‘ସମାଧାନର ବାଟ ଫିଟିଛି, ସେକେଣ୍ଡ ସେସନରେ ଆମର…’ ଦେଖନ୍ତୁ Sumit ଙ୍କ ତାଙ୍କର ବାଢୁଥିବା ନିବିଡତାକୁ ନେଇ କଣ କହିଲେ Tapaswini, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଶାର ବହୁ ଚର୍ଚ୍ଚିତ ତପସ୍ଵିନୀ ଓ ସୁମିତ ପାରିବାରିକ ବିବାଦ ମାମଲା ବିଷୟରେ ନିଶ୍ଚୟ ଜାଣିଥିବେ । ଗତ କିଛି ମାସ ହେବ ଏହି ମାମଲାଟି ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ତପସ୍ଵିନୀ ଓ ସୁମିତ ଉଭୟ ପରସ୍ପରକୁ ପ୍ରେମ କରି ବିବାହ କରିଥିଲେ ହେଲେ ପରେ ସୁମିତଙ୍କ ପରିବାର ଲୋକେ ତପସ୍ଵିନୀଙ୍କୁ ଗ୍ରହଣ କରି ନଥିଲେ ।

ଏହା ପରେ ତପସ୍ଵିନୀ ନିଜ ହକ୍ ପାଇବା ପାଇଁ ଦୀର୍ଘ ଦୁଇ ମାସ କାଳ ଶୀତ କାକରରେ ରାସ୍ତା ଉପରେ ଧାରଣା ଦେଇ ବସିଥିଲେ । ଅନେକ ଦିନ ଧାରଣା ଦେଇ ବସିବା ପରେ ତପସ୍ଵିନୀଙ୍କୁ ନ୍ୟାୟ ମିଳିଥିଲା ହେଲେ ସୁମିତ ଜିଲ୍ଲା କୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହାଇକୋର୍ଟର ଦ୍ଵାରସ୍ଥ ହୋଇଥିଲେ । ବନ୍ଧୁଗଣ ଆଜି ସୁମିତ ଓ ତପସ୍ଵିନୀ ହାଇକୋର୍ଟକୁ ଆସିଥିଲେ ।

ହାଇକୋର୍ଟର ମଧ୍ୟସ୍ଥ କେନ୍ଦ୍ରରେ ହୋଇଥିଲା ଏହି ପାରିବାରିକ ବିବାଦର ଆପଶ ସମାଧାନ । ମଧ୍ୟସ୍ଥତା କେନ୍ଦ୍ରରେ ଆପଶ ସମାଧାନ ପାଇଁ ମାର୍ଚ୍ଚ ୩୧ ତାରିଖରେ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଏପ୍ରିଲ ୩୦ ତାରିଖରେ ହାଇକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ କିନ୍ତୁ ହାଇକୋର୍ଟର ମଧ୍ୟସ୍ଥତା କେନ୍ଦ୍ରରେ ଆଜି ଉଭୟଙ୍କ ମଧ୍ୟରେ ଆପଶ ସମାଧାନ କରାଯାଇଛି । ତେବେ ସମାଧାନ ପରେ ତପସ୍ଵିନୀ ଗଣମାଧ୍ୟମ ସାମ୍ନାକୁ ଆସି ନିଜର ବୟାନ ଦେଇଛନ୍ତି ।

ତପସ୍ଵିନୀ କହିଛନ୍ତି-‘ସମାଧାନର ବାଟ ଫିଟି ଯାଇଛି କାହିଁକି ନା ଆମେ ଦୁଇଜଣ ନଚାହିଁ ଥିଲେ କେବେବି କାଉନ୍ସିଲିଙ୍ଗ ହୋଇପାରି ନଥାନ୍ତା । ଆଉ ଆଜି କିଛି ପଜେଟିଭ ସାଇନ ମିଳିଛି ଯେହେତୁ ପଜେଟିଭି ମିଳିଛି ତେଣୁ ୧୧ ତାରିଖ ପାଇଁ ସେକେଣ୍ଡ ସେସନ ରଖାଯାଇଛି । ଆଶା କରୁଛି ସେକେଣ୍ଡ ସେସନରେ ନିଶ୍ଚୟ ରିୟୁନିୟନ ହେବ ବୋଲି । ସେ ତାଙ୍କ ସମସ୍ୟା ବିଷୟରେ କହିଲେ, ସେ ମୋତେ କେତେ ଭଲ ପାନ୍ତି, କେମିତି ଭଲ ପାନ୍ତି ଆମେ ଦୁହେଁ କେମିତି ମିସିକି ଆଗରୁ ରହୁଥିଲୁ ଆଉ କଣ ପାଇଁ ପ୍ରବ୍ଲେମ ହେଲା ସେ କଥା ସେ ଆଉ ମୁଁ କହିଥିଲୁ’ ।

ଆଗକୁ ସେ କହିଛନ୍ତି-‘ସେହି କାଉନ୍ସିଲିଙ୍ଗରେ ଆମକୁ କିଛି ପଜେଟିଭ ସାଇନ ମିଳିଲା ଆଉ ଆମେ ଦୁହେଁ ପରସ୍ପର ବିରୋଧରେ କୌଣସି ନେଗେଟିଭ କଥା କହି ନାହୁଁ । ଯେହେତୁ ପଜେଟିଭ ସାଇନ ମିଳିଛି ତେଣୁ ଆଶା କରୁଛି ନିଶ୍ଚୟ ଆସନ୍ତା ୧୧ତାରିଖ ଦିନ ଭଗବାନ ଯଦି ଚାହିଁବେ ଆମର ରିୟୁନିୟନ ହୋଇଯିବ’ । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *