ସମୟରେ ୭ ଲକ୍ଷ ରୋଗୀ ଚିହ୍ନଟ ହେବା ବେଳେ ମୃତକଙ୍କ ସଂଖ୍ୟା ୭୦୦୦ରୁ ଅଧିକ ଥିଲା । ଡେଲ୍ଟା ସଂକ୍ରମଣରେ ୧୦୦ ଜଣ ରୋଗୀଙ୍କ ମଧ୍ୟରୁ ୧୦ ଜଣଙ୍କ ମୃତ୍ୟୁ ହେଉଥିଲା ଏବେ ଓମିକ୍ରନ ପାଇଁ କେବଳ ୫ଟି ଲୋକଙ୍କ ମୃତ୍ୟୁ ହେଉଛି ।

ଦୁଇ ସପ୍ତାହରେ କରୋନା ସଂକ୍ରମଣର ସଂଖ୍ୟା ବଢି ଯାଇଛି ହେଲେ ମୃତକଙ୍କ ସଂଖ୍ୟା କମି ଯାଇଛି । ଏବେ ଓମିକ୍ରନ ଦୁନିଆର ୧୧୯ ଦେଶରେ ପହଞ୍ଚି ସାରିଛି ଓ ଡେଲ୍ଟା ମାମଲାରେ ୫ ରୁ ୭ ଗୁଣ ଅଧିକ ମାତ୍ରାରେ ସଂକ୍ରମିତ ହେଉଛି । ବିଶେଷଜ୍ଞ ମାନଙ୍କ ମତରେ, ଏହା ଆସୁଥିବା ୪ ସପ୍ତାହ ମଧ୍ୟରେ କରୋନାର ସବୁଠାରୁ ବଡ ଭାରିଏଣ୍ଟ ହେବ ଓ ଡେଲ୍ଟାର ଜାଗା ନେବ ।ଏହା ଦ୍ଵାରା ଓମିକ୍ରନରେ ମୃତକଙ୍କ ସଂଖ୍ୟା କମିବାରେ ଲାଗିବ ଓ ମାହାମାରୀର ଅନ୍ତ ହେବ ।

ବନ୍ଧୁଗଣ ଆଉ ଗୋଟେ କଥା ହେଉଛି ଓମିକ୍ରନରେ ବହୁତ ଲୋକ ସଂକ୍ରମିତ ହୋଇଛନ୍ତି ହେଲେ ଏହି ଲୋକମାନଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାର କୌଣସି ଆବଶ୍ୟକତା ନାହିଁ । ଆମେରିକାରେ ଏହାର ବଡ ଉଦାହରଣ ଦେଖିବାକୁ ମିଳିଛି । ସେଥିପାଇଁ ବୈଜ୍ଞାନିକ ମାନେ ଓମିକ୍ରନକୁ ମହାମାରୀର ଅନ୍ତ ବୋଲି କହିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *