ଗାଡି ଚାଳକଙ୍କ ପାଇଁ ଆସିଲା ବଡ ଖୁସି ଖବର, ଆଉ ଦରକାର ନାହିଁ DL ଓ RC କାଗଜପତ୍ର… 

ବନ୍ଧୁଗଣ ଏବେ ଗାଡି ଚାଳକଙ୍କ ପାଇଁ ଏକ ବଡ ଖବର ସାମ୍ନାକୁ ଆସୁଛି । ଆଉ ଏହି ଖବର ବିଷୟରେ ଜାଣିଲେ ଆପଣ ମାନେ ବହୁତ ଖୁସି ହୋଇଯିବେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ଚେକିଙ୍ଗ ବେଳେ ଆପଣ ଆଉ ଅସୁବିଧାରେ ପଡିବେନି । ଏବେ ଡ୍ରାଇଭିଙ୍ଗ ଲାଇସେନ୍ସ ବା DL ଓ ରେଜିଷ୍ଟେସନ ସାର୍ଟିଫିକେଟ ତଥା RC ଧରି ଘରୁ ବାହାରିବାର ଆବଶ୍ୟକତା ନାହିଁ ।

ଡିଜିଲକର ପ୍ଲାଟଫର୍ମ ବା ଏମ ପରିବହନ ମୋବାଇଲ ଆପ୍ ରେ ନିଜ ଡକ୍ୟୁମେଣ୍ଟକୁ ରଖି ଡିଜିଟାଲ ଭାବରେ ଆପଣ କାହାକୁ ବି ଦେଖାଇ ପାରିବେ । ଡିଜିଲକର ଏଭଳି ଏକ ଉପାୟ ଯେଉଁଥିରେ ଆପଣ ନିଜ ଡ୍ରାଇଭିଙ୍ଗ ଲାଇସେନ୍ସ ଓ ଭେହିକେଲ ରେଜିଷ୍ଟ୍ରେସନ ସାର୍ଟିଫିକେଟ ଭଳି ଡକ୍ୟୁମେଣ୍ଟକୁ ସେଭ କରି ସୁରକ୍ଷିତ ଭାବେ ରଖିପାରିବେ । ସବୁଠାରୁ ବଡ କଥା ହେଉଛି ଏହି ଡକ୍ୟୁମେଣ୍ଟକୁ ଆପଣ ଇ-ସାଇନ ମଧ୍ୟ କରିପାରିବେ ।

ଏହା ବିଲକୁଲ ସେଲ୍ଫ ଆଟାସ ଫିଜିକାଲ ଡକ୍ୟୁମେଣ୍ଟ ଭଳି କାମ କରିଥାଏ । ସବୁଠାରୁ ବଡ କଥା ଡିଜିଲକର ପାଇଁ ଆପଣଙ୍କୁ ସବୁ ହାର୍ଡ କପି ନେବାର କୌଣସି ଆବଶ୍ୟକତା ନାହିଁ । ଡିଜିଟାଲ ଭାବେ ଗାଡି ଡକ୍ୟୁମେଣ୍ଟକୁ ରଖିବା ପାଇଁ ଆପଣଙ୍କୁ ପ୍ରଥମେ ସ୍ମାର୍ଟ ଫୋନରେ ଡିଜିଲକର ଆପ୍ ଡାଉନଲୋଡ କରିବାକୁ ହେବ । ଏହା ପରେ ଆପଣଙ୍କୁ ଗେଟ ଷ୍ଟାଟେଡର ବିକଳ୍ପ ନଜର ଆସିବ ।

ଏହା ପରେ ଟ୍ୟାପ କରନ୍ତୁ ପରେ କ୍ରିଏଟ ଆକାଉଣ୍ଟ ଉପରେ କ୍ଲିକ କରି ନାମ, ଜନ୍ମ ତିଥି, ମୋବାଇଲ ନମ୍ବର, ଇମେଲ ଆଇଡି ଓ ଆଧାର ନମ୍ବର ଦେବାକୁ ହେବ । ଏସବୁ କରି ସାରିବା ପରେ ଆପଣଙ୍କ ରେଜିଷ୍ଟର ମୋବାଇଲ ନମ୍ବରକୁ ଏକ ଓଟିପି ଯିବ । ଏହି ଓଟିପିକୁ ସବମିଟ କରିଦେବା ପରେ ଆପଣଙ୍କୁ ୟୁଜର ନେମ ପ୍ରସ୍ତୁତ କରିବା ପାଇଁ କୁହାଯିବ । ଏଠାରେ ଆପଣ କୌଣସି ବି ୟୁଜର ନେମ ପ୍ରସ୍ତୁତ କରିପାରିବେ ।

ପରେ ତଳେ ଦିଆଯାଇଥିବା ଓକେ ଉପରେ କ୍ଲିକ କରିଲେ ଆପଣଙ୍କ ଆକାଉଣ୍ଟ କ୍ରିଏଟ ହେଇଯିବ । ଏହା ପରେ ଡିଜିଲକର ଓପନ ହେଇଯିବ । ଯେଉଁ ଡକ୍ୟୁମେଣ୍ଟକୁ ଆପଣ ଏଥିରେ ସେଭ କରିବାକୁ ଚାହୁଁ ଛନ୍ତି ସେଠାରେ ହିଁ କ୍ଲିକ କରନ୍ତୁ । ଏହା ପରେ ପୁଣି ଏକ ଓଟିପି ସବମିଟ କରିବେ ।

ଏହା ପରେ ଆପଣଙ୍କ ଡକ୍ୟୁମେଣ୍ଟ ସେଭ ହେଇଯିବ । ଏହିଭଳି ଆପଣ ନିଜ ଆଧାର କାର୍ଡ, ପ୍ୟାନ କାର୍ଡ, ଡ୍ରାଇଭିଙ୍ଗ ଲାଇସେନ୍ସ ଓ ରେଜିଷ୍ଟ୍ରେସନ ସାର୍ଟିଫିକେଟ ଆଦି ସେଭ କରିପାରିବେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *