‘ନିରୀହ ଲୋକଟେ ଯଦି କାମକରିବା ପରେ ପଇସା ମାଗିବ, ତା’ ବୋଲି ତାକୁ ବମରେ ଉଡାଇଦେବ ? ସେମାନେ ଆମକୁ…’ ଦେଖନ୍ତୁ କଣ କହିଲେ ମହିଳା

ବନ୍ଧୁଗଣ, ସୂଚନା ଅନୁଯାୟୀ ଭୁବନେଶ୍ଵରରେ ଆଉ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଭୁବନେଶ୍ଵର ର ଝାରପଡା ଅଞ୍ଚଳରେ ବୋମା ମାଡ ହୋଇଛି । ଏକ ଘର କାମ କୁ ଭୀତି କରି ମିସ୍ତିରି ଏବଂ ତାଙ୍କ ମା’ ଙ୍କ ଉପରକୁ ବୋମା ମାଡ କରାଯାଇଛି ବୋଲି ସୂଚନା ମିଳିଛି । ଝାରପଡା ମହାଦେବ ମନ୍ଦିର ନିକଟରେ ଘଟିଛି ଏହି ଘଟଣା । ଦିନବେଳେ ସେହି ମିସ୍ତ୍ରୀ ଜଣଙ୍କ ଏଠାରେ କାମ କରୁଥିଲେ ।

ମାତ୍ର ବାଲି ସିମେଣ୍ଟର ଅଭାବ ପାଇଁ ସେ ଗୋଟିଏ ଜାଗାରୁ କାମ ଛାଡି ଅନ୍ୟତ୍ର କାମ କରିବା ନିମନ୍ତେ ଚାଲିଯାଇଥିଲେ । ଏହାକୁ ଭୀତି କରି ଯିଏ ରହିଥିଲେ ମାଲିକ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୋଳଚ କରିଥିଲେ । ଏବଂ ଏହାକୁ ନେଇ ତାଙ୍କ ମା’ ଏବଂ ମିସ୍ତ୍ରୀ ଆସିଥିଲେ ପଚାରିବା ପାଇଁ, ଯେତେବେଳେ ସେ ଆସି ପଚାରିଥିଲେ ସେହି ସମୟରେ ତାଙ୍କ ଉପରକୁ ବୋମା ମାଡ ହୋଇଥିଲା ।

ସ୍ଥାନୀୟ ଲୋକେ କହିଛନ୍ତି ଯେ ଯିଏ ଘର ଭିତରୁ ବମ ଆଣି ପକାଇ ପାରୁଛି ତା’ ହେଲେ ସେ କେତେବଡ ଦୁର୍ଦ୍ଧାନ୍ତ ଅପରାଧୀ ଥିବ ଏହା ପ୍ରତୀକ ହେଉଛି । ପରିବାର ଲୋକେ ମଧ୍ୟ ଏଥିରେ ସାମିଲ ଅଛନ୍ତି । ମାତ୍ର ବୋମାମାଡ ସମୟରେ ଯଦି କୌଣସି ଛୋଟ ଛୁଆ ରହିଥାନ୍ତା ଏବଂ ତାଙ୍କ ଜୀବନ ଯଦି ଚାଲିଯାଇଥାନ୍ତା ତେବେ କ’ଣ ହୋଇଥାନ୍ତା ?

ଯଦି ଗୋଟିଏ ଗରିବ ନିରୀହ ଲୋକ କାମ କରିବ ଏବଂ ଯଦି ସେ ପଇସା ମାଗିବାକୁ ଆସିଲା ମାତ୍ର ପରେ ଯଦି ଆପଣ ବମ ପକାଇବେ ତା ଉପରେ ତେବେ ଏହାଠୁ ବଡ କଥା ଆଉ କ’ଣ ? ଯିଏ ବୋମା ପକାଇଛି ତାଙ୍କୁ ୧୮ ବର୍ଷ ବୟସ ଅଟେ । ତେବେ ଏତେ ଛୋଟ ବୟସରୁ ଏହିଭଳି କାମ କରିବା କେତେଦୂରେ ଠିକ ? ଏହା ସମ୍ବନ୍ଧରେ ଭଲ ଭାବରେ ତଦନ୍ତ ହେଲେ ଏହା ପଛରେ କେଉଁ ବଡ ବଡ ଲୋକ ଅଛନ୍ତି ସମସ୍ତେ ସାମ୍ନା କୁ ଆସିବେ ।

ଯାହା ଉପରେ ବୋମାମାଡ ହୋଇଛି ଶ୍ରମିକ ଏବଂ ତାଙ୍କ ମା’ ଙ୍କ ସହିତ ଆହୁରି ୪ ରୁ ୫ ଜଣ ଆହତ ହୋଇଛନ୍ତି । ଏବଂ ସେମାନେ ବର୍ତ୍ତମାନ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସ୍ୟାଧୀନ ଅବସ୍ଥାରେ ଅଛନ୍ତି ବୋଲି ସୂଚନା ମିଳିଛି । ଏଣୁ ସ୍ଥାନୀୟ ଲୋକମାନେ କହିଛନ୍ତି ଯେ ଏହିଭଳି ଅପରାଧୀ କୁ ଖୋଜି ତାକୁ କଠୋର ରୁ କଠୋର ଦଣ୍ଡ ଦିଆଯାଉ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *