‘ତପସ୍ବିନୀଙ୍କ ସହ କାଉନସିଲିଂ ବହୁତ ଭଲ ଯାଇଛି ,ତପସ୍ୱିନୀ ଆମ…’ ଶେଷରେ କଣ ସବୁ କିଛି ମାନିନେଲେ Sumit, ଦେଖନ୍ତୁ Tapaswini ଙ୍କୁ ନେଇ ସେ କଣ କହୁଛନ୍ତି…

ବନ୍ଧୁଗଣ ଓଡିଶାର ବହୁ ଚର୍ଚ୍ଚିତ ତପସ୍ଵିନୀ ଓ ସୁମିତ ପାରିବାରିକ ବିବାଦ ମାମଲାକୁ ନେଇ ଏବେ ଏକ ବଡ ଖବର ସାମ୍ନାକୁ ଆସୁଛି । ଦୀର୍ଘ ମାସ ଧରି ଚାଲୁ ଥିବା ଏହି ମାମଲାର ସମାଧାନ ଏବେ ହାଇକୋର୍ଟରେ ହେଉଛି । ଆଜି ସୁମିତ ଓ ତପସ୍ଵିନୀ ହାଇକୋର୍ଟକୁ ଆସିଥିଲେ । ହାଇକୋର୍ଟର ମଧ୍ୟସ୍ଥ କେନ୍ଦ୍ରରେ ହୋଇଥିଲା ଏହି ପାରିବାରିକ ବିବାଦର ଆପଶ ସମାଧାନ । ମଧ୍ୟସ୍ଥତା କେନ୍ଦ୍ରରେ ଆପଶ ସମାଧାନ ପାଇଁ ମାର୍ଚ୍ଚ ୩୧ ତାରିଖରେ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।

ଏପ୍ରିଲ ୩୦ ତାରିଖରେ ହାଇକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ କିନ୍ତୁ ହାଇକୋର୍ଟର ମଧ୍ୟସ୍ଥତା କେନ୍ଦ୍ରରେ ଆଜି ଉଭୟଙ୍କ ମଧ୍ୟରେ ଆପଶ ସମାଧାନ କରାଯାଇଛି । ବନ୍ଧୁଗଣ ଉଭୟଙ୍କ ମଧ୍ୟରେ କାଉନ୍ସିଲିଙ୍ଗ ହୋଇଥିଲା ଓ ଏହି କାଉନ୍ସିଲିଙ୍ଗଟି ପ୍ରାୟ 3 ଘଣ୍ଟା ହୋଇଥିଲା । ପ୍ରଥମେ ତପସ୍ଵିନୀ ବାହାରିଥିଲେ ଓ ପରେ ସୁମିତ ।

ତେବେ ସମାଧାନ ପରେ ସୁମିତ ଗଣମାଧ୍ୟମ ସାମ୍ନାକୁ ଆସି ନିଜର ବୟାନ ଦେଇଛନ୍ତି ଓ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ସୁମିତଙ୍କ ମତରେ-‘କାଉନ୍ସିଲିଙ୍ଗ ହାଇକୋର୍ଟ ଅର୍ଡର ଥିଲା ଆଜି ୯ ତାରିଖରେ । କୋର୍ଟକୁ ସମ୍ମାନ ଦେଇ ମୁଁ ଆସିଛି ଏଇଠି’ ।

ଆଗକୁ ସେ କହିଛନ୍ତି-‘ଆଉ କାଉନ୍ସିଲିଙ୍ଗ ଦୁଇ ପକ୍ଷରୁ ସହଯୋଗ ହୋଇଛି । ତେବେ ଆଉ ଗୋଟେ ଡେଟ ରଖିଛନ୍ତି ୧୧ ତାରିଖ । ମୁଁ ବାଧ୍ୟ ହୋଇ ଆସି ନାହିଁ ମୁଁ ଆଗରୁ ମଧ୍ୟ କହିଛି ଆଉ ଏବେ ବି କହୁଛି କୋର୍ଟର ଯାହା ବି ନିଷ୍ପତ୍ତି ଅଛି ମୁଁ ତାକୁ ଅକ୍ଷରେ ଅକ୍ଷରେ ପାଳନ କରୁଛି । ନିହାତି ଭାବରେ ତପସ୍ଵିନୀ ମୋ ଘର ଆଗରେ ଯାହା ସବୁ କରିଛନ୍ତି ତାହା ମୋତେ ବହୁତ କଷ୍ଟ ଦେଇଛି । ହେଲେ ଯେହେତୁ ଏହା ଏକ ଫ୍ୟାମିଲି ମ୍ୟାଟର ତେଣୁ ମୁ ଏହାକୁ ବାହାରେ ପକାଇବାକୁ ଚାହୁଁନି’ ।

ଆଗକୁ ସେ କହିଛନ୍ତି-‘ମୋ ଘର ବାହାରେ ତପସ୍ଵିନୀଙ୍କୁ ଛାଡିଦେଲେ ଆଉ ସମସ୍ତେ ଥାର୍ଡ ପର୍ଶନ ଥିଲେ । ତପସ୍ଵିନୀ ହେଉଛନ୍ତି ଆମ ଘରର ସଦସ୍ୟ । ହେଲେ ତପସ୍ଵିନୀ ଆମ ନାଁରେ ଅନେକ ଫଲ୍ସ ଆଲିଗେସନ ଲଗାଇଛନ୍ତି ଏସବୁ ଏବେ କୋର୍ଟ ପ୍ରୋସେସରେ ଅଛି । ତେଣୁ କୋର୍ଟ ପ୍ରୋସେସ ବିଷୟରେ ମୁଁ ବାହାରେ କହିବାକୁ ଚାହୁଁନି’ । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *