ପ୍ରଥମ ଥର ପାଇଁ ଦେଖନ୍ତୁ Nita Ambani ଙ୍କ ଗାଁ ଓ ପରିବାର… କିପରି ଗୋଟିଏ ଗରିବ ଝିଅ ହେଇଗଲା ଇଣ୍ଡିଆର ସବୁଠୁ ଧନୀ ଘରର ବୋହୁ (Nita Ambani Life Story)

ନମସ୍କାର ବନ୍ଧୁଗଣ ଆପଣ ମାନେ ନିତା ଅମ୍ବାନୀ ଙ୍କୁ ତ ନିଶ୍ଚିତ ଜାଣିଥିବେ । ସେ ଦେଶ ର କେବଳ ଧନୀ ବ୍ୟକ୍ତି ନୁହେଁ ବରଂ ଜଣେ ସମାଜ ସେବୀ ମଧ୍ୟ । ଏହା ସହ ଜଣେ ଖେଳ ପ୍ରେମୀ ଏବଂ ସଫଳ ବ୍ୟବସାୟୀ ମଧ୍ୟ । ଅମ୍ବାନୀ ପରିବାର ର ବଡ଼ ବୋହୁ ଏବଂ ତିନୋଟି ସନ୍ତାନ ଙ୍କ ପରେ ମଧ୍ୟ ତାଙ୍କ ପର୍ସନାଲଟି ଏବଂ ଜୀଵନ ଶୈଳୀ ସର୍ଵଦା ଚର୍ଚ୍ଚା ରେ ରହିଥାଏ । ତାଙ୍କ ଚା ଠାରୁ ନେଇ ତାଙ୍କ ମୋବାଇଲ ଫୋନ ବିଷୟରେ ଲୋକମାନେ ସବୁକିଛି ଜାଣିବାକୁ ଚାହିଁଥାନ୍ତି ।

ସେ କଣ ପରିଧାନ କରନ୍ତି କଣ ଖାଆନ୍ତି କେଉଁ ପ୍ଲେଟ କେଉଁ କପ ଆଦି ଅନେକ କିଛି ଜାଣିବାକୁ ଚାହିଁଥାନ୍ତି । କିନ୍ତୁ ଆଜି ଆମେ କିଛି ଅଲଗା ବିଷୟରେ ଆଲୋଚନା କରିବା ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହେବା ସହ ନିତା ଙ୍କ ପ୍ରଶଂସା ନ କରି ରହି ପାରିବେ ନାହିଁ । ତେବେ ଆସନ୍ତୁ ଜାଣିନେବା ।

ନିତା ଙ୍କ ଜନ୍ମ ୧ ନଭେମ୍ବର ୧୯୬୪ ରେ ଏକ ମଧ୍ୟବିତ୍ତ ପରିବାରରେ ହୋଇଥିଲା । ତାଙ୍କ ବାପା ବିର୍ଲା କମ୍ପାନୀ ରେ କାର୍ଯ୍ୟ କରୁଥିଲେ ଏବଂ ମାତା ଗୃହିଣୀ ଥିଲେ । ନିତା ନିଜର ପାଠ ପଢା ନରସି ମୋହଜି କଲେଜ ରେ ଅର୍ଥଶାସ୍ତ୍ର ରେ ଗ୍ରାଜୁଏଟ କରିଥିଲେ । ପାଠ ଛଡା ତାଙ୍କୁ ଶାସ୍ତ୍ରୀୟ ନୃତ୍ୟ ର ମଧ୍ୟ ବହୁତ ସଉକ ଥିଲା । ତାଙ୍କ ର ଏହି ସଉକ ଅମ୍ବାନୀ ପରିବାର ର ବୋହୁ କରିବାରେ ସାହାର୍ଯ୍ୟ କରିଥିଲା ।

କଥା ହେଉଛି ଧିରୁ ଭାଇ ଅମ୍ବାନୀ ଯିଏ ମୁକେଶ ଅମ୍ବାନୀ ଙ୍କ ପିତା । ସେ ନିତା ଙ୍କୁ ବିର୍ଲା ସଂସ୍ଥାନ ର ଏକ କାର୍ଯ୍ୟକ୍ରମରେ ଭାରତନାଟ୍ୟମ ର ନୃତ୍ୟ କରିବାର ଦେଖିଥିଲେ ଏବଂ ବହୁତ ପ୍ରଭାବିତ ହୋଇ ନିଜ ଘରର ବୋହୁ କରିବେ ବୋଲି ମଧ୍ୟ ନିଷ୍ପତ୍ତି ନେଇଥିଲେ । ତେବେ ସେ ସେ ନିଜେ ନିତା ଙ୍କ ଘରକୁ ଫୋନ କରିଥିଲେ ଏବଂ ଫୋନ ନିତା ହିଁ ଉଠାଇଥିଲେ କିନ୍ତୁ ଧିରୁ ଭାଇ ଅମ୍ବାନୀ ନାଁ ଶୁଣି ସେ ନିଜକୁ ଏଲିଯାବେଥ କହି ଫୋନ କାଟି ଦେଇଥିଲେ ।

ତେବେ ଦ୍ଵିତୀୟ ଥର ଫୋନ ପରେ ତାଙ୍କ ବାପା ଧିରୁ ଭାଇ ଅମ୍ବାନୀ ବୋଲି ଜାଣିଗଲେ ଏବଂ କଥା ହେବା ପରେ ନିତା ଅମ୍ବାନୀ ଙ୍କ ଅଫିସ ମଧ୍ୟ ଯାଇଥିଲେ ତେବେ ସେଠାରେ ସେ ନିତାଙ୍କୁ ନିଜ ବଡ଼ ବୋହୁ କରିବା ପାଇଁ ଚାହୁଁଛନ୍ତି ଏବଂ ନିଜ ଘରକୁ ମଧ୍ୟ ଆମନ୍ତ୍ରଣ କଲେ ନିତା ତାଙ୍କ ଘରକୁ ଗଲେ ଏବଂ ସେଠାରେ ସେ ମୁକେଶ ଙ୍କ ସହ ସାକ୍ଷାତ କରିଥିଲେ ତେବେ ନିତା ମୁକେଶ ଙ୍କ ଆଗରେ ଏକ ସର୍ତ୍ତ ରଖିଥିଲେ କି ସେ କେବଳ ଅମ୍ବାନୀ ଘରର ବୋହୁ ବୋଲି ପରିଚିତ ହେବେ ନାହିଁ ସେ ବିବାହ ପରେ ମଧ୍ୟ ନିଜ ଚାକିରୀ କୁ ଛାଡିବେ ନାହିଁ ।

ତେବେ ନିତା ଜଣେ ଶିକ୍ଷୟତ୍ରୀ ଥିଲେ ଏବଂ ସେ ମାତ୍ର ୮୦୦ ଟଙ୍କା ପାଉଥିଲେ କିନ୍ତୁ ପିଲାଙ୍କୁ ପଢ଼ାଇବା ତାଙ୍କୁ ବହୁତ ପସନ୍ଦ ଥିଲା ତେବେ ଏହି ସର୍ତ୍ତ ମୁକେଶ ମାନି ଥିଲେ ଏବଂ ଏହି ଭଳି ଭାବେ ସେ ଏକ ମଧ୍ୟବର୍ତ୍ତୀ ପରିବାର ରୁ ଅମ୍ବାନୀ ଘରର ବୋହୁ ହୋଇ ପାରିଥିଲେ । ତାଙ୍କର ତିନୋଟି ସନ୍ତାନ ଅଛି । ଇଷା ଅମ୍ବାନୀ, ଆକାଶ ଅମ୍ବାନୀ,ଏବଂ ଅନନ୍ତ ଅମ୍ବାନୀ ।
ସେ ମୁମ୍ବାଇ ଇଣ୍ଡିଆନ କ୍ରିକେଟ ଟିମ ର ମାଲିକାଣି ।

ଏହା ସହ ସେ ଅନେକ ସମାଜ ସେବା ଯେପରି ଅନ୍ଧ ପିଲାଙ୍କୁ ଶିକ୍ଷା ଏଵଂ କନ୍ୟା ଶିକ୍ଷା ଆଦି ସମାଜ ସେବା ରେ ସେ ଯୋଗଦାନ ଦେଇଛନ୍ତି ତା ଛଡା ସେ ଦେଶ ରେ ଯେତେବେଳେ ବି କୌଣସି ବିପଦ ଆସିଥାଏ ସେତେବେଳେ ସେ ସାହାଯ୍ୟ କରିବା ପାଇଁ ଆଗଭର ରହିଥାନ୍ତି । ନିତା ଙ୍କ ଫୋନ ର ମୁଲ୍ୟ ୩୧୧ କୋଟି ଟଙ୍କା । ତାଙ୍କ ପାଖରେ ଦୁନିଆ ର ସବୁଠାରୁ ମହଙ୍ଗା ହ୍ୟାଣ୍ଡ ବ୍ୟାଗ ଏବଂ ଘଂଟା ମଧ୍ୟ ଅଛି ।

ତେବେ ନିତା ଅମ୍ବାନୀ ଟଙ୍କା ସମ୍ପତ୍ତି ରେ ଧନୀ ହେବା ସହ ମନରୁ ମଧ୍ୟ ବହୁତ ଧନୀ ଏବଂ ସେ ଜଣେ ପ୍ରତିଭାଶାଳୀ ମହିଳା ମଧ୍ୟ । ଜଣେ ମଧ୍ୟ ବର୍ଗୀୟ ପରିବାର ରୁ ଦେଶ ର ସବୁଠାରୁ ଧନୀ ଘରର ବୋହୁ ରୂପେ ତାଙ୍କର ଏହି ଯାତ୍ରା ବହୁତ ରୋଚକ ମୟ ଥିଲା ।

Leave a Reply

Your email address will not be published. Required fields are marked *